Keonjhar: ନବ ନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣେ ମୃତ

1 hour ago 1
ARTICLE AD BOX

ଆଜି କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ନବ ନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି

 ନବ ନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣେ ମୃତ

କେନ୍ଦୁଝର: ଆଜି କେନ୍ଦୁଝରଟାଉନ୍ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ନବ ନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ମୃତକ ଓ ଗୁରୁତର ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟ ଏସକେ ସମିମ ଠିକାଦାର କରୁଥିବା ବେଳେ ମୃତକଙ୍କ ପରିଚୟ ବାବର୍ ଶେଖ୍ ଓ  ଗୁରୁତର ନାଁ ମିଟୁ ଶେଖ୍ ବୋଲି ଜଣାପଡିଛି। ସମସ୍ତଙ୍କ ଘର ପଶ୍ଚିମବଙ୍ଗ ଜଂଘିପୁର ଗ୍ରାମର ଜଣାପଡିଥିଲାବେଳେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.