ARTICLE AD BOX
ଭୁବନେଶ୍ବର: ଜନ୍ମାଷ୍ଟମୀ କେବଳ ଆସ୍ଥାର ପର୍ବ ନୁହେଁ, ଏହା ଭକ୍ତି ଓ ପ୍ରେମର ଏକ ପବିତ୍ର ପର୍ବ ବୋଲି ବିଶ୍ବାସ ରହିଛି। ଏହି ଦିନ ଭକ୍ତମାନେ ବିଭିନ୍ନ ମନସ୍କାମନା ନେଇ ଉପବାସ ରଖିବା ସହ ରାତିରେ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ପୂଜା କରିଥାନ୍ତି। ଆସନ୍ତୁ ଜାଣିବା ଚଳିତବର୍ଷ କେଉଁ ତାରିଖରେ ପାଳନ ହେବ ଜନ୍ମାଷ୍ଟମୀ।
କେଉଁ ଭୁଲ୍ ଯୋଗୁଁ ବଢ଼ିଥାଏ ୟୁରିକ୍ ଏସିଡ୍?
୨୦୨୬ରେ ଜନ୍ମାଷ୍ଟମୀ ପର୍ବ ସେପ୍ଟେମ୍ବର ୪ ଶୁକ୍ରବାର ଦିନ ପାଳନ କରାଯିବ। ଚଳିତ ଜନ୍ମାଷ୍ଟମୀକୁ ଶ୍ରୀକୃଷ୍ଣଙ୍କ ୫୨୫୩ତମ ଜନ୍ମୋତ୍ସବ ଭାବେ ମଧ୍ୟ ଉଲ୍ଲେଖ କରାଯାଉଛି। ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ୪ ସେପ୍ଟେମ୍ବର ୨୦୨୬ ରାତି ୨ଟା ୨୫ ମିନିଟ୍ରେ ଜନ୍ମାଷ୍ଟମୀ ପର୍ବ ଆରମ୍ଭ ହେବ ଏବଂ ପରଦିନ ସେପ୍ଟେମ୍ବର ୫ ସକାଳ ୧୨ଟା ୧୩ ମିନିଟ୍ରେ ଶେଷ ହେବ। ଜନ୍ମାଷ୍ଟମୀ ନିଶିଥ ପୂଜା ସମୟ ସେପ୍ଟେମ୍ବର ୫ ରାତି ୧୧ଟା ୫୭ ମିନିଟ୍ରୁ ସକାଳ ୧୨ଟା ୪୩ ମିନିଟ୍ ପର୍ଯ୍ୟନ୍ତ ରହିଛି।
ବ୍ରତ ପାଳନର ବିଧି
ଏକାଦଶୀ ବ୍ରତ ସମୟରେ ଯେଉଁ ସମସ୍ତ ନିୟମ ପାଳନ କରାଯାଏ, ଜନ୍ମାଷ୍ଟମୀ ବ୍ରତ ସମୟରେ ମଧ୍ୟ ସେହି ନିୟମଗୁଡ଼ିକ ପାଳନ କରିବା ଉଚିତ। ଜନ୍ମାଷ୍ଟମୀ ବ୍ରତ ସମୟରେ କୌଣସି ପ୍ରକାରର ଶସ୍ୟ ବା ଅନ୍ନ ଗ୍ରହଣ କରିବା ଉଚିତ ନୁହେଁ। ଜନ୍ମାଷ୍ଟମୀ ବ୍ରତ ପରଦିନ ସୂର୍ଯ୍ୟୋଦୟ ପରେ ଏକ ନିର୍ଦ୍ଦିଷ୍ଟ ସମୟରେ ଭଙ୍ଗ କରାଯାଏ। ଏହି ନିର୍ଦ୍ଦିଷ୍ଟ ସମୟକୁ ଜନ୍ମାଷ୍ଟମୀ ପାରଣ ସମୟ କୁହାଯାଏ।

1 hour ago
2


