Low pressure formed: ସୃଷ୍ଟି ହେଲା ଲଘୁଚାପ ଆଜି ଅବପାତ: ଅଧା ଓଡ଼ିଶାକୁ ଭିଜାଇବ, ଦୁଇଦିନ ପାଇଁ ରେଡ୍‌ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି

2 days ago 6
ARTICLE AD BOX

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଭୋର ସମୟରେ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ଏହା ଅଧିକ ଘନୀଭୂତ ହେବା ସହ ସ୍ପଷ୍ଟ ଚିହ୍ନିତ ଲଘୁଚାପ ରୂପ ନେଇଛି। ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାକୁ ଥିବା ଏହି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳମୁହାଁ ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପ୍ରଭାବରେ ଦକ୍ଷିଣ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସମେତ ଉତ୍ତର, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତେଣୁ ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Neglect: ବିପଦ ସଂକୁଳ କାଠପୋଲରେ ଚାଲିଛି ସିତାପଡ଼ି ଗ୍ରାମବାସୀଙ୍କ ଜୀବନ

ଦୁଇଦିନ ପାଇଁ ରେଡ୍‌ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି
୧୪ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଆସନ୍ତା ୪୮ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅଧା ଓଡ଼ିଶା ପାଇଁ ରେଡ୍‌ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଗୁରୁବାର ପୂର୍ବାହ୍ଣ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକକେନ୍ଦୁଝର ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି ସହ ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ଏଥିସହ ମୟୂରଭଞ୍ଜ, ଅନୁଗୋଳ, କେନ୍ଦ୍ରାପଡ଼ା, ଦେବଗଡ଼, ଯାଜପୁର, କଟକ, ଜଗତ୍‌ସିଂହପୁର, ଢେଙ୍କାନାଳ, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ‌ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର, ଉତ୍ତର ଅଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି। କେନ୍ଦୁଝରରେ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍‌ ୱାର୍ଣ୍ଣିଂ ଏବଂ ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ଦୁଇ ଦିନ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ଦେବଗଡ଼ ଜିଲ୍ଲା ବାରକୋଟ୍‌ରେ ୭୫.୨ ମିମି ବର୍ଷା, ମୟୂରଭଞ୍ଜର ଶୁଳିଆପଦାରେ ୬୧ମିମି, ଯଶିପୁରରେ ୫୮.୪ମିମି, କରଞ୍ଜିଆରେ ୫୦ମିମି, ସାରସକଣାରେ ୪୬ମିମି, ଝୁମ୍ପୁରାରେ ୫୧.୬ମିମି, ପୁରୀ ଜିଲ୍ଲା ଅସ୍ତରଙ୍ଗରେ ୪୩.୬ ମିମି ବର୍ଷା ରେକର୍ଡ କରାଯାଇଛି।

UPSC: ୟୁପିଏସ୍‌ସି ପରି ପରୀକ୍ଷା ପାଇଁ ମାଗଣା ଅନ୍‌ଲାଇନ୍‌ କୋଚିଂ ଦେବେ ଉତ୍ତରାଖଣ୍ଡ ସରକାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.