ARTICLE AD BOX
ଭୁବନେଶ୍ବର: ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଉତ୍କଳ ଅଟୋମୋବାଇଲ୍ସରେ ନୂଆ ସ୍କର୍ପିଓ-ଏନ୍କୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଉତ୍କଳ ଅଟୋମୋବାଇଲ୍ସର ଡିଲର ପ୍ରିନ୍ସିପାଲ୍ ସୌନାକ ଆର୍ ପାରିଖ, ସଞ୍ଜୟ କୁମାର ବିଶ୍ବାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସ୍କର୍ପିଓ-ଏନ୍ର ଏକ୍ସ ସୋରୁମ୍ ଦାମ୍ ୧୩.୬୯ ଲକ୍ଷ ଟଙ୍କା ରହିଛି।
ଉଭୟ ପେଟ୍ରୋଲ ଓ ଡିଜେଲ୍ ଭାରିଆଣ୍ଟରେ ଏହା ଉପଲବ୍ଧ ହୋଇଛି। ଏଥିରେ ପାନୋରାମିକ୍ ସ୍କାଏରୁଫ୍, ବ୍ଲାଇଣ୍ଡ୍ ଭିଉ ମିରର୍, ଡାଇମଣ୍ଡ୍ କଟ୍ ଆଲୟ ହ୍ବିଲ୍, ୩୧.୨୪ ସେମି ଫ୍ଲୋଟିଂ ଏଚ୍ଡି ଟଚ୍ସ୍କ୍ରିନ୍, ୨୩.୦୬ ଏଚ୍ଡି ଡିଜିଟାଲ କ୍ଲଷ୍ଟର୍, ୟୁଏସ୍ବି ଟାଇପ୍-ସି ଫାଷ୍ଟ୍ ଚାର୍ଜିଂ ପୋର୍ଟ ଆଦି ସୁବିଧା ରହିଛି। ଶକ୍ତିଶାଳୀ ପ୍ରଦର୍ଶନ, ଆଧୁନିକ ପ୍ରଯୁକ୍ତି ଓ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଏହାକୁ ଏକ ଆକର୍ଷଣୀୟ ଏସ୍ୟୁଭିରେ ପରଣତ କରିଛି।

2 days ago
6


