Kidnapped: ବାଂଲାଦେଶରେ ଭାରତୀୟ ଛାତ୍ରଙ୍କୁ ଅପହରଣ ପରେ ନିର୍ଯାତନା

11 hours ago 1
ARTICLE AD BOX

ଢାକା: ବାଂଲାଦେଶର ରାଜଧାନୀ ଢାକାରେ ଜଣେ ଭାରତୀୟ ଛାତ୍ର ତଥା ମନ୍ଦିର ପୂଜକଙ୍କୁ ଅଜଣା ଦୁର୍ବୃତ୍ତମାନେ ଅପହରଣ କରି ବନ୍ଦୀ କରି ରଖିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ମୁକ୍ତ କରିବା ପାଇଁ ପରିବାରଠାରୁ ଟଙ୍କା ମଧ୍ୟ ଆଦାୟ କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ଖବରରୁ ଜଣାପଡ଼ିଛି।

ଆହତ ଛାତ୍ରଙ୍କ ନାମ ସୁଭାଷ ଦେଉରୀ (୨୫)। ସେ ଢାକାର ଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ଆଇନ ବିଭାଗର ଛାତ୍ର ହେବା ସହ ମନ୍ଦିର ପୂଜକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଖୁଲନାର ମାଗୁରା ଜିଲ୍ଲାରେ। ସେ ଢାକାରେ ଜଣେ ସାଙ୍ଗଙ୍କ ସହ ଭଡ଼ା ଘରେ ରହୁଥିଲେ। ସ୍ଥାନୀୟ ଗଣମାଧ୍ୟମ ‘ବିଡିନ୍ୟୁଜ୍୨୪’ ଅନୁସାରେ, ସୋମବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍‌ରେ ସୁଭାଷ କୌଣସି କାମରେ ଘରୁ ବାହାରିଥିଲେ। ଏହା ପରେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରିନେଇଥିଲେ। ସୁଭାଷଙ୍କ ରୁମ୍‌ ସାଥୀ ଦୁର୍ଜୟ ସାହା କହିଛନ୍ତି, କିଛି ସମୟ ପରେ ସୁଭାଷଙ୍କ ମୋବାଇଲ୍‌ରୁ ତାଙ୍କ ପାଖକୁ ଫୋନ୍‌ ଆସିଥିଲା। ଫୋନ୍‌ରେ ତୁରନ୍ତ ଟଙ୍କା ପଠାଇବାକୁ କୁହାଯାଇଥିଲା। କିନ୍ତୁ ସେତେବେଳେ ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ପଠାଇପାରି ନ ଥିଲେ। 

Cricket: ବାଂଲାଦେଶକୁ ପ୍ରବର୍ତ୍ତାଇବାକୁ ଢାକା ଗସ୍ତ କରିବେ ଆଇସିସି ପ୍ରତିନିମଣ୍ଡଳ

ଏହା ପରେ ଅପହରଣକାରୀମାନେ ସୁଭାଷଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ସୁଭାଷଙ୍କ ଭଉଣୀ ଜୟାଙ୍କ କହିବା ଅନୁସାରେ, ସେମାବାର ରାତି ପ୍ରାୟ ୧ଟାରେ ସୁଭାଷଙ୍କ ମୋବାଇଲ୍‌ରୁ ଫୋନ୍‌ ଆସିଥିଲା। ଜଣେ ଅଜଣା ବ୍ୟକ୍ତି ୩୦ ହଜାର ବାଂଲାଦେଶୀ ଟଙ୍କା ଦାବି କରିବା ସହ ଏକ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବାକୁ କହିଥିଲେ। ପରିବାର ପକ୍ଷରୁ ୨୬ ହଜାର ବାଂଲାଦେଶୀ ଟଙ୍କା ପଠାଯିବା ପରେ ଦୁର୍ବୃତ୍ତମାନେ ସୁଭାଷଙ୍କୁ ପୁରୁଣା ଢାକାର ଏକ ରାସ୍ତାରେ ଫିଙ୍ଗି ଦେଇ ପଳାଇଯାଇଥିଲେ। ମଙ୍ଗଳବାର ଭୋର ସମୟରେ ସୁଭାଷଙ୍କ ସାଙ୍ଗମାନେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଢାକା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହସ୍ପିଟାଲ ପୁଲିସ ଫାଣ୍ଡିର ପ୍ରଭାରୀ ମହମ୍ମଦ ଫାରୁକ କହିଛନ୍ତି, ସକାଳ ପ୍ରାୟ ୭ଟାରେ ତାଙ୍କୁ ଗୁରୁତର ଅବସ୍ଥାରେ ଜରୁରୀ ବିଭାଗରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଚିକିତ୍ସା ଚାଲିଛି। ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ ପୁଲିସରେ କୌଣସି ଅଭିଯୋଗ ଦାଖଲ ହୋଇନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.