kidney disease: କିଡ୍‌ନି ରୋଗରେ ସଢ଼ୁଛି ସାନସଡ଼ା

1 hour ago 1
ARTICLE AD BOX

ଅନୁଗୋଳ (କପିଳେନ୍ଦ୍ର ପ୍ରଧାନ): ଶିଳ୍ପସମୃଦ୍ଧ ଅନୁଗୋଳରେ ଚିନ୍ତା ବଢ଼ାଉଛି କିଡ୍‌ନି ରୋଗ। ବହୁ ଗାଁକୁ ଏହି ରୋଗ କବଳିତ କଲାଣି। ଖାଲି ସେତିକି ନୁ‌େହଁ, ପାଳଲହଡ଼ା ଭଳି ଶିଳ୍ପବିହୀନ ବ୍ଲକ୍‌ରେ ବି ଏମିତି ଗାଁ ଅଛି, ଯେଉଁଠି ପ୍ରତି ୪ ପରିବାର ମଧ୍ୟରେ ଗୋଟିଏ ପରିବାରରେ ନିଶ୍ଚୟ ଜଣେ କି ୨ଜଣ କିଡ୍‌ନି ରୋଗୀ ଦେଖିବାକୁ ମିଳୁଛି। ଏମିତି ଏକ ଗାଁ ହେଉଛି ବଡ଼ସଡ଼ା ପଞ୍ଚାୟତର ସାନସଡ଼ା। ପ୍ରତିବର୍ଷ ସାନସଡ଼ା ଗାଁରେ ଏହି ମାରାତ୍ମକ ରୋଗ ୫ରୁ ୬ ଜଣଙ୍କ ଜୀବନ ନେଉଛି।

Ladakh protest: ନିର୍ବାଚନ ବିରୋଧରେ ପୁଣି ଆନ୍ଦୋଳନ ଚେତାବନୀ ଦେଲେ ୱାଙ୍ଗଚୁକ୍‌

ସାନସଡ଼ା ଗାଁର ଗୋକୁଳ ବେହେରା। ବୟସ ୫୦ ପାଖାପାଖି ହେବ। ୫ ବର୍ଷ ହେଲା କିଡ୍‌ନି ରୋଗରେ ଆକ୍ରାନ୍ତ। ଜୀବନ ବଞ୍ଚାଇବାକୁ ପ୍ରତିମାସରେ କଟକ ବଡ଼ ଡାକ୍ତରଖାନା ଦୌଡ଼ୁଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବାବଦରେ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। କେବଳ ଗୋକୁଳ ନୁହନ୍ତି, ସାନସଡ଼ା ଗାଁର ପ୍ରାୟ ୨୫ ଭାଗ ପରିବାରରୁ କେହି ନା କେହି କିଡ୍‌ନି ରୋଗରେ ପୀଡ଼ିତ। ଗାଁରେ ଥିବା କିଡ୍‌ନି ରୋଗୀଙ୍କ ସମ୍ପର୍କରେ ସଂଗୃହୀତ ତଥ୍ୟ କହୁଛି, ଏବେ ସାନସଡ଼ାରେ ୬୦ରୁ ଅଧିକ ଲୋକ କିଡ୍‌ନି ରୋଗରେ ଆକ୍ରାନ୍ତ। ଗତ କିଛି ବର୍ଷ ଭିତରେ ସାନସଡ଼ା ଗାଁରୁ ପ୍ରାୟ ୨୦ ଜଣଙ୍କ ଜୀବନ ନେଇସାରିଲାଣି ଏ କିଡ୍‌ନି ରୋଗ। ସାନସଡ଼ାର ବିନୋଦ କୁମାର ସାହୁ କହିଛନ୍ତି, ଗାଁରେ କାହିଁକି କିଡ୍‌ନି ରୋଗ ବ୍ୟାପୁଛି, ତାହାର କାରଣ ସେମାନେ ଜାଣିନାହାନ୍ତି। ତେବେ ଦୂଷିତ ପାଣି ବ୍ୟବହାର ଯୋଗୁ ଗାଁ ସାରା କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇସାରିଥିବା ସନ୍ଦେହ କରୁଛନ୍ତି। ଯଦି ଗାଁ‌ରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଏ, ତେବେ ବାସ୍ତବ କିଡ୍‌ନି ରୋଗୀଙ୍କ ସଂଖ୍ୟା ଢେର୍‌ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ତେଣୁ, ଗାଁରୁ କିଡ୍‌ନି ରୋଗର ପ୍ରତିକାର ପାଇଁ ସରକାର ପଦକ୍ଷେପ ନେବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି।

ଗାଁର ୨୫% ପରିବାରରେ କିଡ୍‌ନି ରୋଗୀ
ପ୍ରତିବର୍ଷ ନେଉଛି ୫-୬ ଲୋକଙ୍କ ଜୀବନ
ରକ୍ତପରୀକ୍ଷା କରାଇ ସ୍ବାସ୍ଥ୍ୟ ବିଭାଗ ଚୁପ୍‌
କାରଣ ଖୋଜିବ ଆର୍‌ଏମ୍‌ଆର୍‌ସି: ସିଡିଏମ୍‌ଓ

Snakes: ଜାଣନ୍ତୁ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ, ବିନା ଖାଦ୍ୟରେ ବର୍ଷେ ପର୍ଯ୍ୟନ୍ତ ବଞ୍ଚିପାରନ୍ତି ସାପ, ଜିଭ ଜିପିଏସ ଭଳି କରେ କାମ

ସାନସଡ଼ା ଗାଁର ଆଶାକର୍ମୀ ଜ୍ୟୋତିର୍ମୟୀ ମହାକୁଡ଼ କହିଛନ୍ତି, କିଡ୍‌ନି ରୋଗ ବ୍ୟାପୁଥିବାରୁ ପ୍ରତିବର୍ଷ ଗାଁକୁ ଡାକ୍ତରୀ ଟିମ୍‌ ତ’ ଆସୁଛନ୍ତି, ହେଲେ କେବଳ ରକ୍ତଚାପ ପରୀକ୍ଷା କରୁଛନ୍ତି ଓ ରୋଗୀଙ୍କ ରକ୍ତ ନମୁନା ନେଇ ଫେରିଯାଉଛନ୍ତି। କିଡ୍‌ନି ରୋଗର କାରଣ ନେଇ କୌଣସି ସୂଚନା ଦେଉନାହାନ୍ତି। ଏମିତିକି କିଛି ସରକାରୀ ବାବୁ ନିୟମିତ ବ୍ୟବଧାନରେ ଗାଁକୁ ଆସି ପାଣି ନମୁନା ସଂଗ୍ରହ କରି ନେଉଛନ୍ତି, କିନ୍ତୁ ଏହାର ରିପୋର୍ଟ କେବେ ଗାଁ ଲୋକଙ୍କୁ ମିଳେନି। ଏପଟେ ଅନୁଗୋଳ ସିଡିଏମ୍‌ଓ ଡାକ୍ତର ଦିଲ୍ଲୀପ ପଟ୍ଟନାୟକ କହିଛନ୍ତି, ଦୂଷିତ ପାଣି ବ୍ୟତୀତ କିଡ୍‌ନି ରୋଗର ଅନେକ କାରଣ ଅଛି। ରକ୍ତଚାପ ଓ ମଧୁମେହ ରୋଗୀଙ୍କୁ ମଧ୍ୟ କିଡ୍‌ନି ରୋଗ ହେବାର ଆଶଙ୍କା ରହିଛି। ଏହାଛଡ଼ା ବିନା ଡାକ୍ତରୀ ପରାମର୍ଶରେ ପେନ୍‌କିଲର ସେବନ ବି କିଡ୍‌ନି ରୋଗର ଅନ୍ୟତମ କାରଣ। କିନ୍ତୁ, ଅନୁଗୋଳ ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ କାହିଁକି କିଡ୍‌ନି ରୋଗ ବ୍ୟାପୁଛି, ତାହା ଜାଣିବା ପାଇଁ ଜିଲ୍ଲା ପ୍ରଶାସନ ଭୁବନେଶ୍ବରସ୍ଥିତ ଆଇସିଏମ୍‌ଆର୍‌ ସହ ଅନୁବନ୍ଧିତ ହୋଇଛି। ଖୁବ୍‌ଶୀଘ୍ର ଆଇସିଏମ୍‌ଆର୍‌ ଟିମ୍‌ ଜିଲ୍ଲାରେ ଗବେଷଣା ଆରମ୍ଭ କରିବ ଓ ଏହାର କାରଣ ଖୋଜିବ। ଏହାପରେ ଅନୁଗୋଳରୁ କିଡ୍‌ନି ରୋଗ ନିରାକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.