Marriage Market: ଏଠାରେ ଲାଗେ ବିବାହ ବଜାର

2 days ago 4
ARTICLE AD BOX

ଶାଂଘାଇ: ଆଜିର ଆଧୁନିକ ଯୁଗରେ ଜୀବନସାଥୀ ଖୋଜିବା ପାଇଁ ଲୋକମାନେ ଡେଟିଂ ଆପ୍‌ ଓ ବିବାହ ସମ୍ପର୍କୀୟ ୱେବସାଇଟ୍‌ର ସାହାଯ୍ୟ ନେଉଛନ୍ତି। କିନ୍ତୁ ଚୀନ୍‌ର ଶାଂଘାଇରେ ଏବେ ମଧ୍ୟ ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳେ। ଏଠାରେ ଅଭିଭାବକମାନେ ନିଜ ପିଲାଙ୍କ ପାଇଁ ଜୀବନସାଥୀ ଖୋଜିବାକୁ ଏକ ବିଶେଷ ବଜାରକୁ ଆସନ୍ତି।

ଶାଂଘାଇର ମଧ୍ୟଭାଗରେ ଥିବା ପିପୁଲ୍ସ ପାର୍କରେ ପ୍ରତି ସପ୍ତାହରେ ଏହି ବଜାର ବସେ। ଏହାକୁ ସ୍ଥାନୀୟ ଲୋକେ ‘ମ୍ୟାରେଜ୍ ମାର୍କେଟ୍‌’ ବା ବିବାହ ବଜାର ବୋଲି କହନ୍ତି। ଏଠାରେ ଅଭିଭାବକମାନେ ନିଜ ପିଲାଙ୍କ ଫଟୋ ସହିତ ବୟସ, ଉଚ୍ଚତା, ଶିକ୍ଷା, ଚାକିରି, ଦରମା ଓ ସମ୍ପତ୍ତି ଭଳି ସୂଚନା କାଗଜରେ ଲେଖି ପ୍ରଦର୍ଶନ କରନ୍ତି। କେହି କାଗଜକୁ ଛତାରେ ଟାଙ୍ଗନ୍ତି, ଆଉ କେହି ଭୂମିରେ ସଜାଇ ରଖନ୍ତି।

୩୦ ବର୍ଷ ଧରି ଚାଲିଆସୁଛି ଏହି ପରମ୍ପରା

ଏହା ପରେ ଅଭିଭାବକମାନେ ସାରା ବଜାର ବୁଲି ଅନ୍ୟ ପିଲାଙ୍କ ବିବରଣୀ ଦେଖନ୍ତି। କୌଣସି ପ୍ରୋଫାଇଲ୍‌ ପସନ୍ଦ ହେଲେ ସେମାନେ ପରସ୍ପର ସହ ଆଲୋଚନା କରନ୍ତି। ଏହି ପରମ୍ପରା ପ୍ରାୟ ୩୦ ବର୍ଷ ଧରି ଚାଲିଆସୁଛି ଏବଂ ୧୯୯୬ ମସିହାରୁ ଏହାର ପ୍ରଚଳନ ଥିବା କୁହାଯାଏ।

Wooden Furniture: ଏସବୁ ଉପାୟ ଆପଣାଇ ପୁରୁଣା ଆସବାବ ପତ୍ରର ବଢ଼ାନ୍ତୁ ଚମକ

ଚୀନ୍‌ର ଯୁବପିଢ଼ିଙ୍କ ମଧ୍ୟରେ କ୍ୟାରିୟରକୁ ପ୍ରାଥମିକତା ଦେବାର ପ୍ରବଣତା ବଢ଼ିବା ସହ ବିବାହ ଏକ ବ୍ୟକ୍ତିଗତ ବିକଳ୍ପରେ ପରିଣତ ହେଉଛି। ଏହି ପରିସ୍ଥିତିରେ ଶାଂଘାଇର ମ୍ୟାରେଜ୍ ମାର୍କେଟ୍‌ ଆଧୁନିକତା ସହ ପୁରୁଣା ବିବାହ ପରମ୍ପରାର ଏକ ଅନନ୍ୟ ମିଶ୍ରଣ ଭାବେ ପରିଚିତ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.