Indus Waters Treaty: ପାକିସ୍ତାନର ଅଧିକାର କ୍ଷୁଣ୍ଣ ହେଲେ ୨ ଶହ କୋଟି ଲୋକଙ୍କ ସ୍ବାର୍ଥ ପ୍ରଭାବିତ ହେବ: ଭାରତକୁ ପୁଣି ବୃଥା ଧମକ

2 hours ago 1
ARTICLE AD BOX

ଇସଲାମାବାଦ: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି। ପ୍ରଥମେ ପାକିସ୍ତାନ ପକ୍ଷରୁ ଭାରତକୁ ଚୁକ୍ତିନାମାକୁ ପୁନଃସ୍ଥାପିତ କରିବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଦିଲ୍ଲୀର ସ୍ପଷ୍ଟ ଦୃଷ୍ଟିକୋଣ ତଥା ସ୍ବତନ୍ତ୍ର ଆଭିମୁଖ୍ୟ ଯୋଗୁ ପାକିସ୍ତାନ ସମସ୍ୟାରେ ପଡ଼ିଛି। ପାକିସ୍ତାନର ସାଂସଦ, ମନ୍ତ୍ରୀ ଏବଂ ପ୍ରମୁଖ ନେତାମାନେ ବିଭିନ୍ନ ବିଶ୍ୱ ମଞ୍ଚରେ ଚୁକ୍ତିନାମାକୁ ନେଇ ନିବେଦନ କରିବା ସହିତ ଲଗାତାର ବୃଥା ଧମକ ମଧ୍ୟ ଦେଉଛନ୍ତି।

ଅନ୍ତର୍ଜାତୀୟ ଚୁକ୍ତିନାମାକୁ ସମ୍ମାନ 

ପାକିସ୍ତାନର ଇସଲାମାବାଦରେ ସିନ୍ଧୁ ଚୁକ୍ତି ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ପାକିସ୍ତାନୀ ମନ୍ତ୍ରୀ, ସାଂସଦ ଏବଂ ଅନ୍ତର୍ଜାତୀୟ ଆଇନ ଏବଂ ଜଳ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀର ଥିଲା ଲକ୍ଷ୍ୟ ଭାରତର ନିଷ୍ପତ୍ତି ବିରୋଧରେ ଅନ୍ତର୍ଜତୀୟ ସ୍ତରରେ ସମର୍ଥନ ସଂଗ୍ରହ କରିବା। ସମ୍ମିଳନୀ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ପୁଣି ଥରେ ଭାରତ ବିରୋଧୀ ଉତ୍ତେଜନାମୂଳକ ମନ୍ତବ୍ୟ ଦେଇଛନ୍ତି।ବିଲାୱାଲ ଭୁଟ୍ଟୋ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତିନାମା ପାକିସ୍ତାନ ପ୍ରତି କାହାର ଉପକାର ନଥିଲା। ଏହା ଦୁଇ ଦେଶ ମଧ୍ୟରେ ଏକ ଅନ୍ତର୍ଜାତୀୟ ଚୁକ୍ତିନାମା। ଏହି ଅନ୍ତର୍ଜାତୀୟ ଚୁକ୍ତିନାମାକୁ ସମ୍ମାନ କରାଯିବା ଉଚିତ୍।

Accident: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ବସ୍‌-କାର୍‌ ଧକ୍କା: ୫ ମୃତ, ୮ ଆହତ

ପାକିସ୍ତାନର ପରିବେଶ ମନ୍ତ୍ରୀ ମୁସାଦ୍ଦିକ ମଲିକ ସିନ୍ଧୁ ଜଳ ଚୁକ୍ତିନାମାକୁ ସମର୍ଥନ କରି କହିଛନ୍ତି, ଯଦି ଏକ ଶକ୍ତିଶାଳୀ ଦେଶ ଏକପାଖିଆ ଭାବରେ ଅନ୍ତର୍ଜାତୀୟ ଚୁକ୍ତିନାମାକୁ ସ୍ଥଗିତ କରିବ, ତେବେ ବିଶ୍ୱର ଯେକୌଣସି ଚୁକ୍ତିନାମାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ।ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ସମ୍ମିଳନୀରେ ଭାରତକୁ ଚେତାବନୀ ଦେଇ କହିଥିଲେ, ସିନ୍ଧୁ ଜଳ ଚୁକ୍ତିନାମା କେବଳ ଏକ ଜଳ ବଣ୍ଟନ ଚୁକ୍ତିନାମା ନୁହେଁ, ବରଂ ଦକ୍ଷିଣ ଏସିଆରେ ଶାନ୍ତି, ସ୍ଥିରତା ଏବଂ ସହଯୋଗ ପାଇଁ ଏକ ଦୃଢ଼ ଭିତ୍ତିଭୂମି। ଜଳସମ୍ପଦକୁ କେବେବି ଅସ୍ତ୍ର କରାଯିବା ଉଚିତ୍ ନୁହେଁ।ଇଶାକ ଡାର କହିଛନ୍ତି, ଯଦି ପାକିସ୍ତାନର ଅଧିକାର କ୍ଷୁଣ୍ଣ ହୁଏ, ତେବେ ଏହା ଦ୍ବାରା ସମଗ୍ର ଅଞ୍ଚଳର ଶାନ୍ତି ବ୍ୟାହତ ହେବ। ପରିଣାମ ସ୍ବରୂପ ପ୍ରାୟ ଦୁଇ ଶହ କୋଟି ଲୋକଙ୍କ ସ୍ୱାର୍ଥ ପ୍ରଭାବିତ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.