ARTICLE AD BOX
ମଦନପୁର ରାମପୁର(ନିରଞ୍ଜନ ମହାରଣା): ମ. ରାମପୁର ପୋଲିସ ତରଫରୁ ଆଜି (ବୁଧବାର) ଡକାୟତି ଓ ଅପହରଣ ମାମଲାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Kidnap: ଅପହରଣ ମାମଲାରେ ମହିଳା ଗିରଫ, ନାବାଳିକା ଉଦ୍ଧାର
ସେମାନଙ୍କ ନିକଟରୁ ୪ଟି ବାଇକ, ୫ଟି ମୋବାଇଲ ଫୋନ ସମେତ ୨୦ ହଜାର ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ- ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଫଟାମୁଣ୍ଡା ଗ୍ରାମର ଅଶୋକ ସୁନା (୩୨), ମୁର୍ସୀଙ୍ଗ ଗ୍ରାମର ଭୁବନେଶ୍ୱର ଭୋଇ ( ୨୮), ବଲାଙ୍ଗୀର ଜିଲ୍ଲା ଟିଟିଲଗଡ଼ ଥାନା ଚନ୍ଦୁତରା ଗ୍ରାମର ପ୍ରତ୍ୟୁଷ ମିର୍ଦ୍ଧା (୨୭), ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଧଣ୍ଡାମାଳ ଗ୍ରାମର ଅବିନାଶ ନାଗ ଓ ବ୍ରଜବନ୍ଧୁ କାଲଫାଇ (୩୯) ଙ୍କୁ କୋର୍ଟ ଚାଲାଣ କରିଛି।
ଲୋକୋପାଇଲଟ୍ ଅପହରଣ ଓ ଲୁଟ୍ ଘଟଣା: ଭୁବନେଶ୍ବରରୁ ୩ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ସୂଚନାରୁ ପ୍ରକାଶ, ମ.ରାମପୁର ଥାନା ଅଞ୍ଚଳରେ ଗତ ୯ ତାରିଖ ସକାଳ ସମୟରେ ପାଜିକେରି ଗ୍ରାମର ଜଣେ ଯୁବକ ବାଇକ୍ ଯୋଗେ ନିଜ ବନ୍ଧୁଙ୍କ ସାଙ୍ଗରେ ଏକ ମୋଟର ସାଇକେଲରେ ଯିବା ବେଳେ ରାମୁତ ଘାଟି ନିକଟରେ ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇଥିଲେ। ପରେ ଅଭିଯୁକ୍ତମାନେ ଯୁବକଙ୍କୁ ଅବହରଣ କରିନେଇଥିଲେ। ଏକ ନିର୍ଜନ ଜଙ୍ଗଲ ଅଞ୍ଚଳକୁ ନେଇଯାଇ ମାଡ଼ମାରିବା ସହ ତାଙ୍କ ନିକଟରୁ ନଗଦ ୧୦,୦୦୦ ଟଙ୍କା ଛଡ଼ାଇ ନେଇଥିଲେ।
ସମ୍ବଲପୁରରେ ଚାଞ୍ଚଲ୍ୟ, ପିସ୍ତଲ ଦେଖାଇ ଅପହରଣ ଓ ଲୁଟ୍
ଏହା ପରେ ଅଭିଯୁକ୍ତମାନେ ମୋବାଇଲ ଫୋନ୍ ମାଧ୍ୟମରେ ପୀଡ଼ିତ ପରିବାର ସଦସ୍ୟଙ୍କୁ ଯୋଗାଯୋଗ କରାଇ ଆହୁରି ୧୦,୦୦୦ ଟଙ୍କା ଫୋନ୍ ପେ ମାଧ୍ୟମରେ ପଠାଇବାକୁ ବାଧ୍ୟ କରିଥିଲେ। ଟଙ୍କା ପାଇବା ପରେ ଅଭିଯୁକ୍ତମାନେ ଛାଡ଼ି ଦେଇଥିଲେ। ପରେ ପୀଡ଼ିତ ଘରକୁ ଫେରି ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ତଦନ୍ତ କରି ୫ ଜଣ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ଅଭିଯୁକ୍ତମାନଙ୍କ ଠାରୁ ନେଇଥିବା ସମସ୍ତ ୨୦,୦୦୦ ଟଙ୍କା ଉଦ୍ଧାର କରାଯାଇଛି, ବିଭିନ୍ନ ମୋବାଇଲ ଫୋନ୍ ଏବଂ ଘଟଣାରେ ବ୍ୟବହୃତ ମୋଟରସାଇକେଲ ଜବତ କରାଯାଇଛି। ଫୋନ୍ ପେ ମାଧ୍ୟମରେ ହୋଇଥିବା ଲେନ ଦେନର ତଥ୍ୟ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ଆଇଆଇସି ସଂଯୁକ୍ତା ପ୍ରଧାନ ସୂଚନା ଦେଇଛନ୍ତି।

1 hour ago
2


