ARTICLE AD BOX
କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ପରେ ରାଜନୈତିକ ବାତାବରଣ ଅତ୍ୟନ୍ତ ସରଗରମ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ବିଜେପି ସରକାର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ତିନୋଟି ଯାକ ପ୍ରମୁଖ ଗୋଷ୍ଠୀ ଉପରେ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମମତା ବାନାର୍ଜୀ, ଋତବ୍ରତ ବାନାର୍ଜୀ ଏବଂ ହୁମାୟୁନ କବୀରଙ୍କ ଶିବିର ଏବେ ସରକାରଙ୍କ ସିଧାସଳଖ ଟାର୍ଗେଟ୍କୁ ଚାଲିଆସିଛନ୍ତି, ଯାହାଫଳରେ ସେମାନଙ୍କର ରାଜନୀତିକ ଭବିଷ୍ୟତକୁ ନେଇ ସଙ୍କଟ ସୃଷ୍ଟି ହୋଇଛି।
ଆହୁରି ପଢନ୍ତୁ :Odisha Cabinet decisions ରାଜ୍ୟ ମନ୍ତ୍ରିମଣ୍ଡଳର ୧୨ ଫୈସଲା: କେଜିରୁ ପିଜି ଶିକ୍ଷା ଦେୟ ମୁକ୍ତ, ୧୦ମ ଶ୍ରେଣୀ ଯାଏଁ ମଧ୍ୟାହ୍ଣ ଭୋଜନ
ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ଟିଏମ୍ସି ମଧ୍ୟରେ ଆଭ୍ୟନ୍ତରୀଣ କନ୍ଦଳ ଏବଂ ବିଭାଜନ ପ୍ରକ୍ରିୟା ତେଜିଥିଲା। ପ୍ରଭାବଶାଳୀ ନେତା ହୁମାୟୁନ କବୀର ନିଜର ଏକ ସ୍ବାଧୀନ ଦଳ ଗଠନ କରି ଦୁଇଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟତମ ବରିଷ୍ଠ ନେତା ଋତବ୍ରତ ବାନାର୍ଜୀ ପ୍ରାୟ ୬୦ ଜଣ ବିଧାୟକଙ୍କୁ ନିଜ ସପକ୍ଷକୁ ନେଇ ନିଜ ଗୋଷ୍ଠୀକୁ ପ୍ରକୃତ ଟିଏମସି ଭାବେ ଘୋଷଣା କରିଥିଲେ। ଅପରପକ୍ଷରେ, ଦଳର ସୁପ୍ରିମୋ ମମତା ବାନାର୍ଜୀ କେବଳ ନିଜର କିଛି ସୀମିତ ଅନୁଗତଙ୍କୁ ନେଇ ଏବେ ରାଜନୀତିକ ଲଢ଼େଇ ଜାରି ରଖିଛନ୍ତି। ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଏବଂ ସାଂଗଠନିକ ସ୍ତରରେ ବଡ଼ ଫାଟ ଯୋଗୁଁ ସେମାନଙ୍କ ସ୍ଥିତି ଏବେ ଅତ୍ୟନ୍ତ ଦୋହଲି ଯାଇଛି।
ଆହୁରି ପଢନ୍ତୁ :Tamil Nadu goverment:ଗୋହତ୍ୟା ନିଷେଧ ପ୍ରସଙ୍ଗ: ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କଲେ ତାମିଲନାଡୁ ସରକାର
ଟିଏମସିର ସାଂଗଠନିକ ଶକ୍ତିର ପରିଚୟ ପାଲଟିଥିବା ପାରମ୍ପରିକ ‘ସହିଦ ଦିବସ’ କାର୍ଯ୍ୟକ୍ରମ ଚଳିତ ବର୍ଷ ତିନୋଟି ଯାକ ଗୋଷ୍ଠୀ ପାଇଁ ବଡ଼ ପ୍ରତିବନ୍ଧକ ସାଜିଛି। ଆଇନ ଶୃଙ୍ଖଳା ପରିସ୍ଥିତି ଦର୍ଶାଇ ରାଜ୍ୟ ପ୍ରଶାସନ ପକ୍ଷରୁ ବଡ଼ ସମାବେଶ ପାଇଁ ଅନୁମତି ପ୍ରଦାନ କରାଯାଇ ନାହିଁ। ଫଳରେ ମମତା ବାନାର୍ଜୀ ଏବଂ ଋତବ୍ରତ ବାନାର୍ଜୀଙ୍କ ପକ୍ଷରୁ ହେବାକୁ ଥିବା ଶକ୍ତି ପ୍ରଦର୍ଶନର ସମସ୍ତ ଯୋଜନା ଫେଲ୍ ମାରିଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୌଣସି ବି ଗୋଷ୍ଠୀକୁ ଆଉ ବେଆଇନ ରାଜନୀତିକ ମଞ୍ଚ ପ୍ରଦାନ କରାଯିବ ନାହିଁ ବୋଲି ସ୍ପଷ୍ଟ ସଂକେତ ଦେଇଛନ୍ତି। ବିଜେପି ସରକାରର ରଣନୀତି ଅନୁଯାୟୀ, ମମତା ବାନାର୍ଜୀ ଗୋଷ୍ଠୀର ଶୀର୍ଷ ନେତାମାନଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଯାଞ୍ଚ ପ୍ରକ୍ରିୟାକୁ ଅଧିକ ତ୍ବାରାନ୍ବିତ କରାଯାଇଛି। ଉତ୍ତେଜନାମୂଳକ ବୟାନ ପାଇଁ ହୁମାୟୁନ କବୀରଙ୍କ ବିରୋଧରେ ଗମ୍ଭୀର ଆପରାଧିକ ମାମଲା ରୁଜୁ କରାଯାଇଛି।

2 hours ago
1


