Loot: ଜୟପୁରରେ ବଡ଼ ଧରଣର ଡକାୟତି: ମାରଣାସ୍ତ୍ର ଦେଖାଇ ନଗଦ ୨୨ ଲକ୍ଷ ଓ ସୁନାରୁପା ଲୁଟି ନେଲେ ଦୁର୍ବୃତ୍ତ

2 days ago 3
ARTICLE AD BOX

ଜୟପୁର: ଜୟପୁର ସହରର ଲିଙ୍ଗରାଜ ନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ହୋଇଛି। କେନାଲ ମୁଖ୍ୟ ରାସ୍ତା ପାର୍ଶ୍ୱରେ ରହୁଥିବା ସତ୍ୟନାରାୟଣ ଦଳେଇଙ୍କ ଘରେ ପଶି ୫ ଦୁର୍ବୃତ୍ତ ନଗଦ ୨୨ ଲକ୍ଷ, ୪୦୦ ଗ୍ରାମ ସୁନା, ଅଧ କେଜି ରୁପା ନେଇ ଯାଇଛନ୍ତି।ଡକାୟତି ସମୟର ସମସ୍ତ ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଥିବାରୁ ଦୁର୍ବୃତ୍ତମାନେ ଗଲାବେଳେ ହାର୍ଡ ଡିସ୍କ କାଢ଼ି ନେଇଛନ୍ତି। ଟାଉନ ଥାନା ପୁଲିସ ଘରେ ପହଞ୍ଚି ସାଇଣ୍ଟିଫିକ ଟିମ ସହ ଛାନଭିନ ଆରମ୍ଭ କରିଛି।

ଜୀବନରେ ମାରିବାକୁ ଧମକ ଦେଇଥିଲେ

ସୂଚନା ମୁତାବକ, ଶୁକ୍ରବାର ରାତି ସାଢ଼େ ୧ଟାରେ ଦୁର୍ବୃତ୍ତମାନେ ସତ୍ୟଙ୍କ କବାଟ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରୁଥିଲେ। କବାଟ ଭାଙ୍ଗିବା ଶବ୍ଦ ଶୁଣି ସତ୍ୟ ତଳରୁମକୁ ଆସି କବାଟ ଖୋଲିବା ପରେ ଦୁର୍ବୃତ୍ତମାନେ ଘରେ ପଶି ପ୍ରଥମେ ସତ୍ୟଙ୍କୁ ଆକ୍ରମଣ କରିଥିଲେ। ପାଟି ଶୁଣି ସତ୍ୟଙ୍କ ସାନ ବୋହୂ ପ୍ରୀତିପଦ୍ମା ମହାପାତ୍ର ତଳକୁ ଆସିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରି ଚୁପ ରହିବାକୁ କହିଥିଲେ। ନଚେତ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରିବାରଲୋକ ଭୟରେ ଚୁପ ରହିବା ପରେ ଏକ ଘଣ୍ଟା ଧରି ଲୁଟପାଟ ଚଳାଇଥିଲେ ଦୁର୍ବୃତ୍ତ। ସାଢ଼େ ୨ଟାରେ ଟଙ୍କା, ସୁନା, ରୁପା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯିବା ପରେ ପରିବାର ଲୋକ ପୁଲିସକୁ କଲ କରି ଜଣାଇଥିଲେ। ରାତି ୪ଟାରେ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ଶନିବାର ସକାଳେ ଟାଉନ ଥାନା ଆଇଆଇସି ଉଲ୍ଲାସ ରାଉତ ଟିମ୍ ସହ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିଛନ୍ତି।

A Patient: ଢେଙ୍କାନାଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରି ମହଲାରୁ ଡେଇଁ ପ୍ରାଣ ହରାଇଲେ ରୋଗୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.