jaipur: ପୂର୍ବ ଶତ୍ରୁତାକୁ ନେଇ ଜୟପୁର ସହରରେ ଛୁରିରେ ଭୁସି ଯୁବକଙ୍କୁ ଆକ୍ରମଣ

53 minutes ago 1
ARTICLE AD BOX

ଜୟପୁର: ପୂର୍ବ ଶତ୍ରୁତାକୁ ନେଇ ଜୟପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସଂଘବଦ୍ଧ ଭାବେ କେତେକ ଯୁବକ ଜଣେ ଯୁବକଙ୍କୁ ଛୁରୀରେ ଭୁସି ରକ୍ତାକ୍ତ କରିଦେଇଥିଲେ। ଗୁରୁତର ଆହତ ଆହତ ଯୁବକ କିଶନ କୁଲଦୀପଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି | ପରିବାରବର୍ଗ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗୁରୁତର ଆହତ ଯୁବକ କିଶନ କୁଲଦୀପ ସକାଳେ ଜୟପୁର କିଛି କାମରେ ଆସିଥିଲେ। ସେଠାରେ ପୂର୍ବରୁ ଛପି ରହିଥିବା କିଛି ଯୁବକ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ।

ଆହୁରି ପଢନ୍ତୁ :US Open: ଏଥର ୟୁଏସ୍‌ ଓପନ୍‌ରେ ୧୦୮ ମିଲିଅନ୍‌ ଡଲାର ପୁରସ୍କାର ରାଶି

ଉମୁରି ଅଞ୍ଚଳର ଦିନେଶ, ରଣ୍ଡାପାଲି ଅଞ୍ଚଳର ଜଗା ଏବଂ ତାଙ୍କର ଅନ୍ୟ ଜଣେ ସହଯୋଗୀ ରୋହିତ ମିଶି କିଶନଙ୍କ ସମେତ ଅନ୍ୟ ସହଯୋଗୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଏକ ଧାରୁଆ ଛୁରୀରେ କିଶନଙ୍କ ପିଠି, ଛାତିରେ ନିଷ୍ଠୁର ଭାବେ ଭୁସି ଦେଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଓ ସାଙ୍ଗମାନେ ପରିବାର ଲୋକଙ୍କୁ ଫୋନ୍‌ ମାଧ୍ୟମରେ ସୂଚନା ଦେବା ପରେ, ଭାଇ ବିକାଶ କୁଲଦୀପ ଓ ପରିବାରବର୍ଗ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ। ତାଙ୍କ ପିଠି ପଟେ ଗଭୀର ରକ୍ତସ୍ରାବ ହୋଇଥିବାରୁ ମୃତ୍ୟୁ ଘଟିଥିବା ନେଇ ଡାକ୍ତର କହିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଓ ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ  ସହ ପୁଲିସ ଟିମ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.