Mallikarjun Kharge, Rahul Gandhi: ଲାଲକିଲ୍ଲାକୁ ଆସିଲେ ନାହିଁ ରାହୁଲ- ମଲ୍ଲିକାର୍ଜୁନ

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ସାରା ଦେଶରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ୧୩ତମ ଥର ପାଇଁ ସ୍ବାଧୀନତା‌ ଦିବସରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏଭଳି ଏକ ଗର୍ବର ମୁହୂର୍ତ୍ତରେ  ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲାଲକିଲ୍ଲାରେ ସାମିଲ ହୋଇ ନାହାନ୍ତି। ଏହି କ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ବି ସାମିଲ ଅଛନ୍ତି। ଦୁହେଁ ଦୁଇବର୍ଷ ହେବ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେବାକୁ ଆସୁ ନାହାନ୍ତି। 

ଉଲ୍ଲେଖଯୋଗ୍ୟ,  ୨୦୨୪ରେ ସ୍ୱାଧୀନତା ଦିବସ ସମାରୋହ ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା। ଲୋକସଭାର ବିରୋଧୀ ଦଳ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀଙ୍କ ମାନ୍ୟତା ପ୍ରାପ୍ତ ରାହୁଲ ଗାନ୍ଧୀଙ୍କୁ ଲାଲକିଲ୍ଲାର କାର୍ଯ୍ୟକ୍ରମରେ ଦ୍ୱିତୀୟ ଧାଡ଼ିରେ ବସାଯାଇଥିଲେ। 

ପତାକା ଉତ୍ତୋଳନ କଲେ ବିଜୟ; ବଖାଣିଲେ ସରକାରଙ୍କ କାମ

ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ଯୁକ୍ତି ଦର୍ଶାଇଥିଲା ଯେ ପରିସରରେ ଅଲିମ୍ପିଆନ୍‌ମାନଙ୍କୁ ସ୍ଥାନିତ କରିବା ପାଇଁ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ପ୍ରୋଟୋକଲ୍ ଅନୁଯାୟୀ, ଆନୁଷ୍ଠାନିକ କାର୍ଯ୍ୟକ୍ରମ ସମୟରେ ବିରୋଧୀ ଦଳ ନେତା ପ୍ରଥମ ଧାଡ଼ିରେ ବସିଥାନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.