Jharkhand: ୫୦୦ ଟଙ୍କା ଋଣ ବିବାଦରୁ ମହିଳାଙ୍କୁ ପିଟିପିଟି ହତ୍ୟା, ୬ ଗିରଫ

2 days ago 1
ARTICLE AD BOX

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ମାତ୍ର ୫୦୦ ଟଙ୍କା ଋଣ ବିବାଦକୁ କେନ୍ଦ୍ର କରି ଜଣେ ୪୧ ବର୍ଷୀୟା ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ନଭେମ୍ବର ୧୧ ତାରିଖ ମଧ୍ୟରାତ୍ରିରେ ସୋନୁଆ ଥାନା ଅନ୍ତର୍ଗତ ହାଡ଼ିମାରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଉପଖଣ୍ଡ ପୁଲିସ ଅଧିକାରୀ ସୟଦ ମୁସ୍ତାଫା ହାସମିଙ୍କ ସୂଚନା ଅନୁଯାୟୀ, ୩୨ ବର୍ଷୀୟା ରୀନା ଗୋପଙ୍କ ସ୍ୱାମୀ ପାଣ୍ଡୁ ଗୋପଙ୍କ ମୃତ୍ୟୁ ପରବର୍ତ୍ତୀ ସଂସ୍କାର କର୍ମ ସାରି ଅଭିଯୁକ୍ତମାନେ ତାଙ୍କ ଘର ବାହାରେ ନିଆଁ ପାଖରେ ବସିଥିଲେ। 

ଚୁଟି ଧରି ଘୋଷାରି ଆଣିଲେ ରାସ୍ତାକୁ 
ଏହି ସମୟରେ ପୀଡ଼ିତା ଜିଙ୍ଗି ବାଙ୍କିରା ସେଠାରେ ପହଞ୍ଚିଥିଲେ ଏବଂ ପାଣ୍ଡୁ ଗୋପ ୫୦୦ ଟଙ୍କା ଋଣ ନଶୁଝି ମୃତ୍ୟୁବରଣ କରିଥିବାରୁ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତମାନଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ଜିଙ୍ଗି ବାଙ୍କିରା ସେଠାରୁ ଦୌଡ଼ିଯାଇ ନିଜ ଘର ପଛପଟେ ଥିବା ଏକ ବଗିଚାରେ ଲୁଚି ଯାଇଥିଲେ। ତେବେ ଅଭିଯୁକ୍ତମାନେ ତାଙ୍କୁ ପିଛା କରି ସେଠାରୁ ଖୋଜି ବାହାର କରିଥିଲେ ଏବଂ ଚୁଟି ଧରି ଘୋଷାରି ଘୋଷାରି ରାସ୍ତା ଉପରକୁ ଆଣିଥିଲେ। ଏହାପରେ ସେମାନେ ମହିଳାଙ୍କୁ ଠେଙ୍ଗାରେ ନିର୍ମମ ଭାବେ ଆକ୍ରମଣ କରିବା ସହ ଦଳାଚକଟା କରିଥିଲେ। ଯାହାଫଳରେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଆହତଙ୍କ ମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି

ଘଟଣାର ପରଦିନ ମୃତା ମହିଳାଙ୍କ ପୁଅ ପ୍ରେମ ସିଂହ ବାଙ୍କିରା ଥାନାରେ ଅଭିଯୋଗ କରିବା ପରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଦଳ ଗଠନ କରାଯାଇଥିଲା। ତଦନ୍ତରୁ ମିଳିଥିବା ପ୍ରମାଣ ଆଧାରରେ ପୁଲିସ ଗୁରୁବାର ଦିନ ୨୫ ବର୍ଷୀୟ ସୂରଜ ଗୋପ, ୧୯ ବର୍ଷୀୟ ରଘୁ ଗୋପ, ୨୬ ବର୍ଷୀୟ ଗୁକୁଲ ଗୋପ ଓରଫ ଲାଙ୍ଗରୁ, ୩୨ ବର୍ଷୀୟା ରୀନା ଗୋପ, ମଧୁ ଗୋପ ଓରଫ କୋଚେ ଏବଂ କୃଷ୍ଣ ଗୋପଙ୍କୁ ଗିରଫ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.