Jajpur Gold Theft ଘରେପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁ‌ଟିଲେ, ପୁଲିସକୁ ଧକ୍କା ମାରି ଥାନାରୁ ଅଭିଯୁକ୍ତ ଚମ୍ପଟ

1 hour ago 2
ARTICLE AD BOX

ଏଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ  

ବିଂଝାରପୁର(ଜାକିର ହୁସେନ୍‌): ଶୁକ୍ରବାର ବିଳମ୍ବିତ ରାତିରେ ବିଂଝାରପୁର ଥାନା ଅଙ୍ଗାଳୋ ଗ୍ରାମର ହେମନ୍ତ କୁମାର ସାମଲଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଇଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ୩୯୪/୨୬ରେ ଏକ ମାମଲା ରୁଜୁକରି ସନ୍ଧାନୀ କୁକୁର ଓ ଫରେନ୍‌ସିକ୍‌ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଅଟକ ଥିବା ଜଣେ ଅଭିଯୁକ୍ତ ପୁଲିସକୁ ଧକ୍କା ମାରି ଥାନାରୁ ଚମ୍ପଟ ମାରିଛି। ଏହି ଘଟଣାରେ ଦାୟିତ୍ବରେ ଥିବା ଏଏସ୍‌ଆଇ ଓ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। 

Auto driver Kamal Sarkar: ନୂଆପଲ୍ଲୀରେ ଅଟୋଚାଳକ କମଳ ସରକାର ହତ୍ୟା ମାମଲା: ୧୫ବର୍ଷ ପରେ ଧରାପଡ଼ିଲା ୫ମ ଅଭିଯୁକ୍ତ

 ଲୁଟ୍‌ ଘଟଣାରେ ଅଙ୍ଗାଳୋ ଗ୍ରାମର ତନ୍ମୟ ଦାସ (୨୬)କୁ ଅଟକରଖି ପୁଲିସ ପଚରାଉଚରା ଚଳାଇଥିଲା।  ଶନିବାର ସଂଧ୍ୟାରେ ତନ୍ମୟ ସେଣ୍ଟ୍ରି ଦାୟିତ୍ୱରେ ଥିବା କନେଷ୍ଟବଳ ସୁନୀଲ କୁମାର କୁଲୁଙ୍କୁ ଧକ୍କାମାରି ଥାନାରୁ ଫେରାର ହୋଇଯାଇଛି। 

minors Sexually Assaulted ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କଲେ ଦୁଇ ନାବାଳକ, ଜଣେ ଅଭିଯୁକ୍ତ ଫେରାର୍‌ ଓ ଜଣେ ଅଟକ

ଅଭିଯୋଗ ଅନୁଯାୟୀ ପୁଅବୋହୁ ଗୁଜୁରାଟରେ ରହୁଥିଲାବେଳେ ହେମନ୍ତ ଓ ତାଙ୍କ ପତ୍ନୀ ଘରେ ରୁହନ୍ତି। ଶୁକ୍ରବାର ରାତିରେ ସବୁଦିନ ଭଳି ଖାଇସାରି ଉଭୟ ଶୋଇଥିଲେ।  ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାଣ୍ଡକବାଟ ବନ୍ଦକରି ଦେଇଥିଲେ। ପୁଅବୋହୁଙ୍କ ପ୍ରକୋଷ୍ଠରେ ପଶି ଆଲମିରା ଭାଙ୍ଗି ପାଖାପାଖି ୫୦୦ ଗ୍ରାମର ସୁନା ଗହଣା ସମେତ ୧କିଲୋରୁ ଊର୍ଦ୍ଧ୍ବ ରୁପାଅଳଙ୍କାର ଚୋରି କରିନେଇଛନ୍ତି। ରାତି ୨ଟା ପରେ ହେମନ୍ତ ପରିସ୍ରା ପାଇଁ ଉଠିଥିଲେ। କବାଟ ପଦାପଟୁ ବନ୍ଦଥିବା ଜାଣି ପଡୋଶୀ ଘରକୁ ଫୋନ କରିଥିଲେ। ପଡୋଶୀ କବାଟ ଖୋଲିଲାପରେ ହେମନ୍ତ ବାହାରକୁ ଆସି ଚୋରି କଥା ଜାଣିବାକୁ ପାଇଥିଲେ।

Gang rape: ଅସଦାଚରଣ ଘଟଣାର ନୂଆ ମୋଡ଼; ଯୁବତୀଙ୍କୁ ଗଣଦୁଷ୍କର୍ମ, କାର କାଚ ଭାଙ୍ଗିଲେ ଅଭିଯୁକ୍ତ

ଏହାପରେ ହେମନ୍ତ ଫୋନ ଯୋଗେ ୧୧୨ ପୁଲିସକୁ ଜଣାଇଥିଲେ। ଶନିବାର ବିଂଝାରପୁର ପୁଲିସ ସହାୟତାରେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ କରିଥିଲା।  ସନ୍ଦେହରେ ତନ୍ମୟକୁ ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲେ। ସଂଧ୍ୟାରେ ତନ୍ମୟ କନେଷ୍ଟବଳ ସୁନୀଳକୁ ଧକ୍କାମାରୀ କେଉଁଆଡେ ଫେରାର ହୋଇଯାଇଛି। ଅଭିଯୁକ୍ତ ତନ୍ମୟକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅନ୍ୟପଟେ ଦାୟିତ୍ୱରେ ଅବହେଳା ଯୋଗୁଁ ଏଏସ୍‌ଆଇ ରାଧାକାନ୍ତ ମାଝୀ ଓ କନେଷ୍ଟବଳ ସୁନୀଲ୍ କୁମାର କୁଲୁଙ୍କୁ ନିଲମ୍ବନ କରାଯାଇଥିବା ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.