Judge Yashwant Verma: ପୂର୍ବତନ ବିଚାରପତି ଯଶବନ୍ତ ବର୍ମା ଦୋଷୀ: ନଗଦ ଟଙ୍କା ଜବତ ମାମଲାରେ ସଂସଦୀୟ କମିଟିର ରିପୋର୍ଟ ଦାଖଲ

53 minutes ago 3
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଯଶବନ୍ତ ବର୍ମା ନିଜ ବାସଭବନରୁ ମିଳିଥିବା ବିପୁଳ ପରିମାଣର ନଗଦ ଟଙ୍କା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଦ୍ୱାରା ଗଠିତ ହୋଇଥିବା ସଂସଦୀୟ କମିଟି ନଗଦ ଟଙ୍କା ଜବତ ମାମଲାର ତଦନ୍ତ କରି ପୂର୍ବତନ ବିଚାରପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ବୁଧବାର ସଂସଦରେ ଉପସ୍ଥାପିତ ହୋଇଥିବା ଏହି କମିଟିର ରିପୋର୍ଟରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ୨୦୨୫ ମାର୍ଚ୍ଚ ୧୪ ତାରିଖ ରାତିରେ ନୂଆଦିଲ୍ଲୀର ୩୦, ତୋଗଲକ କ୍ରେସେଣ୍ଟସ୍ଥିତ ବିଚାରପତି ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରେ ଏକ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲିଭାଇବା ପାଇଁ ଆସିଥିବା ଅଗ୍ନିଶମ କର୍ମଚାରୀମାନେ ବାସଭବନର ଏକ ଷ୍ଟୋର୍‌ ରୁମ୍‌ ଭିତରୁ ପ୍ରଚୁର ପରିମାଣର ଅଧାପୋଡ଼ା ୫୦୦ ଟଙ୍କିଆ ନୋଟ୍‌ ଉଦ୍ଧାର କରିଥିଲେ। ଷ୍ଟୋର୍‌ ରୁମ୍‌ରେ ଥିବା ଏହି ଅଜ୍ଞାତ ନଗଦ ଟଙ୍କାର ଉତ୍ସ, ଉପସ୍ଥିତି ଓ ମାଲିକାନା ସମ୍ପର୍କରେ ଜଷ୍ଟିସ୍ ବର୍ମା କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥି‌ଲେ। 

Horoscope 2026 August 13: ଜାଣନ୍ତୁ ଆଜିର ରାଶିଫଳ...

ଏହି ମାମଲାରେ ପୂର୍ବତନ ବିଚାରପତି ଶ୍ରୀ ବର୍ମାଙ୍କ ପକ୍ଷରୁ ୨୦୨୫ ମାର୍ଚ୍ଚ ୨୨ ତାରିଖରେ ଦିଆଯାଇଥିବା ଜବାବକୁ କମିଟି ଆଦୌ ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇଛି। ବର୍ମାଙ୍କ ସ୍ପଷ୍ଟୀକରଣରେ ସ୍ପଷ୍ଟତା, ସ୍ୱଚ୍ଛତା ଏବଂ  ଦାୟିତ୍ୱବୋଧର ଅଭାବ ଥିଲା ବୋଲି କମିଟି ନିଜ ରିପୋର୍ଟରେ ଦର୍ଶାଇ କଡ଼ା ସମାଲୋଚନା କରିଛି। ମୌଖିକ ଓ ଦସ୍ତାବିଜ ପ୍ରମାଣକୁ ଆଧାର କରି ଏହି ରିପୋର୍ଟକୁ ଦୁଇଟି ଭାଗରେ ପ୍ରସ୍ତୁତ କରାଯାଇଛି। ସଂସଦୀୟ କମିଟି ନଗଦ ଟଙ୍କା ଜବତ ହେବାର ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ଉପରେ ମଧ୍ୟ ଗମ୍ଭୀର ପ୍ରଶ୍ନ କରିଛି। ଘଟଣାସ୍ଥଳରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରମାଣଗୁଡ଼ିକୁ ଠିକ୍ ଭାବେ ସଂରକ୍ଷିତ କିମ୍ବା ସୁରକ୍ଷିତ ରଖାଯାଇ ନଥିଲା। ଆଇନଗତ ଭାବେ ସିଲ୍ ଏବଂ ଯାଞ୍ଚ କରାଯିବା ପୂର୍ବରୁ ହିଁ ଉକ୍ତ ଷ୍ଟୋର୍‌ ରୁମ୍‌ର ସ୍ଥିତିରେ ପରିବର୍ତ୍ତନ କରାଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏହା ସହିତ ପରବର୍ତ୍ତୀ ସମୟରେ ସେଠାରୁ ଟଙ୍କାଗୁଡ଼ିକ ଗାଏବ ହୋଇଯିବା କିମ୍ବା ମିଳିନଥିବା ଘଟଣାରେ ମଧ୍ୟ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ବାସଭବନ ସହିତ ଜଡ଼ିତ କର୍ମଚାରୀମାନଙ୍କୁ ସେହି ସ୍ଥାନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବା ଏବଂ ପ୍ରମାଣ ସଂରକ୍ଷଣରେ ଅବହେଳା ଯୋଗୁଁ ହିଁ ମୁଖ୍ୟ ପ୍ରମାଣ ନଷ୍ଟ ହୋଇଛି ବୋଲି କମିଟି ଦର୍ଶାଇଛି। ତେବେ ଏହି ପ୍ରମାଣ ନଷ୍ଟ କିମ୍ବା ଟଙ୍କା ଗାଏବ କରିବାରେ ବିଚାରପତି ବର୍ମା ବ୍ୟକ୍ତିଗତ ଭାବେ ସାମିଲ ଥିବାର କୌଣସି ପ୍ରମାଣ କମିଟିକୁ ମିଳିନାହିଁ।

UPSC: ୟୁପିଏସ୍‌ସି ପରି ପରୀକ୍ଷା ପାଇଁ ମାଗଣା ଅନ୍‌ଲାଇନ୍‌ କୋଚିଂ ଦେବେ ଉତ୍ତରାଖଣ୍ଡ ସରକାର

ସୂଚନାଯୋଗ୍ୟ, ଏହା ପୂର୍ବରୁ ତତ୍କାଳୀନ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ଗଠିତ ଏକ ଆଭ୍ୟନ୍ତରୀଣ କମିଟି ମଧ୍ୟ ଜଷ୍ଟିସ୍ ବର୍ମାଙ୍କର ସେହି ନିର୍ଦ୍ଦିଷ୍ଟ ଷ୍ଟୋର୍‌ ରୁମ୍ ଉପରେ ସିଧାସଳଖ କିମ୍ବା ପରୋକ୍ଷ ନିୟନ୍ତ୍ରଣ ଥିଲା ବୋଲି ସ୍ପଷ୍ଟ କରିଥିଲା। ଏହି ବିବାଦ ସାମନାକୁ ଆସିବା ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଲାହାବାଦ ହାଇକୋର୍ଟକୁ ପଠାଇ ଦିଆଯାଇଥିଲା। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହେବା ପରେ ସଂସଦ ପକ୍ଷରୁ ତାଙ୍କୁ ପଦରୁ ହଟାଇବା ପାଇଁ ବହିଷ୍କାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ତେବେ ଏହା ମଧ୍ୟରେ ଜଷ୍ଟିସ୍ ବର୍ମା ନିଜ ପଦରୁ ଇସ୍ତଫା ଦେଇ ସାରିଥିବାରୁ ତାଙ୍କ ବିରୋଧରେ ଚାଲିଥିବା ସଂସଦୀୟ ବହିଷ୍କାର ପ୍ରକ୍ରିୟା ବର୍ତ୍ତମାନ ପ୍ରଭାବହୀନ ହୋଇପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.