LOOT: ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ, ତଦନ୍ତ ଆରମ୍ଭ

1 hour ago 1
ARTICLE AD BOX

ବସ୍ତା: ବାଲେଶ୍ୱରଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡ଼ା ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ବସ୍ତା–ବାଲିଆପାଳ ରାସ୍ତାରେ ଥିବା ଦରଡ଼ା ପେଟ୍ରୋଲ ପମ୍ପରେ ଜଣେ ଗ୍ରାହକ ନିଜ ପରିବାର ସହ ପେଟ୍ରୋଲ ଭରୁଥିବା ସମୟରେ ଏକ ବୁଲେଟ୍ ମୋଟରସାଇକେଲରେ ଦୁଇଜଣ ମୁଖାପିନ୍ଧା ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ପେଟ୍ରୋଲ ପମ୍ପର ସେଲ୍ସମ୍ୟାନଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଥିବା ବ୍ୟାଗ ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏନେଇ ଆଜି ବସ୍ତା ଥାନାରେ ଅଭିଯୋଗ ହେବା ପରେ ପୋଲିସ ପେଟ୍ରୋଲ ପମ୍ପରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପୋଲିସ ପ୍ରୟାସ ଚଳାଇଥିବା ସୂଚନା ମିଳିଛି।

ଆହୁରି ପଢନ୍ତୁ: ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା: ଥାଣେର ଜୁପିଟର ହସ୍ପିଟାଲରେ ଭର୍ତ୍ତି

ଉଲ୍ଲେଖଯୋଗ୍ୟ ଯେ, ସପ୍ତାହକ ପୂର୍ବରୁ ସିଂଲା ପୋଲିସ ଏକ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରି ସେମାନଙ୍କ ନିକଟରୁ ବନ୍ଧୁକ ସମେତ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିଲା। ଏହା ପରେ ବାଲେଶ୍ୱର ସହରର ଅଡ଼ର ବଜାରରେ ଘଟିଥିବା ଗୁଳିକାଣ୍ଡରେ ଜଣେ ଯୁବ ବ୍ୟବସାୟୀଙ୍କ ପ୍ରାଣହାନି ଘଟିଥିଲା। ଏହି କ୍ରମାଗତ ଅପରାଧିକ ଘଟଣା ପରେ ଜିଲ୍ଲାର ଆଇନଶୃଙ୍ଖଳାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ତେବେ ବାଲେଶ୍ୱର ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ନେଇ ବିଭିନ୍ନ ମହଳରୁ ମତ ପ୍ରକାଶ ପାଉଥିବା ବେଳେ, ଏହି ଘଟଣାର ପ୍ରକୃତ ସତ୍ୟ ଏବଂ ଲୁଟ୍‌ରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ତଦନ୍ତ ପରେ ଅଧିକ ସ୍ପଷ୍ଟ ସୂଚନା ମିଳିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.