Land slide: ରଖେ ହରି ମାରେ କିଏ: ଭୂସ୍ଖଳନରେ ନିଖୋଜ ଶିକ୍ଷକ ୧୪ ଦିନ ପରେ ଉଦ୍ଧାର

2 hours ago 1
ARTICLE AD BOX

ରାଇକିଆ: ରଖେ ହରି ମାରେ କିଏ? ଏମିତି ଘଟିଛି କନ୍ଧମାଳଜିଲ୍ଲା ରାଇକିଆ ବ୍ଲକ୍ ଇନ୍ଦ୍ରଗଡ଼ ପଞ୍ଚାୟତ ଦୁବା ସ୍କୁଲର ଶିକ୍ଷକ ମୋହନ ମହାରଣାଙ୍କ କ୍ଷେତ୍ରରେ। ଭୂସ୍ଖଳନ ବେଳେ ନିଖୋଜ ହୋଇଯାଇଥିବା ମୋହନଙ୍କୁ ଆଜି ଭୂସ୍ଖଳନରେ ନିଶ୍ଚିହ୍ନ ଡାଙ୍ଗେସି ଗ୍ରାମର ପାହାଡ଼ ନିକଟ ଏକ ଖାଲ ଭିତରୁ ଜୀବିତ ଉଦ୍ଧାର କରାଯାଇଛି। ୧୪ ଦିନ ଧରି ସେହି ଖାଲର ଗୋଳିଆ ପାଣି ପିଇ ମୋହନ ନିଜ ଜୀବନ ବଞ୍ଚାଇଥିଲେ। ଆଜି ତାଙ୍କୁ ଉଦ୍ଧାର କରାଯିବା ପରେ ଗ୍ରାମବାସୀ ୧୮ କିଲୋମିଟର ଦୋଳାରେ ବୋହି ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କିନ୍ତୁ କାଦୁଅମିଶା ପାଣି ପିଇଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

Farmers fair: ବେତନଟୀକୁ ମତ୍ସ୍ୟ ଓ ପ୍ରାଣୀପାଳନର ଆଦର୍ଶ ବ୍ଲକ ଭାବେ ଗଢ଼ିବା ଲକ୍ଷ୍ୟ: ବିଧାୟକ

ଗତମାସ ୨୯ ତାରିଖ ରାତିରେ ପ୍ରବଳ ବର୍ଷାରେ ପାହାଡ଼ ଧସି ଡା‌ଙ୍ଗେସି ଗ୍ରାମ ନିଶ୍ଚିହ୍ନ ହୋଇଯାଇଥିଲା। ଗ୍ରାମବାସୀ ପ୍ରାଣବିକଳରେ ନିକଟସ୍ଥ ଦୁବା ଗ୍ରାମକୁ ଦୌଡ଼ିଥିଲେ। ମୋହନ ‌ସେହି ସମୟରେ ଡାଙ୍ଗେସି ଗାଁ ଆଡ଼କୁ ଆସୁଥିଲେ। ହେଲେ ଅନ୍ଧାର ରାତିରେ ସେ ପାହାଡ଼ ନିକଟ ଖାଲରେ ପଡ଼ିଯାଇଥିଲେ। ନିକଟରେ କେହି ନଥିବାରୁ ତାଙ୍କ ଚିତ୍କାର କେହି ଶୁଣି ପାରି ନଥିଲେ। ପରଦିନ ବର୍ଷା ପାଣି ମାଡ଼ରେ ତାଙ୍କ ସ୍ବର ସଂପୂର୍ଣ୍ଣ କ୍ଷୀଣ ହୋଇଯିବାରୁ କାହାକୁ ପାଟି କରି ଡାକି ପାରିନଥିଲେ। ଜଙ୍ଗଲରେ କେହି ତାଙ୍କୁ ଦେଖି ମଧ୍ୟ ପାରିନଥିଲେ। 

Weekly Horoscope 2026 November 15 to 21: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏପଟେ ବାତ୍ୟା ପ୍ରଭାବ କମିବା ପରେ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରି ନିରାଶ ହୋଇ ରାଇକିଆ ଥାନାର ଦ୍ବାରସ୍ଥ ହୋଇଥି‌ଲେ। ପୁଲିସ ନିଖୋଜ ମାମଲା ରୁଜୁ କରି ଖୋଜାଖୋଜି ଆରମ୍ଭ କରିଥିଲେ ହେଁ ମୋହନଙ୍କ ସନ୍ଧାନ ମିଳି ନଥିଲା। ଆଜି ଜଣେ ଗାଈ ଜଗୁଆଳି ଗାଈପଲ ନେଇ ଯାଇଥିବା ବେଳେ କ୍ଷୀଣ ଶବ୍ଦ ଶୁଣି ଖାଲ ନିକଟକୁ ଯାଇ ମୋହନଙ୍କୁ ଠାବ କରିଥିଲେ। ଗ୍ରାମବାସୀ ପହଞ୍ଚି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ୧୪ ଦିନ ଧରି ଖାଦ୍ୟପାନୀୟ ଅଭାବରୁ ସେ ଗୁରୁତର ହୋଇ ପଡ଼ିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୋହନଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯିବା ପରେ ପରିବାର ଲୋକେ ଆଶ୍ବସ୍ତ ‌ହୋଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.