ARTICLE AD BOX
ତେହେରାନ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ସ୍ଥାୟୀ ଅବସାନ ନ ହେବା ଏବଂ ଆମେରିକା ନିଜ ସର୍ତ୍ତ ପୂରଣ ନ କରିବା ପର୍ଯ୍ୟନ୍ତ ଦେଶର କ୍ଷତିଗ୍ରସ୍ତ ପରମାଣୁ କେନ୍ଦ୍ରଗୁଡ଼ିକୁ ଜାତିସଂଘର ପରମାଣୁ ନିରୀକ୍ଷକଙ୍କୁ ଯାଞ୍ଚ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ରବିବାର ରାତିରେ ଏକ ଟେଲିଭିଜନ୍ ସାକ୍ଷାତ୍କାରରେ ଇରାନର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘରିବାବାଦି ଏହି ସୂଚନା ଦେଇଛନ୍ତି। ତାଙ୍କର ଏହି ଘୋଷଣା ଫଳରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅନ୍ତର୍ଜାତୀୟ ନିରୀକ୍ଷଣ ପୁନର୍ବାର ଆରମ୍ଭ କରିବା ଉଦ୍ୟମ ଜଟିଳ ହୋଇପଡ଼ିଛି।
ଆହୁରି ପଢନ୍ତୁ :Vaibhav Sooryavanshi : ଏହି କାରଣରୁ ନିଜ ଦଳରୁ ଉଭେଇଯାଇଛନ୍ତି ବୈଭବ
ଘରିବାବାଦି କହିଛନ୍ତି, ଇରାନର ସର୍ତ୍ତ ପୂରଣ ହେବା ସହ ଯୁଦ୍ଧର ସ୍ଥାୟୀ ଅନ୍ତ ନ ହେବା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ)କୁ କ୍ଷତିଗ୍ରସ୍ତ କେନ୍ଦ୍ରଗୁଡ଼ିକରେ ପ୍ରବେଶ ଅନୁମତି ମିଳିବ ନାହିଁ। ଆମେରିକା ଇରାନ ଉପରେ ଲଗାଇଥିବା ଅର୍ଥନୈତିକ କଟକଣା ହଟାଇବା ଓ ଜବତ କରିଥିବା ଇରାନୀ ସମ୍ପତ୍ତିକୁ ମୁକ୍ତ କରିବା ଭଳି ସର୍ତ୍ତ ପୂରଣ କରୁ ବୋଲି ତେହେରାନ ଦାବି କରୁଛି। ଆଇଏଇଏର ଯାଞ୍ଚ ଦାବିକୁ ନେଇ ସନ୍ଦେହ ପ୍ରକାଶ କରି ସେ କହିଛନ୍ତି ଯେ ଏହା ଆମେରିକା ଆକ୍ରମଣର ପ୍ରଭାବ ଓ କ୍ଷମତା ଆକଳନ କରିବାର ଉଦ୍ଦେଶ୍ୟରେ ହୋଇଥାଇପାରେ।
ଆହୁରି ପଢନ୍ତୁ :Arjuna Award 2026: କେଏଲ୍ଏଚ୍ର ଛାତ୍ରଙ୍କୁ ଅର୍ଜୁନ ପୁରସ୍କାର
ଗତବର୍ଷ ଇସ୍ରାଏଲ୍ ସହ ଇରାନର ୧୨ ଦିନିଆ ଯୁଦ୍ଧ ସମୟରେ ଆମେରିକା ମଧ୍ୟ ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଏହା ପରଠାରୁ କେତେକ କେନ୍ଦ୍ରରେ ଆଇଏଇଏର ଯାଞ୍ଚ ବନ୍ଦ ରହିଛି। ଚଳିତବର୍ଷ ଫେବ୍ରୁଆରି ୨୮ରେ ଆମେରିକା ଓ ଇସ୍ରାଏଲ୍ର ମିଳିତ ଆକ୍ରମଣରୁ ଆରମ୍ଭ ହୋଇଥିବା ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନର ପରମାଣୁ ଭିତ୍ତିଭୂମି ପୁଣି କ୍ଷତିଗ୍ରସ୍ତ ହୋଇଥିଲା। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଥିଲା। ଇରାନର ନତାଞ୍ଜ, ଫୋର୍ଡୋ ଓ ଇସ୍ଫାହାନ୍ ପରମାଣୁ କେନ୍ଦ୍ରଗୁଡ଼ିକ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାରେ ଆଇଏଇଏର ନିରୀକ୍ଷକମାନେ ପ୍ରବେଶ କରିପାରି ନାହାନ୍ତି। ତେବେ ସେପ୍ଟେମ୍ବରରେ ବୁସେହର ପରମାଣୁ ବିଦ୍ୟୁତ୍ କେନ୍ଦ୍ରକୁ ଆଇଏଇଏ ନିରୀକ୍ଷକମାନେ ଯାଞ୍ଚ କରିଥିଲେ। କିନ୍ତୁ ଆକ୍ରମଣରେ କ୍ଷତିଗ୍ରସ୍ତ ଅନ୍ୟ କେନ୍ଦ୍ରଗୁଡ଼ିକରେ ସେମାନଙ୍କୁ ଅନୁମତି ମିଳିନାହିଁ।
ଆହୁରି ପଢନ୍ତୁ :Three Advanced Diagnostic Laboratories ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ତିନି ଅତ୍ୟାଧୁନିକ ପରୀକ୍ଷାଗାର
ଏହି ପରିସ୍ଥିତିକୁ ନେଇ ଆଇଏଇଏ ଇରାନକୁ ଯାଞ୍ଚ ପ୍ରକ୍ରିୟା ପୁନର୍ବାର ଆରମ୍ଭ କରିବାକୁ ନିକଟରେ ଅନୁରୋଧ କରିଥିଲା। ସଂସ୍ଥାର ମୁଖ୍ୟ ରାଫେଲ୍ ଗ୍ରୋସି ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ନିୟମିତ ନିରୀକ୍ଷଣ ଆବଶ୍ୟକ ବୋଲି କହିଆସୁଛନ୍ତି। ଯାଞ୍ଚ ବନ୍ଦ ରହିବା ଯୋଗୁଁ ଇରାନରେ ପୂର୍ବରୁ ଗଚ୍ଛିତ ଥିବା ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ର ବର୍ତ୍ତମାନର ପରିମାଣ ଓ ଅବସ୍ଥିତି ସମ୍ପର୍କରେ ସଂସ୍ଥା ନିଶ୍ଚିତ ହୋଇପାରୁନାହିଁ। ଏହା ଅନ୍ତର୍ଜାତୀୟ ସ୍ତରରେ ପରମାଣୁ ନିରାପତ୍ତାକୁ ନେଇ ଚିନ୍ତା ବଢ଼ାଇଛି।

9 hours ago
2


