ARTICLE AD BOX
ମୁମ୍ବାଇ: ମହାରାଷ୍ଟ୍ରରେ ଗଛ ପଡ଼ି ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ଘଟିବା ପରେ ରାଜ୍ୟର ସାମାଜିକ ନ୍ୟାୟ ମନ୍ତ୍ରୀ ସଞ୍ଜୟ ଶିରସାଟଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଥିଲେ, ଗଛ ପଡ଼ିବା ଏକ ସ୍ୱାଭାବିକ ଘଟଣା। ଏଥିପାଇଁ କାହାକୁ ଦାୟୀ କରାଯାଇପାରିବ ନାହିଁ। ତାଙ୍କର ଏହି ମନ୍ତବ୍ୟକୁ ବିରୋଧୀ ଦଳ ଓ ସାଧାରଣ ଲୋକ ଅସମ୍ବେଦନଶୀଳ ବୋଲି କହି ସମାଲୋଚନା କରିଛନ୍ତି।
ଆହୁରି ପଢନ୍ତୁ :Weather:୧୦୦ ବର୍ଷରେ ତୃତୀୟ ଶୁଖିଲା ଜୁନ୍ ୪ ପ୍ରମୁଖ କାରଣରୁ ୪୦ ପ୍ରତିଶତ କମ୍ ବର୍ଷା
ସୋମବାର ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ସମୟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା। ସେହି ସମୟରେ ସେହି ବାଟ ଦେଇ ଯାଉଥିବା ଏକ ସ୍କୁଲ ବସ୍ ଉପରେ ତାହା ପଡ଼ିବାରୁ ତା’ ଭିତରେ ଥିବା ଜଣେ ୧୧ ବର୍ଷର ବାଳକ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ମୁମ୍ବାଇ ମହାନଗର ନିଗମ (ବିଏମ୍ସି)ର ଅବହେଳାକୁ ନେଇ ପ୍ରଶ୍ନ ଉଠିଥିଲା।
ଆହୁରି ପଢନ୍ତୁ :Tiger Skin Seized ଓଡ଼ିଶା-ଛତିଶଗଡ଼ ସୀମାନ୍ତ ମହାବଳ ବାଘ ଛାଲ ଜବତ, ୨ ଗିରଫ
ଘଟଣା ସମ୍ପର୍କରେ ସାମ୍ବାଦିକମାନେ ପଚାରିବାରୁ ମନ୍ତ୍ରୀ ସଞ୍ଜୟ ଶିରସାଟ କହିଥିଲେ ଯେ, ପ୍ରକୃତି ସମ୍ମୁଖରେ ମଣିଷ ଅସହାୟ। ଗଛ ପଡ଼ିବା ଏକ ସ୍ୱାଭାବିକ ପ୍ରକ୍ରିୟା ଏବଂ ପ୍ରତ୍ୟେକ ଘଟଣା ପାଇଁ ସରକାର କିମ୍ବା ପ୍ରଶାସନକୁ ଦୋଷ ଦେବା ଠିକ୍ ନୁହେଁ। ସେ ଆହୁରି କହିଥିଲେ ଯେ, ରାଜ୍ୟ ସରକାର ଏପରି ଘଟଣା ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି, କିନ୍ତୁ ସବୁ ପ୍ରାକୃତିକ ଘଟଣାକୁ ରୋକିବା ସମ୍ଭବ ନୁହେଁ। ତେବେ ଶିରସାଟଙ୍କ ଏହି ବୟାନ ପରେ ବିରୋଧୀ ଦଳ କଡ଼ା ପ୍ରତିକ୍ରିୟା ଦେଇଛି। ସେମାନଙ୍କ କହିବା ଅନୁସାରେ, ପ୍ରବଳ ବର୍ଷା ପୂର୍ବରୁ ବିପଜ୍ଜନକ ଓ ଜରାଜୀର୍ଣ୍ଣ ଗଛ ଚିହ୍ନଟ କରି କାଟିବା ନଗର ପ୍ରଶାସନର ଦାୟିତ୍ୱ। ଯଦି ସମୟମତେ ଏହି କାମ କରାଯାଇଥାନ୍ତା, ତେବେ ନିରୀହ ଶିଶୁଟିର ଜୀବନ ବଞ୍ଚିପାରିଥାନ୍ତା। ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ମୃତ ବାଳକଙ୍କ ପରିବାର ପ୍ରତି ଅସମ୍ବେଦନଶୀଳ ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି।

1 hour ago
1


