Mass Shooting: ଦକ୍ଷିଣ ଆଫ୍ରିକାରେ ୨୪ ଘଣ୍ଟାରେ ୨ ଗଣଗୁଳିକାଣ୍ଡ, ୧୭ ମୃତ

15 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ପୃଥକ୍‌ ଗଣଗୁଳିକାଣ୍ଡ ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ପିଟରମାରିଜବର୍ଗରେ ଗୁଳିମାଡ଼ ହୋଇଥିବା ଏକ ଗାଡ଼ିରୁ ୮ ଜଣଙ୍କ ମୃତଦେହ ମିଳିଥିବାବେଳେ ପ୍ରିଟୋରିଆର ଜେଫ୍‌ସଭିଲ୍ଲେ ଅଞ୍ଚଳର ଏକ ଛୋଟ କୁଡ଼ିଆ ଘରୁ ଅନ୍ୟ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଉଭୟ ଘଟଣାର ତଦନ୍ତ କରୁଛି।

ଛୋଟ କୁଡ଼ିଆ ଘରେ ଘଟିଛି ଗୁଳିକାଣ୍ଡ
ପ୍ରଥମ ଘଟଣାରେ ପିଟରମାରିଜବର୍ଗର ସୁଇଟ୍‌ୱାଟର୍‌ ଅଞ୍ଚଳରେ ଏକ ଗାଡ଼ି ଭିତରୁ ୮ ଜଣଙ୍କ ମୃତଦେହ ମିଳିଛି। ଏହି ଘଟଣାରେ ପୁଲିସ କୌଣସି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିପାରି ନାହିଁ। ଦ୍ୱିତୀୟ ଗୁଳିକାଣ୍ଡଟି ଜେଫ୍‌ସଭିଲ୍ଲେ ଅଞ୍ଚଳର ଏକ ଛୋଟ କୁଡ଼ିଆ ଘରେ ଘଟିଛି। ସେଠାରୁ ୯ ଜଣଙ୍କ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ଦୁଇଟି ଘଟଣା ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ, ପୁଲିସ ତାହାର ତଦନ୍ତ କରୁଛି।

Tamil Nadu: ବିବାହର ୧୪ ବର୍ଷ ପରେ ଅଲଗା ହେଲେ ତାମିଲନାଡ଼ୁ ମନ୍ତ୍ରୀ ଓ ତାଙ୍କ ପତ୍ନୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.