Jensen Huang: ଜେନସେନ୍‌ଙ୍କ ପୁନଃଅବସ୍ଥାପିତ ଦାବି ଜୋର୍‌ ଧରିଲା

1 day ago 3
ARTICLE AD BOX

ନୂଆଦିଲ୍ଲୀ: ଏନ୍‌ଭିଡିଆର ସହ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଜେନସେନ୍‌ ହୁଆଙ୍ଗଙ୍କୁ ପୁନଃଅବସ୍ଥାପିତ କରିବା ପାଇଁ ଦାବି ଜୋର୍‌ ଧରିଛି। ଏଥିପାଇଁ ନିକଟରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଉକ୍ତ ଅଭିଯାନକୁ ସମର୍ଥନ ବଢ଼ିବାରେ ଲାଗିଛି। ‘ଷ୍ଟାଣ୍ଡ୍‌ ୱିଥ୍‌ ଜେନସେନ୍‌’ ନାମକ କ୍ୟାମ୍ପେନ‌ ୱେବସାଇଟ୍‌ରେ ଚାଲିଥିବା ଏହି ଅଭିଯାନକୁ ରବିବାର ସନ୍ଧ୍ୟା ସୁଦ୍ଧା ୧,୪୭,୫୦୮ ଜଣଙ୍କ ସମର୍ଥନ ମିଳିଛି। ଦସ୍ତଖତ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏନ୍‌ଭିଡିଆରେ ବର୍ତ୍ତମାନ କାର୍ଯ୍ୟ କରୁଥିବା ୭୩୦୭ ଜଣ କର୍ମଚାରୀ ରହିଛନ୍ତି। 

ଏନ୍‌ଭିଡିଆରେ ପ୍ରାୟ ୪୨ ହଜାର କର୍ମଚାରୀ କାମ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୭.୪୦ ପ୍ରତିଶତ ଜେନସେନ୍‌ଙ୍କୁ ସମର୍ଥନ କରିଛନ୍ତି। ଏଥିସହିତ ୧୩୬୧ ଜଣ ପୂର୍ବତନ କର୍ମଚାରୀ, ୭୮,୬୭୭ ଜଣ ସେୟାରଧାରକ ଏବଂ ୬୦,୨୩୫ ଜଣ ଅନ୍ୟ ସମର୍ଥକ ମଧ୍ୟ ତାଙ୍କୁ ଫେରାଇ ଆଣିବା ଲାଗି ବାହାରିଥିବା ୱେବସାଇଟ୍‌ର ଡିସପ୍ଲେ ବୋର୍ଡରୁ ଜଣାଯାଇଛି। ହୁଆଙ୍ଗଙ୍କ ସପକ୍ଷେରେ ପ୍ରଯୁକ୍ତି କ୍ଷେତ୍ରର ଅନ୍ୟ କେତେଜଣ ବିଶିଷ୍ଟ ବ୍ୟକ୍ତି ବି ବାହାରିଛନ୍ତି। 

ସେମାନଙ୍କ ମଧ୍ୟରେ ଟେସ୍‌ଲା ଓ ସ୍ପେସଏକ୍ସ ସିଇଓ ଏଲନ୍‌ ମସ୍କ, ରେପ୍ଲିଟ୍‌ ସିଇଓ ଅମଜାଦ ମସଦ ଏବଂ ଏପିକ୍‌ ଗେମ୍ସ ସିଇଓ ଟିମ୍‌ ସ୍ବିନେ ଅନ୍ୟତମ। ମସ୍କ ଖୋଲାଖୋଲି ସାମାଜିକ ଗଣମାଧ୍ୟମରେ ଜେନସେନ୍‌ଙ୍କୁ ପୁନଃଅବସ୍ଥାପିତ କରିବା ପାଇଁ ଦୃଢ଼ ମତ ରଖି ସାରିଛନ୍ତି। ବୋର୍ଡ ନିକଟରେ ଏହି ଅଭିଯାନ ମାଧ୍ୟମରେ ମୁଖ୍ୟତଃ ୩ଟି ଦାବି ରଖାଯାଇଛି। ସେଗୁଡ଼ିକ ହେଲା ସ୍ବାଧୀନ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ହୁଆଙ୍ଗଙ୍କୁ ପୁନଃଅବସ୍ଥାପିତ କରିବା। ଏଥିସହିତ ତାଙ୍କର ନିରପେକ୍ଷ ଶୁଣାଣି କରିବା ଏବଂ ନିଆଯିବାକୁ ଥିବା ନିଷ୍ପତ୍ତି ସମ୍ପର୍କରେ ଠିକ୍‌ ସମୟରେ ସାଧାରଣରେ ସୂଚନା ଦେବା ଓ ତା ପଛର ପ୍ରମାଣ ଦେବାଲାଗି କୁହାଯାଇଛି। ଜେନସେନ୍‌ଙ୍କୁ ଫେରାଇ ଆଣିବା ଲାଗି ଚାଲିଥିବା ଅଭିଯାନ ମଧ୍ୟ ସ୍ବାଧୀନ। ଏଥିରେ ଏନ୍‌ଭିଡିଆ କିମ୍ବା ହୁଆଙ୍ଗଙ୍କର କୌଣସି ସମ୍ପର୍କ ବା ସ୍ବୀକୃତି ନାହିଁ।

Nvidia CEO: କର୍ମଚାରୀଙ୍କୁ କ୍ଷମା ମାଗିଲେ ଏନ୍‌ଭିଡିଆ ସିଇଓ, ଅଫିସ୍‌ ଆସିଲେ, କାମ କଲେ

ନଭେମ୍ବର ୧୨ ତାରିଖରେ ଜେନସେନ୍‌ କମ୍ପାନିର ସଭାପତି, ସିଇଓ ଏବଂ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ କମ୍ପାନିର ସିଏଫ୍‌ଓ କୋଲେଟ୍‌ କ୍ରେସ୍‌ଙ୍କୁ ଅନ୍ତରୀଣ ସିଇଓ ନିଯୁକ୍ତ କରାଯାଇଛି। ଜଣେ ସ୍ଥାୟୀ ସିଇଓ ନିଯୁକ୍ତି ପାଇଁ କମ୍ପାନି ଉଦ୍ୟମ ଆରମ୍ଭ କରିଦେଇଛି। ଜେନସେନ୍‌ ତାଙ୍କର ଅନ୍ୟ ଦୁଇ ବନ୍ଧୁଙ୍କ ସହ ମିଶି ୧୯୯୩ ମସିହାରେ ଏନ୍‌ଭିଡିଆ ସ୍ଥାପନ କରିଥିଲେ। ୩ ଦଶନ୍ଧିରୁ ଅଧିକ ସମୟ ଧରି ସେ କମ୍ପାନିର ନେତୃତ୍ବ ନେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.