ARTICLE AD BOX
ଭୁବନେଶ୍ୱର: ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ରିଟେଲ୍ ଚେନ୍ ଖୋସଲା ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଭୁବନେଶ୍ୱରର ପଟିଆଠାରେ ଏକ ନୂତନ ସୋରୁମ୍ ଉଦ୍ଘାଟିତ ହୋଇଛି। କମ୍ପାନିର ମାର୍କେଟିଂ ଓ ସେଲ୍ସ ନିର୍ଦ୍ଦେଶିକା ଖୁସ୍ବୁ ଖୋସଲା ଗୁପ୍ତା ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହା ଓଡ଼ିଶାରେ କମ୍ପାନିର ଚତୁର୍ଥ ସୋରୁମ୍।
୧୯୮୭ ମସିହାରେ ପ୍ରତିଷ୍ଠିତ ଖୋସଲା ଇଲେକ୍ଟ୍ରୋନିକ୍ସର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ମୋଟ ୧୦୦ଟି ଷ୍ଟୋର୍ ରହିଛି। ଏହି ଅବସରରେ ଶ୍ରୀମତୀ ଗୁପ୍ତା କହିଥିଲେ, ଖୋସଲା କେବଳ କୋଲକାତାର ଏକ ବ୍ରାଣ୍ଡ୍ ହୋଇ ନ ରହି ଓଡ଼ିଶାବାସୀଙ୍କ ଆସ୍ଥା, ବିଶ୍ୱାସ ଓ ଗର୍ବର ଅଂଶ ହେଉ-ଏହା ମୋର ଲକ୍ଷ୍ୟ। ନୂତନ ସୋରୁମ୍ରେ ଫ୍ରିଜ୍, ୱାସିଂ ମେସିନ୍, ଟେଲିଭିଜନ୍, ମୋବାଇଲ୍ ଫୋନ୍, ଲାପଟପ୍, ଅଡିଓ-ଭିଜୁଆଲ୍ ଉପକରଣ ଓ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପଲବ୍ଧ ହେବ।
ଆହୁରି ପଢନ୍ତୁ: IMF: ଚତୁର୍ଥ ବୃହତ୍ ଅର୍ଥନୀତି ହେବ ଭାରତ: ଜାପାନକୁ ପଛରେ ପକାଇବ: ଆଇଏମ୍ଏଫ୍ର ଆକଳନ
ଉଦ୍ଘାଟନ ଅବସରରେ ଘରୋଇ ଉପକରଣ ଓ ଅଡିଓ-ଭିଜୁଆଲ୍ ସାମଗ୍ରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ତିନି ଜଣ ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ୧୦୦ ପ୍ରତିଶତ କ୍ରୟ ରାଶି ଫେରସ୍ତ ଲକି ଡ୍ର’, ସ୍ୱତନ୍ତ୍ର ଇଏମ୍ଆଇ ସୁବିଧା, ନିଶ୍ଚିତ ମାଗଣା ଉପହାର ଓ ମନୋନୀତ ସାମଗ୍ରୀ ଉପରେ ବର୍ଦ୍ଧିତ ୱାରେଣ୍ଟି ଦିଆଯାଉଛି। ୱାସିଂ ମେସିନ୍ରେ ପାଞ୍ଚ ବର୍ଷ ଏବଂ ଏଲ୍ଇଡି ଟିଭି ଓ ଏୟାର କଣ୍ଡିସନର୍ରେ ତିନି ବର୍ଷର ୱାରେଣ୍ଟି ସୁବିଧା ମଧ୍ୟ ରହିଛି।

4 hours ago
1


