Literature: କବିତା ଶରତର ନଈ ଆଉ ଯୁଦ୍ଧ ବିରତି: କବି ଚିରଶ୍ରୀ ଇନ୍ଦ୍ରସିଂଙ୍କ କଲମରୁ ନିଃସୃତ...

2 days ago 4
ARTICLE AD BOX

ଶରତର ନଈ ଆଉ ଯୁଦ୍ଧ ବିରତି

ଚିରଶ୍ରୀ ଇନ୍ଦ୍ରସିଂ

ତଥାପି ଏମିତି ରହିଥିବ
ଆରବର୍ଷକୁ
କାଶତଣ୍ଡୀର ଚେର ଛୁଇଁ
ଶରତ ନଈର ଛଳଛଳ 
କେବଳ ଏତିକି ଭାବିପାରିବାକୁ
ବହୁତ ସାହସ ଲୋଡ଼ା ପଡୁଛି
ଭଲ ନାହିଁ ବେଳକାଳ ।

ପାଣିରେ ନାଚୁଥିଲା କଳାଭଅଁର,
ଆଉ ନାହିଁ
ପାଣିରେ ଚହଲୁଥିଲା ଇସ୍ପାତର ପୋଲ,
ଆଉ ନାହିଁ
ମାଛରଙ୍କା ବସୁଥିଲା ଗଛଡାଳରେ,
ଆଉ ନାହିଁ 
ବୁଢ଼ୀମା’ଟିଏ ସୂର୍ଯ୍ୟଙ୍କୁ ଅଞ୍ଜଳି ଟେକୁଥିଲା 
ବେକେ ପାଣିରେ,
ଆଉ ନାହିଁ

ଆହୁରି ପଢ଼ନ୍ତୁ- Netanyahu: ନେତାନ୍ୟାହୁ ପ୍ରତିଦିନ ଟ୍ରମ୍ପଙ୍କୁ କରୁଛନ୍ତି ଫୋନ୍: ଇରାନ ଉପରେ ପୁଣି ଆକ୍ରମଣ କରିବାକୁ ପକାଉଛନ୍ତି ଚାପ

ଏବେ ରଚନା ଲେଖିବାକୁ ପଡ଼ିଲେ ନଈ ବିଷୟରେ
କଣ ଲେଖିବି ମୁଁ ସଂଶୟରେ।

ଏବେ ଆଖିକୁ କାଟୁଛି
ଭଙ୍ଗାତୁଟା ତୁଠପଥର,
ଦରପୋଡ଼ା ଶିଉଳି ଚକଡ଼ା
ଆକାଶର ନୀଳ, ଜଙ୍ଗଲର ମହୁଡ଼
ଛିଡ଼ିପଡ଼ିଛି ଠାଆକୁ ଠାଆ 
ପବନର ଦେହରେ ଶୁଖୁ ନ ଥିବା ଘା;

ତୁନି ପଡ଼ି ଯାଇଛନ୍ତି
ସବୁଯାକ ପତଙ୍ଗ, ପାଗଳ, ପିଲା ଓ ପୋକଜୋକ
ଥକିଗଲାଣି ନିଆଁ,
ଜଳି ଜଳି ଜଳାଇ ଜଳାଇ
ମାଟିଆ ଲୁହ ପୋଛୁଛି ଗୁମାନି ନଈ।

ଆହୁରି ପଢ଼ନ୍ତୁ- Asian Modern Pentathlon: ଏସୀୟ ମଡର୍ଣ୍ଣ ପେଣ୍ଟାଥଲନ: ଭାରତୀୟ ଦଳରେ ଓଡ଼ିଶାରୁ ୮

ଯାରେ ଲେଉଟାଣି ଯୁଦ୍ଧ ଲେଉଟି ଯା
ସୁସ୍ଥ ହୁଅନ୍ତୁ ପଞ୍ଚଭୂତ
ଭରିଆସୁ ଧୀରେ ଧୀରେ
ଶସ୍ୟରେ ରସ,
ଶରତରେ ରହସ୍ୟ 
ତୃଣରେ ତୂଣୀରରେ
ସବୁଠି ଝଲସିଉଠୁ
କଅଁଳ ସୂର୍ଯ୍ୟର ଛୁଆଁ
ଯାରେ ଲେଉଟାଣି ଯୁଦ୍ଧ ଲେଉଟି ଯା ।

ଯୁଦ୍ଧ ବିରତି ହିସାବ ରଖୁ ଋତୁର 
ଯୁଦ୍ଧ ବିରତି ଦୁଆର କିଳି ଦେଉ ମୃତ୍ୟୁର ।

ମୋ: ୯୧୨୪୯୨୫୯୦୮

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.