ARTICLE AD BOX
ତେହେରାନ/ଦୋହା: ଇରାନ ଦାବି କରିଛି ଯେ, ଆମର ତିନି ଜଣ ଯୁଦ୍ଧ ବିମାନ ପାଇଲଟଙ୍କୁ କତର ବନ୍ଦୀ କରିଛି। ଅଭିଯୋଗ କରାଯାଇଛି, ଚଳିତ ବର୍ଷ ମାର୍ଚ୍ଚରେ ଏକ ଆମେରିକୀୟ ଘାଟିକୁ ଟାର୍ଗେଟ କରିବା ସମୟରେ ସେମାନଙ୍କୁ ବନ୍ଦୀ କରାଯାଇଥିଲା। ଇରାନର ସର୍ଚ୍ଚ କମିଟିର କମାଣ୍ଡର ମହମ୍ମଦ ବାଘେରଜାଦେହ କହିଛନ୍ତି, ଏସୟୁ-୨୪ ଲଢୁଆ ବିମାନକୁ କତର ସେନା ଗୁଳି କରି ଖସାଇ ଦେଇଛି। ଏହା ପରେ, ଏହି ତିନି ଜଣ ପାଇଲଟଙ୍କୁ ଅଟକ ରଖାଯାଇଛି। ବନ୍ଦୀ ପାଇଲଟଙ୍କୁ ଜାଭାଦ ସାଲେହି, ଅବଦୁଲ-ମାଜିଦ ଦାଶତିଆନ ଏବଂ ଇମ୍ରାନ ବେହ୍ରୁମିଆନ ଭାବରେ ଚିହ୍ନଟ କରାଯାଇଛି। ପାଇଲଟମାନଙ୍କୁ ପ୍ରାୟ ଛଅ ମାସ ଧରି ଅଟକ ରଖିଛି। ତିନି ପାଇଲଟଙ୍କୁ ପରସ୍ପରକୁ ଭେଟିବାକୁ, ସାକ୍ଷାତକାର ନେବାକୁ କିମ୍ବା ସେମାନଙ୍କ ପରିବାର ଏବଂ ଇରାନୀ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ କତର ଅନୁମତି ଦେଉନାହିଁ। ଇରାନ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନ୍ତର୍ଜାତୀୟ ରେଡକ୍ରସ କମିଟିକୁ ଅନୁରୋଧ କରିଛି।ଇରାନୀ ଅଧିକାରୀ କହିଛନ୍ତି, ଜେନେଭା ଚୁକ୍ତି ଅନୁଯାୟୀ, ରେଡକ୍ରସକୁ ଯଥାଶୀଘ୍ର ପାଇଲଟମାନଙ୍କୁ ଭେଟିବା, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରିବା ଏବଂ ସେମାନଙ୍କ ମୁକ୍ତି କରିବା ପାଇଁ ଅନୁମତି ଦିଆଯିବା ଉଚିତ୍।
ତିନି ଜଣ ପାଇଲଟଙ୍କ କୌଣସି ପତ୍ତା ମିଳିନଥିଲା
ଗତ ମାସରେ, ଇରାନ ଅନ୍ୟ ଜଣେ ପାଇଲଟ ମାଜିଦ କାଜେମିଙ୍କ ମୃତଦେହ ଉଦ୍ଧାର କରିଥିବା ଦାବି କରିଥିଲା। ଡିଏନଏ ପରୀକ୍ଷାରୁ ତାଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିଲା। ଇରାନୀ ସେନା କହିଛି ଯେ ମାର୍ଚ୍ଚ ପ୍ରାରମ୍ଭରେ କତରରେ ଥିବା ଆମେରିକାର ଅଲ୍-ଉଦେଦ ବାୟୁ ଘାଟି ଉପରେ ଆକ୍ରମଣ କରିଥିବା ଦୁଇଟି ଏସୟୁ-୨୪ ଲଢୁଆ ବିମାନ ମଧ୍ୟରୁ ଗୋଟିକର ପାଇଲଟ କାଜେମି ଥିଲେ। ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣର ଜବାବରେ ବିମାନଗୁଡ଼ିକ ପଠାଯାଇଥିଲା। ଆକ୍ରମଣ ପରେ ଫେରିବା ସମୟରେ, ଉଭୟ ବିମାନକୁ ପାରସ୍ୟ ଉପସାଗର ଉପରେ ଶତ୍ରୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଆକ୍ରମଣ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ତିନି ଜଣ ପାଇଲଟଙ୍କ କୌଣସି ପତ୍ତା ମିଳିନଥିଲା। ସେମାନେ ଜୀବିତ ଏବଂ କତର ହେପାଜତରେ ଅଛନ୍ତି ବୋଲି ଏବେ ଇରାନ ଦାବି କରୁଛି।
Campus Shooting: ଭର୍ଜିନିଆ ଷ୍ଟେଟ୍ ୟୁନିଭର୍ସିଟିରେ ଆଖିବୁଜା ଗୁଳି ମାଡ଼: ରକ୍ତ ଜୁଡୁବୁଡୁ ଅବସ୍ଥାରେ ୫ ଆହତ ଉଦ୍ଧାର
ତେବେ ଇରାନୀ ପାଇଲଟଙ୍କୁ ତାଙ୍କ ସେନା ଜୀବିତ ରଖିଥିବା ଇରାନର ଦାବିକୁ କତର ଅସ୍ୱୀକାର କରିଛି। କତରର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଜେଦ ମହମ୍ମଦ ଅଲ-ଅନସାରି ସୋସିଆଲ ମିଡିଆରେ କହିଛନ୍ତି, ଇରାନୀ ପାଇଲଟମାନେ ମାର୍ଚ୍ଚ ମାସରେ କତର ବାୟୁସୀମା ଉଲ୍ଲଂଘନ କରିଥିଲେ। ଯୋଗାଯୋଗ ସ୍ଥାପନ ପାଇଁ କତର କର୍ତ୍ତୃପକ୍ଷଙ୍କ ବାରମ୍ବାର ପ୍ରୟାସର ଜବାବ ସେମାନେ ଦେଇ ନଥିଲେ। ମୁଖପାତ୍ର କହିଛନ୍ତି, କତର ସନ୍ଧାନ ଏବଂ ଉଦ୍ଧାର ଦଳ ପରେ ଜଣେ ପାଇଲଟଙ୍କ ଶରୀରର ଅବଶେଷ ଉଦ୍ଧାର କରିଥିଲେ। ଅବଶେଷ ହସ୍ତାନ୍ତର ପାଇଁ କତର ମଧ୍ୟ ଇରାନ ସହିତ ଯୋଗାଯୋଗ କରିଥିଲା ​​କିନ୍ତୁ ତେହେରାନ ଏପର୍ଯ୍ୟନ୍ତ ଅଭିଯାନର ବିବରଣୀ ସମୀକ୍ଷା କରିବା ନେଇ କୌଣସି ଉତ୍ତର ଦେଇନାହିଁ।

1 hour ago
1


