ARTICLE AD BOX
ଭୁବନେଶ୍ୱର: ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱରର ବାୟୋକେମିଷ୍ଟ୍ରି ବିଭାଗ ପକ୍ଷରୁ ତିନିଟି ଅତ୍ୟାଧୁନିକ ପରୀକ୍ଷାଗାର ଶୁଭାରମ୍ଭ କରାଯାଇଛି। ଗର୍ଭକାଳୀନ ଓ ନବଜାତ ଶିଶୁ (ଆଣ୍ଟିନେଣ୍ଟାଲ୍ ଏଣ୍ଡ୍ ନିୟୁବର୍ଣ୍ଣ) ସ୍କ୍ରିନିଂ ଲାବୋରେଟୋରି, ଇମ୍ୟୁନୋଲୋଜି ଲାବୋରେଟୋରି ଏବଂ ଏଚ୍ପିଏଲ୍ସି ଲାବୋରେଟୋରିକୁ ଏମ୍ସ ଭୁବନେଶ୍ବରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ଆଶୁତୋଷ ବିଶ୍ବାସ ଉଦ୍ଘାଟନ କରିଛନ୍ତି। ଏନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ କହିଛନ୍ତି ଯେ, ଏହି ଉନ୍ନତ ପ୍ଲାଟଫର୍ମ ମାଧ୍ୟମରେ ପରିସ୍ରା ଏବଂ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଭଳି ନମୁନାରେ ଅତ୍ୟନ୍ତ ସୂକ୍ଷ୍ମ ମାତ୍ରାରେ ଥିବା ପଦାର୍ଥଗୁଡ଼ିକୁ ଚିହ୍ନଟ କରାଯାଇପାରିବ। ଫଳରେ ରୋଗ ନିର୍ଣ୍ଣୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ। ଓଡ଼ିଶାର ଅନ୍ୟ କୌଣସି ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ବର୍ତ୍ତମାନ ଏହି ସୁବିଧା ଉପଲବ୍ଧ ନଥିବା ଡ. ବିଶ୍ବାସ ସୂଚନା ପ୍ରଦାନ କରିଛନ୍ତି।
Education: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ‘ଆଇକନିକ୍ ଟାୱାର’କୁ ଉଦ୍ଘାଟନ କଲେ ଉପରାଷ୍ଟ୍ରପତି
ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ ପରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବ
ଅତ୍ୟାଧୁନିକ ରୋଗ ନିର୍ଣ୍ଣୟ ସୁବିଧା କ୍ଷେତ୍ରରେ ରାଜ୍ୟରେ ପ୍ରଥମ
ଏହି ଅବସରରେ ଡିନ୍ ଡା. ଦିଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡା. ପ୍ରଭାସ ରଞ୍ଜନ ତ୍ରିପାଠୀ ଏବଂ ଡିନ୍ (ପରୀକ୍ଷା) ତଥା ବାୟୋକେମିଷ୍ଟ୍ରି ବିଭାଗୀୟ ମୁଖ୍ୟ ଡା. ମନସ୍ୱିନୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସମ୍ବେଦନଶୀଳ ପରୀକ୍ଷଣ ପାଇଁ ଗର୍ଭକାଳୀନ ଓ ନବଜାତ ଶିଶୁ (ଆଣ୍ଟିନେଣ୍ଟାଲ୍ ଏଣ୍ଡ୍ ନିୟୁବର୍ଣ୍ଣ) ସ୍କ୍ରିନିଂ ଲାବୋରେଟୋରିରେ ଏକ ନୂତନ ‘ରେଭିଟି ଭିକ୍ଟର ୨ଡି ଫ୍ଲୋରୋମିଟର’ ସ୍ଥାପନ କରାଯାଇଛି। ଏତଦ୍ବ୍ୟତୀତ ‘ଇମ୍ୟୁନୋରିଆକ୍ଟିଭ୍ ଟ୍ରିପସିନୋଜେନ୍’ (ଆଇଆର୍ଟି) ମାଧ୍ୟମରେ ‘ସିଷ୍ଟିକ୍ ଫାଇବ୍ରୋସିସ୍’ ପରୀକ୍ଷା ମଧ୍ୟ ଆରମ୍ଭ କରାଯିବ। ଏହି ପରୀକ୍ଷାଗାରରେ ଗର୍ଭକାଳୀନ ସ୍ୱତନ୍ତ୍ର ପରୀକ୍ଷଣ ସୁବିଧା ମଧ୍ୟ ଉପଲବ୍ଧ ରହିବ। ଇମ୍ୟୁନୋଲୋଜି ପରୀକ୍ଷାଗାରକୁ ‘ସିମେନ୍ସ ଆଟେଲିକା ନେଫେଲୋମିଟର’ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସୁଦୃଢ଼ କରାଯାଇଛି। ଏହି ପରୀକ୍ଷାଗାର ରୋଗ ପ୍ରତିରୋଧକ ଶକ୍ତି ଅଭାବ କାରଣରୁ ହେଉଥିବା ଏକାଧିକ ରୋଗ ଚିହ୍ନଟ କରିବାରେ ବିଶେଷ ସହାୟକ ହେବ। ଉଭୟ ପରିସ୍ରା ଏବଂ ରକ୍ତରୁ ରୋଗ ଚିହ୍ନଟ କରାଯାଇପାରିବ। ଏହା ବ୍ୟତୀତ, ଅଙ୍ଗ ପ୍ରତିରୋପଣ କରାଉଥିବା ରୋଗୀମାନଙ୍କ ପାଇଁ ‘ଲିମ୍ଫୋସାଇଟ୍ କ୍ରସ୍-ମ୍ୟାଚିଂ’ ସେବା ମଧ୍ୟ ଆରମ୍ଭ କରାଯିବ।
Horoscope 2026 November 17: ଜାଣନ୍ତୁ ଆଜିର ରାଶିଫଳ...
ମଧୁମେହ ନିର୍ଣ୍ଣୟ ଏବଂ ମନିଟରିଂ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ଏଚ୍ପି୧ଏସି ପରୀକ୍ଷା ପାଇଁ ଏଚ୍ପିଏଲ୍ସି ପରୀକ୍ଷାଗାର ବିଶେଷ ସହାୟକ ହେବ। ମଧୁମେହ ରୋଗ କ୍ଷେତ୍ରରେ ଉଚ୍ଚତର ଏବଂ ଅତ୍ୟାଧୁନିକ ମାନର ପରୀକ୍ଷଣ ବ୍ୟବସ୍ଥା, ରୋଗୀଙ୍କୁ ବେଶ ସହାୟକ ହେବ। ଦେଶରେ ଥିବା ସମସ୍ତ ଏମ୍ସ ମଧ୍ୟରେ ଏମ୍ସ ଭୁବନେଶ୍ୱର ହେଉଛି ପ୍ରଥମ ପ୍ରତିଷ୍ଠାନ ଯେଉଁଠି ଏପରି ଭିତ୍ତିଭୂମିର ବିକାଶ କରାଯାଇଛି।

1 hour ago
1


