Madhya Pradesh-Bihar: ମଧ୍ୟପ୍ରଦେଶ-ବିହାରରେ ବଜ୍ରପାତରେ ୮ ମୃତ

2 weeks ago 5
ARTICLE AD BOX

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହିତ ଝଡ଼ବର୍ଷା ଲାଗି ରହିଛି। ହରଦା ଓ ଖରଗୋନ୍‌ରେ ବଜ୍ରାଘାତରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଚମ୍ପା ନଦୀର ପ୍ରଚଣ୍ଡ ଜଳପ୍ରବାହରେ ଦୁଇଜଣ ଯୁବକ ବାଇକ୍ ସହିତ ଭାସି ଯାଇଛନ୍ତି। ବିହାରରେ ବଜ୍ରାଘାତରେ ୫ ଜଣଙ୍କ ଜୀବନ ଯାଇଛି। ମଙ୍ଗଳବାର ସନ୍ଧ୍ୟା ୪ଟାରେ ଉତ୍ତର ପ୍ରଦେଶର ସୋନଭଦ୍ରରେ ପିକନିକ୍ ପାଇଁ ବାହାରକୁ ଯାଇଥିବା ତିନି ଜଣ ଲୋକ ବର୍ଷା ଯୋଗୁ ଡ୍ରେନର ପ୍ରବଳ ସ୍ରୋତରେ ଭାସି ଯାଇଥିଲେ। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଉତ୍ତରାଖଣ୍ଡରେ ବର୍ଷା ଯୋଗୁଁ ଡେରାଡୁନରେ ରିସ୍ପନା ନଦୀ ଫୁଲି ଉଠିଥିବାବେଳେ ପ୍ରବଳ ଜଳ ପ୍ରବାହିତ ହେଉଛି।

ଲିଟର ପିଛା ୫ ଟଙ୍କା କମିଲା ବିମାନ ଇନ୍ଧନ ଦର: ଦିଲ୍ଲୀରେ ଏଟିଏଫ୍ ମୂଲ୍ୟ ୧୧୦ ଟଙ୍କାକୁ ହ୍ରାସ

ରୁଦ୍ରପ୍ରୟାଗରେ ଅଳକନନ୍ଦାର ଜଳସ୍ତର ବୃଦ୍ଧି ପାଇ ସଙ୍ଗମର ପାହାଚଗୁଡ଼ିକୁ ବୁଡ଼ାଇ ଦେଇଛି। ଗଙ୍ଗାର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ପ୍ରତି ବର୍ଷ ଜୁଲାଇ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଋଷିକେଶରେ ରାଫ୍ଟିଂକୁ ନିଷିଦ୍ଧ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରୁ ରାଫ୍ଟିଂ ବନ୍ଦ ରହିଛି। ମଙ୍ଗଳବାର ଅପରାହ୍ଣରେ ମୌସୁମୀ ଜମ୍ମୁ-କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରେ ପ୍ରବେଶ କରିଛି। ମୌସୁମୀ ଏପର୍ଯ୍ୟନ୍ତ ଦେଶର ୨୬ଟି ରାଜ୍ୟକୁ ପ୍ରବେଶ କରିଛି। ପୂର୍ବରୁ ଏହା ଜୁନ୍ ୨୪ ତାରିଖରେ ମଧ୍ୟ ପ୍ରଦେଶ ଓ ଗୁଜରାଟରେ ପ୍ରବେଶ କରିଥିଲା। ଜୁଲାଇରେ ଭାରତ ଅଧିକାଂଶ ଅଞ୍ଚଳରେ ସାମାନ୍ୟଠାରୁ କମ୍‌ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.