Kendrapara:ବିଦ୍ୟୁତ୍ ସେବାକେନ୍ଦ୍ର ଭିତରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

2 hours ago 1
ARTICLE AD BOX

ଆଳି: କେନ୍ଦ୍ରାପଡାଜିଲ୍ଲା ଆଳି ବିଦ୍ୟୁତ ସେବା କେନ୍ଦ୍ରରେ ଲାଇନ ମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ। କେନ୍ଦ୍ରାପଡା ଜିଲ୍ଲା ଆଳି ଷ୍ଟାଡିୟମ୍ ଗଳି ବଜାରରେ ଥିବା ବିଦ୍ୟୁତ ବିଭାଗ (ଟିପିସିଓଡିଏଲ) ବିଦ୍ୟୁତ୍ ସେବା କେନ୍ଦ୍ର ଭିତରୁ ଝୁଲନ୍ତା ଅବସ୍ଥାରେ ଲାଇନମ୍ୟାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଆଳି ବିଦ୍ୟୁତ ବିଭାଗର ଲାଇନମ୍ୟାନ ହେମନ୍ତ କୁମାର ଦାସ।

ଆହୁରି ପଢନ୍ତୁ :Murder Issue: ବିବାହ ପାଇଁ ମନା ନକରି କାହିଁକି ସ୍ବାମୀଙ୍କୁ ହତ୍ୟା କରିବା ଭଳି ସ୍ଥିତିରେ ପହଞ୍ଚୁଛନ୍ତି ନବବିବାହିତା ?

 ତାଙ୍କ ଘର ମାହାଙ୍ଗା ଥାନା ଅଞ୍ଚଳରେ ହୋଇଥିବାବେଳେ ସେ ଦୀର୍ଘ ୧୨ବର୍ଷ ହେବ ଆଳି ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଥିଲେ। ଆଜି ସକାଳୁ ସହ କର୍ମୀଙ୍କ ସହ କାମ କରିବା ପାଇଁ ଯାଇଥିଲେ। ସେଠାରୁ ଫେରିବାର କିଛି ସମୟ ପରେ ଆଳି ଷ୍ଟାଡିୟମ୍ ଗଳି ବଜାରରେ ଥିବା ବିଦ୍ୟୁତ୍ ସେବା କେନ୍ଦ୍ରରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.