Kidnapping: ନାବାଳକଙ୍କୁ ଅପହରଣ କରି ମୁଣ୍ଡଜାମିନ, ୪ ଗିରଫ: ଜେଲ ଫେରନ୍ତାଙ୍କ ସଂପୃକ୍ତି ସନ୍ଦେହ

1 hour ago 1
ARTICLE AD BOX

ଭୁବନେଶ୍ବର: ସ୍ପେସାଲ୍ ସ୍କ୍ବାଡ୍ ନାଁରେ ଜଣେ ନାବାଳକଙ୍କୁ ଅପହରଣ କରି ପ୍ରଥମେ ବ୍ରାଉନ୍‌ସୁଗାର ଆଣିବାକୁ କହିବା ଏବଂ ପରେ ୨୦ହଜାର ଟଙ୍କା ପାଇଁ ମୁଣ୍ଡ ଜାମିନ୍ ରଖିବା ଘଟଣାରେ ସହିଦନଗର ଥାନା ପୁଲିସପଥରବନ୍ଧ ବସ୍ତିର ୪ ଦୁର୍ବୃତ୍ତ ମାନସ ସିଂହ ଓରଫ ମଣିଆ, ମିଟୁ ନାୟକ, ମାନସ ରଂଜନ ସ୍ବାଇଁ ଓରଫ ମୁନା ଓ ରାଜେଶ ସାହୁଙ୍କୁ ଗିରଫ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଘଟଣାରେ କିଛି ଦୁର୍ଦ୍ଦାନ୍ତ ଅପରାଧୀ ତଥା ନିକଟରେ ଝାରପଡ଼ା ଜେଲ୍‌ରୁ ଜାମିନ୍‌ରେ ମୁକୁଳିଥିବା ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। ଏନେଇ ଆଜି ଜୋନ୍-୫ ଏସିପି ବିଶ୍ବରଂଜନ ସେନାପତି ଓ ସହିଦନଗର ଥାନା ଆଇଆଇସି ସୁଚିତ୍ରବିର୍ଯ୍ୟ ଦାସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

Earthquake: ଭେନେଜୁଏଲାରେ ଯୁଗଳ ଭୂକମ୍ପ ପରେ ମୃତ୍ୟୁସଂଖ୍ୟା ବଢ଼ୁଛି

ପୁଲିସ ସୂଚନା ଅନୁସାରେ, ଗତକାଲି ମଧ୍ୟାହ୍ନରେ ସହିଦନଗର ଅଞ୍ଚଳର ଜଣେ ନାବାଳକ ସାଇକେଲ ନେଇ ବିରିୟାନି ଆଣିବା ପାଇଁ ଭବାନୀ ମଲ୍ ଅଭିମୁଖେ ଯାଉଥିଲେ। ପଥରବନ୍ଧ ବସ୍ତି ନିକଟରେ କିଛି ଦୁର୍ବୃତ୍ତ ପ୍ରଥମେ ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ନାବାଳକ ଜଣକ ସାଇକେଲ୍‌ରୁ ଛିଟ୍‌କି ପଡ଼ିଥିଲେ। ଏହା ପରେ ତାଙ୍କୁ ଅଟକ ରଖି ମାର୍‌ଧର କରିବା ସହିତ ଶାନ୍ତିପଲ୍ଲୀ ବସ୍ତିରୁ ଯାଇ ତାଙ୍କ ପାଇଁ ବ୍ରାଉନ୍‌ସୁଗାର ଆଣିବାକୁ କହିଥିଲେ। ନାବାଳକ ନିଶା ଆଣିବା କଥା ମନା କରିବାରୁ ତାଙ୍କୁ ମାଡ଼ ମାରି ଅଭିଯୁକ୍ତମାନେ ଏକ ଅଟୋ ସାହାଯ୍ୟରେ ଅପହରଣ କରିଥିଲେ। ଅଭିଯୁକ୍ତମାନେ ପ୍ରାୟ ୪ଘଣ୍ଟା କାଳ ତାଙ୍କ ବେକରେ ବ୍ଲେଡ୍ ଲଗାଇ ଅଟୋରେ ବସାଇ ବିଭିନ୍ନ ଆଡ଼େ ବୁଲାଇଥିଲେ। ପରେ ଅଭିଯୁକ୍ତମାନେ ସତ୍‌ସଙ୍ଗବିହାରସ୍ଥିତ ଆଡ଼ାକୁ ନେଇ ସେଠାରୁ ତାଙ୍କୁ ଭଉଣୀକୁ ଫୋନ୍ କରିଥିଲେ। ସନ୍ଧ୍ୟା ସୁଦ୍ଧା ଆକାଉଣ୍ଟରେ ୨୦ହଜାର ଟଙ୍କା ନ ଦେଲେ ଭାଇର ମୁଣ୍ଡ ଗଡ଼ିବ ବୋଲି ଧମକ ଦେଇଥିଲେ।

Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ

ଅନ୍ୟ ଉପାୟ ନପାଇ ନାବାଳକଙ୍କ ଭଉଣୀ ସହିଦନଗର ଥାନାରେ ଭାଇ ଅପହରଣ ବାବଦରେ ଅଭିଯୋଗ କରିଥିଲେ। ପରେ ପୁଲିସ ଏକ ସ୍ବତନ୍ତ୍ର ଟିମ୍ କରି ଅଭିଯୁକ୍ତଙ୍କ ଫୋନ୍ କଲ୍ ଟ୍ରେସ୍ କରିଥିଲେ। ଏହା ପରେ ପୁଲିସ ଫୋନ୍ ଟ୍ରାକ୍ କରି ଉଭୟ ଅପହର୍ତ୍ତା ଓ ଅପହୃତଙ୍କୁ ବାଣୀବିହାର ରେଳ ଲାଇନ୍ ପାଖରୁ କାବୁ କରିଥିଲା। ୪ଜଣଙ୍କୁ ଧରିବାର ସକ୍ଷମ ହୋଇଥିଲେ ସୁଦ୍ଧା ଏହି ଘଟଣାରେ ୨ଜଣ ଜେଲ୍ ଫେରନ୍ତାଙ୍କ ସମେତ ଆହୁରି ୫ ଅଭିଯୁକ୍ତ ଖସିଯାଇଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.