ARTICLE AD BOX
ଭୁବନେଶ୍ୱର: କିଏ କଷ୍ଟ ଆକାଉଣ୍ଟାଣ୍ଟ ତ କିଏ ବିବିଏ ପଢ଼ିଛି। ପଢ଼ାରେ ଯେମିତି ମେଧାବୀ, ନିଶା ବ୍ୟବସୟରେ ବି ସେମିତି ବିଚକ୍ଷଣ। ବିଚକ୍ଷଣ ବୁଦ୍ଧି ଖଟାଇ ଓଡିଶାରୁ କିଲୋ ପିଛା ୭୦୦ଟଙ୍କାରେ ଗଞ୍ଜେଇ କିଣି ପବ୍ ଓ କ୍ଲବ୍ରେ ୨୦ ହଜାର ଟଙ୍କାରେ ବିକୁଥିଲେ। ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କ୍ରାଇମବ୍ରାଞ୍ଚର ସ୍ପେସାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କନ୍ଧମାଳଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳର ରଶ୍ମିରଂଜନ ଦିଗଲ(୨୬), ବାଲିଗୁଡ଼ା ଅଞ୍ଚଳର ଚନ୍ଦନ ଦିଗଲ(୨୩), କେରଳର ମହମ୍ମଦ ଆସିଫ(୨୬) ଏବଂ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ଶୁଭ୍ରାଂଶୁ ଶେଖର ପଣ୍ଡା ଓରଫ ବବୁଲୁ(୨୨)। ଏସ୍ଟିଏଫ୍ ସେମାନଙ୍କ ନିକଟରୁ ୫୦ କେଜି ଗଞ୍ଜେଇ, ମୋବାଇଲ୍ ଫୋନ୍ ଏବଂ କିଛି ଗୁରୁତ୍ବପୂର୍ଣ୍ଣ ଜିିନିଷ ଜବତ କରିଛି। ପ୍ରତି ସପ୍ତାହରେ କେରଳ ଓ ଅନ୍ୟ ରାଜ୍ୟର ନିଶା ବ୍ୟବସାୟୀମାନେ ଭୁବନେଶ୍ବର ଆସି ଅଭିଯୁକ୍ତମାନଙ୍କଠାରୁ ଗଞ୍ଜେଇ ନେଇ ସେମାନଙ୍କ ରାଜ୍ୟକୁ ଫେରି ଯାଉଥିବା ଏସ୍ଟିଏଫ୍ ତଦନ୍ତ ବେଳେ ଜାଣିବାକୁ ପାଇଛି।
Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ
୪ ଗିରଫ, ୫୦ କେଜି ଗଞ୍ଜେଇ ଜବତ
୪ ରାଜ୍ୟରେ ସକ୍ରିୟ, ଟାର୍ଗେଟ୍ରେ ପବ୍ ଓ କ୍ଲବ
ସୂଚନା ମୁତାବକ, ବହୁଦିନ ହେବ ଏହି ରୢାକେଟ୍ କନ୍ଧମାଳ, ବୌଦ୍ଧ, ସୋନ୍ପୁର ଆଦି ଅଞ୍ଚଳରୁ ଶସ୍ତାରେ ଗଞ୍ଜେଇ ଆଣି ରାଜଧାନୀର ବଡ଼ଗଡ଼ ଥାନା ପାଣ୍ଡବନଗର ଅଞ୍ଚଳରେ ଏକ ଘରେ ଗଚ୍ଛିତ ରଖୁଥିଲା। ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଏଜେଣ୍ଟ ସୃଷ୍ଟି କରାଯାଇଥିଲା। ପୁଲିସକୁ ଚକ୍ମା ଦେଇ ଅଳ୍ପ ଅଳ୍ପ ପରିମାଣର ଗଞ୍ଜେଇ ଆଣି ଏକାଠି କରୁଥିଲେ। ପରେ କ୍ବିଣ୍ଟାଲ କ୍ବିଣ୍ଟାଲ୍ ଗଞ୍ଜେଇ ଅନ୍ୟରାଜ୍ୟର ମାଫିଆଙ୍କ ନିକଟକୁ ପଠାଉଥିଲେ। ସେମାନଙ୍କୁ ମୋଟା ଅଙ୍କର କମିସନ ଦେଇ ଗଞ୍ଜେଇ ଚାଲାଣ ପାଇଁ ପ୍ରବର୍ତ୍ତାଉ ଥିଲେ। ସ୍ଥାନୀୟ ଅଞ୍ଚଳରୁ କେଜି ପିଛା ୭୦୦ ଟଙ୍କାରେ କିଣୁଥିବା ଗଞ୍ଜେଇକୁ କେରଳ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ବେଆଇନ ବଜାରକୁ ପଠାଇ କେଜି ପ୍ରତି ୨୦ ହଜାର ଟଙ୍କାରେ ବିକ୍ରି କରୁଥିଲେ। ବିଶେଷ କରି ଏମାନେ ସହରର ପବ୍ ଓ କ୍ଲବ୍କୁ ଏହି ଗଞ୍ଜେଇ ପଠାଉଥିଲେ। ଏସ୍ଟିଏଫ୍ ହାତରେ ଖବର ଲାଗିବା ପରେ ଆଜି ସକାଳ ସମୟରେ ପାଣ୍ଡବନଗର ଅଞ୍ଚଳରେ ଚଢ଼ଉ କରି ୪ଜଣଙ୍କୁ ଗିରଫ କରି ପାଖାପାଖି ୫୦.୫ କେଜି ଗଞ୍ଜେଇ ଜବତ କରିଥିଲା।
Climate Panchayat: ପରିବେଶ ସୁରକ୍ଷା ପାଇଁ ଆହ୍ବାନ
ଜେରାବେଳେ ଟିମ୍ ସେମାନଙ୍କଠାରୁ ରୢାକେଟ୍ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ତଦନ୍ତରେ ଜଣାପଡ଼ିଛି ଯେ ରଶ୍ମି ଜଣେ କଷ୍ଟ ମ୍ୟାନେଜମେଣ୍ଟ୍ର ଛାତ୍ର ହୋଇଥିବା ବେଳେ ଆସିଫ୍ ଏନ୍ଇବିଓଏସ୍ ଡିପ୍ଲୋମାଧାରୀ। ଉଭୟ ଗଞ୍ଜେଇ ଚୋରାଚାଲାଣରେ ସକ୍ରିୟ ଭୂମିକା ନେଇଥିଲେ। ସେହିପରି ପୂର୍ବରୁ ଶୁଭ୍ରାଂଶୁ ନାମରେ ଏକାଧିକ ନିଶା କାରବାର ମାମଲା ଥିବାବେଳେ ଚନ୍ଦନ ଓ ରଶ୍ମି କନ୍ଧମାଳରୁ ଗଞ୍ଜେଇ ସଂଗ୍ରହ କରି ରୢାକେଟ୍କୁ ଯୋଗାଉଥିଲେ। ଜେରା ପରେ ସମସ୍ତ ନିଶା ମାଫିଆଙ୍କୁ କୋର୍ଟଚାଲାଣ କରାଯାଇଛି। ରୢାକେଟ୍ରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଠାବ ପାଇଁ ମାମଲାର ଅଧିକ ତଦନ୍ତ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି।

1 hour ago
1


