ARTICLE AD BOX
ନୂଆଦିଲ୍ଲୀ :ଇରାନଏହାର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ଶେଷକୃତ୍ୟରେ ଯୋଗ ଦେବାପାଇଁ ବିଜେପି ସଭାପତି ନିତିନ ନବୀନ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରିଛି। ଫେବ୍ରୁଆରି ୨୮ ତାରିଖରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ହୋଇଥିବା ଖେମିନିଙ୍କର ଶେଷ ସଂସ୍କାର ଆସନ୍ତା ସପ୍ତାହରେ କରାଯିବ। ଏଥିପାଇଁ ଇରାନ ନିତୀନ ନବୀନ ଏବଂ ଖଡ଼ଗେଙ୍କୁ ନିମନ୍ତ୍ରଣ କରିଛି। ଇରାନ ମଧ୍ୟ ଅନ୍ୟ କଂଗ୍ରେସ ନେତା ସଲମାନ ଖୁର୍ସିଦ ଏବଂ ପୱନ ଖେଡ଼ାଙ୍କୁ ଖେମିନିଙ୍କ ଅନ୍ତ୍ୟେଷ୍ଠି କାର୍ଯ୍ୟକ୍ରମ ପାଇଁ ଡାକିଛି।
ଆହୁରି ପଢନ୍ତୁ: Tamil Nadu goverment:ଗୋହତ୍ୟା ନିଷେଧ ପ୍ରସଙ୍ଗ: ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କଲେ ତାମିଲନାଡୁ ସରକାର
ସେହିପରି ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିହାର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଅତା ହାସନେନ୍ ଭାରତକୁ ଖେମିନିଙ୍କ ଅନ୍ତ୍ୟେଷ୍ଠି କାର୍ଯ୍ୟକ୍ରମରେ ପ୍ରତିନିଧିତ୍ବ କରିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଜୁଲାଇ ୪ ତାରିଖରେ ଖେମିନିଙ୍କ ଶେଷକକୃତ୍ୟ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସପ୍ତାହରେ ଏଥିପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ନିକଟରୁ ନିମନ୍ତ୍ରଣ ପାଇଥିଲେ। ଭାରତ ସହ ଚୀନ୍, ରୁଷ୍, ପାକିସ୍ତାନ ଏବଂ କତର ନେତାମାନଙ୍କୁ ମଧ୍ୟ ଇରାନ ଦ୍ବାରା ଏହିଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି।

2 hours ago
1


