Maharashtra politics: ଏନ୍‌ସିପିର ଦୁଇ ଗୋଷ୍ଠୀ ମିଶ୍ରଣ ସମ୍ଭାବନାକୁ ଖାରଜ କଲେ ସୁପ୍ରିୟା ସୁଲେ

2 days ago 3
ARTICLE AD BOX

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣକୁ ନେଇ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି। ତେବେ ଏନ୍‌ସିପି (ଶରଦଚନ୍ଦ୍ର ପାୱାର) ଗୋଷ୍ଠୀର କାର୍ଯ୍ୟକାରୀ ସଭାପତି ତଥା ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଦୁଇଗୋଷ୍ଠୀ ମିଶ୍ରଣ ଖବରକୁ ଖାରଜ କରିଛନ୍ତି। ଅନ୍ୟପକ୍ଷରେ ଶରଦ ପାୱାରଙ୍କ ଗୋଷ୍ଠୀ ଅଲଗା ଭାବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରେ ସାମିଲ ହେବାକୁ ସୁଯୋଗ ଖୋଜୁଥିବା ମଧ୍ୟ ଚର୍ଚ୍ଚା ହେଉଛି।

ଏକ ମରାଠୀ ନ୍ୟୁଜ୍ ଚ୍ୟାନେଲ୍ ସୂତ୍ରରୁ ଜଣାପଡ଼ିଛି ଯେ, ଶରଦ ପାୱାରଙ୍କ ଗୋଷ୍ଠୀ ଏକ ସ୍ୱାଧୀନ ଦଳ ଭାବରେ ମହାରାଷ୍ଟ୍ରର ଶାସକ ମହାୟୁତି ମେଣ୍ଟରେ ଯୋଗଦେବା ପାଇଁ ବିକଳ୍ପ ସନ୍ଧାନ କରୁଛି। ଯଦି ଏହି ଗୋଷ୍ଠୀ ଏକ ପୃଥକ୍‌ ଦଳ ଭାବରେ ଏନଡିଏରେ ଯୋଗ ଦିଏ, ତେବେ ଏହା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ପଦ ପାଇପାରିବ। 

Maharashtra politics: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ: ଏନ୍‌ସିପି ୨ ଗୋଷ୍ଠୀର ମିଶ୍ରଣ ଚର୍ଚ୍ଚା ଜୋର୍‌

ସୁନେତ୍ରା ପାୱାରଙ୍କ ଏନ୍‌ସିପି ମଧ୍ୟ ସ୍ପଷ୍ଟ କରିଛି ଯେ, ଶରଦ ପାୱାର ଗୋଷ୍ଠୀର ଏନ୍‌ଡିଏ ସହିତ ମିଶ୍ରଣରେ ତାଙ୍କର କୌଣସି ଆପତ୍ତି ନାହିଁ। କିନ୍ତୁ ସୁନେତ୍ରା ଏନ୍‌ସିପିର ଦୁଇ ଗୋଷ୍ଠୀର ମିଶ୍ରଣକୁ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁପ୍ରିୟା କହିଛନ୍ତି, ତାଙ୍କ ଭାଇ ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଅଜିତ ପାୱାରଙ୍କ ଦେହାନ୍ତ ପରେ ଦୁଇ ଗୋଷ୍ଠୀର ମିଶ୍ରଣ ସମ୍ପର୍କିତ ଆଲୋଚନା ଶେଷ ହୋଇଯାଇଛି। ଅଜିତ ବଞ୍ଚିଥିବା ପର୍ଯ୍ୟନ୍ତ ଦୁଇ ଗୋଷ୍ଠୀର ମିଶ୍ରଣ ନେଇ ଆଲୋଚନା ହେଉଥିଲା। ତାଙ୍କ ଦେହାନ୍ତ ହେବା ଦିନଠାରୁ ସେହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏବେ ମିଶ୍ରଣ ନେଇ କୌଣସି ନୂଆ ପ୍ରୟାସ ଚାଲିନାହିଁ ବୋଲି ତାଙ୍କ ମତରୁ ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରି ୨୮ ତାରିଖରେ ମହାରାଷ୍ଟ୍ରର ପୁଣେ ଜିଲ୍ଲା ଅନ୍ତର୍ଗତ ବାରାମତୀ ବିମାନବନ୍ଦରରେ ଅବତରଣ ଉଦ୍ୟମ ବେଳେ ଅଜିତ ପାୱାରଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତ ସପ୍ତାହରେ ସୁନେତ୍ରା ପାୱାରଙ୍କ ଗୋଷ୍ଠୀର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ଓ ପାର୍ଥ ପାୱାର ଶରଦ ପାୱାରଙ୍କୁ ଭେଟିବା ପରେ ମିଶ୍ରଣ ଚର୍ଚ୍ଚା ଜୋର୍ ଧରିଥିଲା। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.