Mass Shooting: ବନ୍ଧୁକ ସଂସ୍କୃତି ବଖାଣୁଛି ସରକାରୀ ରିପୋର୍ଟର ଓଲଟା କାହାଣୀ: ମିସିଗାନରେ ଆଖିବୁଜା ଗୁଳିମାଡ଼

1 hour ago 1
ARTICLE AD BOX

ୱାସିଂଟନ:ଆମେରିକାର ମିସିଗାନରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ପାଞ୍ଚ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମିସିଗାନ ଷ୍ଟେଟ୍ ପୁଲିସର ସୂଚନା ଅନୁଯାୟୀ, ଉତ୍ତର ମିସିଗାନରେ ଆଖିବୁଜା ଗୁଳିମାଡ଼ କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତଲାସୀ ଅଭିଯାନ ସମୟରେ ପୁଲିସ ମୃତ ଅବସ୍ଥା ପାଇଛି। ଏହି ଗୁଳିକାଣ୍ଡ ଘଟଣାରେ ଆହତ ଜଣେ ପୀଡିତଙ୍କୁ ଚିକିତ୍ସାଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ପୂର୍ବାହ୍ନ ପ୍ରାୟ ୧୧ ଟା୪୦ ସମୟରେ ମିସିଗାନର ମିସାଉକି କାଉଣ୍ଟିର ଏକ ଘରେ ଗୁଳିକାଣ୍ଡ ହୋଇଥିବା ଖବର ପାଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଅଧିକାରୀମାନେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ଜଣେ ଆହତ ହୋଇଥିବା ଖବର ପାଇଥିଲେ।

ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଫେରାର

ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ୩୯ ବର୍ଷୀୟ ଚାଡ୍ ହିକମ୍ୟାନ୍ ଭାବରେ ଚିହ୍ନଟ କରାଯାଇଛି। ସେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଫେରାର ହୋଇଯାଇଥିଲେ। ତଲାସୀ ସମୟରେ ତଦନ୍ତକାରୀମାନେ ଦ୍ୱିତୀୟ ଘରେ ଆଉ ଏକ ମୃତଦେହ ପାଇଥିଲେ। ହ୍ୱିଟଲକ୍ ହ୍ରଦ ନିକଟସ୍ଥ ଏକ ଜଙ୍ଗଲିଆ ଅଞ୍ଚଳରେ ପୁଲିସ ସନ୍ଧାନ ସମୟରେ ହିକମ୍ୟାନ୍‌ଙ୍କ ଗାଡ଼ି ମିଳିଥିଲା। ସେଠାରେ ହିକମ୍ୟାନ୍ ଏବଂ ଅନ୍ୟ ଜଣେ ବ୍ୟକ୍ତି ମୃତ ଅବସ୍ଥାରେ ମିଳିଥିଲେ। ଆମେରିକାରେ ବୃଦ୍ଧି ପାଉଥିବା ବନ୍ଧୁକ ସଂସ୍କୃତି ଯୋଗୁ ଅପରାଧ ବଢ଼ିବାରେ ଲାଗିଛି। ଅପରପକ୍ଷରେ ବର୍ଦ୍ଧିତ ଅପରାଧ ସରକାରଙ୍କ ରିପୋର୍ଟର ସମ୍ପୂର୍ଣ୍ଣ ଓଲଟା କଥା କହୁଛି। ପ୍ରକାଶିତ ଏଫବିଆଇ ଅପରାଧ ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ଆମେରିକାରେ ହତ୍ୟା ହାର ୭୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଗତ ବର୍ଷ ମୋଟ ହିଂସାତ୍ମକ ଅପରାଧ ୯.୩ ପ୍ରତିଶତ ହ୍ରାସ ପାଇଛି, ଯାହା ୨୦୨୨ ପରଠାରୁ ଦେଖାଯାଉଥିବା ଜାତୀୟ ସ୍ତରରେ ହ୍ରାସ ଜାରି ରଖିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

Helicopter Crash: ଟେକ୍ସାସ ଦୁର୍ଘଟଣା ପରେ ଆମେରିକାର ବଡ଼ ନିଷ୍ପତ୍ତି: ଆପାଚେ ହେଲିକପ୍ଟର ତାଲିମ ମିଶନ ଅସ୍ଥାୟୀ ଭାବେ ବନ୍ଦ

ଯଦିଓ ଏହି ହ୍ରାସ ଅଧିକ ରହିଛି ତେବେ ବିଶେଷଜ୍ଞମାନଙ୍କ ଅନୁସାରେ, ଏହାର କୌଣସି ସ୍ପଷ୍ଟ କାରଣ ନାହିଁ। ସେମାନେ କହିଛନ୍ତି ଯେ ଅନେକ କାରଣ ହୋଇପାରେ। ଅପରାଧ ହ୍ରାସ ପାଇଁ କୌଣସି ଜଣେ ନେତା, ଦଳ, ନୀତି କିମ୍ବା କାର୍ଯ୍ୟକ୍ରମକୁ ଶ୍ରେୟ ଦିଆଯାଇ ପାରିବ ନାହିଁ। ମାତ୍ର ପ୍ରକୃତ ପକ୍ଷେ ଏଭଳି ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.