Mallika in the Traitors: ଟ୍ରେଟର୍ସରେ ମଲ୍ଲିକା

1 month ago 15
ARTICLE AD BOX

ମଲ୍ଲିକା ଶେରାଵତ ବଲିଉଡ୍‌ର ବୋଲ୍‌ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ଜଣେ ମୁଖର ତଥା ସ୍ବାଧୀନଚେତା ଅଭିନେତ୍ରୀ ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ଖୁବ୍ କମ୍‌ ଲୋକ ତାଙ୍କ ଅତୀତ ବିଷୟରେ ଜାଣିଥିବେ। ଏହାର କାରଣ ହେଲା ସେ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବିଶେଷ ଆଲୋଚନା କରନ୍ତି ନାହିଁ। ପ୍ରକୃତରେ ସେ ଲୋକଲୋଚନକୁ ଆସିବା ପୂର୍ବରୁ ତାଙ୍କର ନାମ ଓ କାମ ଭିନ୍ନ ଥିଲା। ତାଙ୍କର ଅସଲ ନାମ- ରୀମା ଲାମ୍ବା। ସେ ହରିୟାଣା ଅନ୍ତର୍ଗତ ହିସାର ଜିଲ୍ଲାର ଏକ ଛୋଟ ଗ୍ରାମରେ ଜନ୍ମ ହୋଇଥିଲେ। େସ ଅଳ୍ପ ବୟସରୁ ଧନୀ ଓ ପ୍ରସିଦ୍ଧ ହେବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ। ଏକ ବିମାନସେବା କମ୍ପାନିରେ ଏଆର୍‌ ହୋଷ୍ଟେସ୍‌ ଭାବରେ କାମ କରୁଥିବା ବେଳେ ସେ ଦିଲ୍ଲୀର ପାଇଲଟ୍‌  କରଣ ସିଂହ ଗିଲ୍‌ଙ୍କ ପ୍ରେମରେ ପଡ଼ିଥିଲେ। ୧୯୯୭ ମସିହାରେ ରୀମା ମାତ୍ର ୨୧ ବର୍ଷ ବୟସରେ କରଣଙ୍କୁ ବିବାହ କରିଥିଲେ।

Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ

ତେବେ ବିବାହର ବନ୍ଧନ ତାଙ୍କ ସ୍ବାଧୀନଚେତା ବ୍ୟକ୍ତିତ୍ବ ସହ ଖାପ ଖାଇଲା ନାହିଁ। ତାଙ୍କର ଗ୍ଲାମର୍‌ ଦୁନିଆରେ ପ୍ରବେଶ କରିବାର ଇଚ୍ଛାକୁ ଶାଶୂଘର ଲୋକ ଗ୍ରହଣ କଲେ ନାହିଁ। ଏଥିପାଇଁ ତାଙ୍କ ଘରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଶେଷକୁ େସ ନିଜର ମହତ୍ତ୍ବାକାଂକ୍ଷା ପୂରଣ କରିବା ପାଇଁ ପାଇଲଟ୍‌ ସ୍ବାମୀଙ୍କ ପାଖରୁ ଅଲଗା ହୋଇଗଲେ। ଏହା ପରେ ସେ ଆଉ ବିବାହ ନ କରି ବଲିଉଡ୍‌ କ୍ୟାରିଅର୍‌ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ଅଭିନୟ ଜଗତକୁ ଆସିବା ସମୟରେ ରୀମା ଲାମ୍ବା ପାଲଟିଗଲେ ମଲ୍ଲିକା ଶେରାଵତ। ବିବାହ ବିଚ୍ଛେଦ ସମ୍ପର୍କରେ ଜାଣିଲେ କାଳେ ଅଭିନୟ କ୍ୟାରିଅର୍‌ ଲାଗି ସମସ୍ୟା ହେବ, ସେ ଭୟରେ ସେ ନିଜ ଅତୀତକୁ ଗୋପନୀୟ ରଖିବାର ନିଷ୍ପତ୍ତି ନେଇଥିଲେ। ଏହା ପରେ  ପ୍ରାୟ ଅଢ଼େଇ ଦଶନ୍ଧି ହେଲା ତାଙ୍କର ଅଭିନୟ କ୍ୟାରିଅର୍‌ ଜାରି ରହିଛି। ଏବେ ଆମାଜନ୍ ପ୍ରାଇମ୍ ଭିଡିଓ ମଞ୍ଚରେ ପ୍ରସାରିତ ହେଉଥିବା ‘ଟ୍ରେଟର୍ସ’ ନାମକ ରିଆଲିଟି ସୋ’ରେ ମଲ୍ଲିକା ସାମିଲ ହୋଇଛନ୍ତି।

Uttarakhand: ୧.୫ ଲକ୍ଷ ଟଙ୍କା ଯୋଗାଡ଼ ନ ହେବାରୁ ରୋମାନିଆ ଯାଇପାରି ନ ଥିଲେ ଛାତ୍ରୀ, ଧାମୀଙ୍କ ସାମ୍ନାରେ ଭାବପ୍ରବଣ ହୋଇ କହିଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.