Maa Shikhar Chandi: ମନ୍ଥର ଗତିରେ ମା’ ଶିଖରଚଣ୍ଡୀଙ୍କ ମନ୍ଦିର ଉନ୍ନତୀକରଣ: କଣ୍ଟ ଗଡ଼ିଗଲାଣି, କାମ ସରୁନି

2 weeks ago 5
ARTICLE AD BOX

ଚନ୍ଦ୍ରଶେଖରପୁର: ମା’ ଶିଖରଚଣ୍ଡୀଙ୍କ ମନ୍ଦିରର ନବକଳେବର କଣ୍ଟ ପୂରିଲାଣି। ୨୦୨୫ରେ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୨୦୨୬ ଜୁନ ସରିଗଲା। ମାସ ପରେ ମାସ ଗଡ଼ୁଥିବା ବେଳେ ଆଜି ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ଦିର ଚାରିପାଖ ବୁଲିବା ସହ ମନ୍ଦିର କମିଟି ଓ ଠିକାଦାରଙ୍କ ସହ ପ୍ରକଳ୍ପ ଉପରେ ଆଲୋଚନା କରିଛନ୍ତି। କାହିଁକି ବିଳମ୍ବିତ ହେଉଛି, କେଉଁଠି ତ୍ରୁଟି ରହିଛି, ଆଉ କ’ଣ ସବୁ ଆବଶ୍ୟକତା ରହିଛି ଆଦି ବିଷୟରେ ପଚାରି ବୁଝିଛନ୍ତି। ଉନ୍ନତୀକରଣ କାମ ଧିମେଇ ଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Mobile Tower: ଛାତ ଉପରେ ଅସୁରକ୍ଷିତ ମୋବାଇଲ ଟାୱାର; ସୁରକ୍ଷା ପ୍ରତି ପ୍ରଶ୍ନବାଚୀ

ସମୀକ୍ଷା କଲେ ଉତ୍ତର ଭୁବନେଶ୍ବର ବିଧାୟକ
ବର୍ଷ ଶେଷ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ

୨୦୨୩ ମେ’ ମାସରେ ଆରମ୍ଭ ହୋଇଥିବା ମା’ଙ୍କ ମୁଖ୍ୟ ମନ୍ଦିର କାମ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ରୂପ ନେଇପାରି ନାହିଁ। ପାର୍ଶ୍ବ ଦେବଦେବୀଙ୍କ ମନ୍ଦିରଗୁଡ଼ିକର ମଧ୍ୟ ବିକାଶ ହୋଇନି। ପୂର୍ବରୁ ଯେଉଁ ରାସ୍ତା ଥିଲା, ତାହା ନଷ୍ଟ ହୋଇଛି। ଏମିତିକି ପାଣି ପାଇପ୍‌ ବିଛାଇବାକୁ ପାହାଡ଼ ଉପରକୁ ଯିବାକୁ ଥିବା ରାସ୍ତାକୁ ଖୋଳି ଦିଆଯାଇଥିଲେ ମଧ୍ୟ ତାହାକୁ ଠିକ୍‌ ଭାବେ ମରାମତି କରାଯାଇ ନାହିଁ। ପାହାଡ଼ ତଳ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ମନ୍ଥର ଗତିରେ ଚାଲୁଛି। ପ୍ରକଳ୍ପ କାମ ଚାଲିଥିବାରୁ ପୂଜାର୍ଚ୍ଚନା କରିବାକୁ ଯିବା ସମୟରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମା’ଙ୍କ ପୀଠରେ ବିଭିନ୍ନ ପର୍ବପର୍ବାଣୀରେ ଠିକ୍‌ ଭାବେ ହୋଇପାରୁ ନାହିଁ। ଭଙ୍ଗା ଯାଇଥିବା ମନ୍ଦିରର ସାମଗ୍ରୀଗୁଡ଼ିକ ବିପଦପୂର୍ଣ୍ଣ ଭାବେ ଏଣେତେଣେ ପଡ଼ିଥିବାରୁ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି। ଏକଦା ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ମା’ଙ୍କ ପୀଠସ୍ଥଳୀ ଏବେ ଦୟନୀୟ ଅବସ୍ଥାରେ ରହିଛି।

Horoscope 2026 July 02: ଜାଣନ୍ତୁ ଆଜିର ରାଶିଫଳ...

ଯୋଜନା ଅନୁଯାୟୀ ଜୋନ୍‌-୧ରେ ପାର୍କିଂ ଓ ସାଧାରଣ ଲୋକଙ୍କ କ୍ରୀଡ଼ା ପ୍ରକଳ୍ପ ଅଧା ଗଢ଼ା ହୋଇ ପଡ଼ିରହିଛି। ଜୋନ୍‌-୨ରେ ହେବାକୁ ଥିବା ଭ୍ୟୁ-ପଏଣ୍ଟ ଓ ଟ୍ରେକିଂ ରୁଟ୍‌ କାମ ଆଉ ଅଳ୍ପ ବାକି ରହିଛି। ଜୋନ୍‌-୩ ଓ ୪ରେ ହେବାକୁ ଥିବା ମନୋରଞ୍ଜନମୂଳକ କାର୍ଯ୍ୟ ଆଗେଇପାରୁ ନାହିଁ। ୨୫ କୋଟି ଟଙ୍କା ବ୍ୟୟରେ ୫୩.୬୪ ଏକର ଅଞ୍ଚଳର ବିକାଶ କାର୍ଯ୍ୟ କରିବାକୁ ଯୋଜନା ହୋଇଥିଲା। ମାତ୍ର ବର୍ତ୍ତମାନ ସମୟରେ ଆହୁରି ଅର୍ଥର ଆବଶ୍ୟକତା ପଡ଼ୁଛି। ବିଧାୟକ ଶ୍ରୀ ରାଉତ କହିଛନ୍ତି ଯେ ପ୍ରକଳ୍ପ କାମ ଏବେ ସୁଦ୍ଧା ପ୍ରାୟ ୭୦% କାମ ଶେଷ ହୋଇଛି। ଆହୁରି ୩୦% କାମ ବାକି ରହିଛି। ତାହାକୁ ଶେଷ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପ ପାଇଁ ଆହୁରି ଅର୍ଥର ଆବଶ୍ୟକତା ରହିଥିବାରୁ ଏନେଇ ଆଲୋଚନା ହୋଇଛି। ଚଳିତବର୍ଷ ଭିତରେ ହିଁ ଯେପରି ଉତ୍ତର ଭୁବନେଶ୍ବରର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ନୂଆ ରୂପ ପାଇବ, ସେଥିପ୍ରତି ସମସ୍ତ ପ୍ରକାର ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି। ସମୀକ୍ଷା ସମୟରେ ଶିଖରଚଣ୍ଡୀ ଉନ୍ନୟନ ପରିଷଦ ସଭାପତି କ୍ଷୀତିଶ ତ୍ରିପାଠୀଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.