IndiGo Launches: କ୍ୟାବିନ ବ୍ୟାଗ୍ ସହ ଇଣ୍ଡିଗୋର ନୂଆ ସୁଲଭ ଟିକସ ବ୍ୟବସ୍ଥା

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କୁ ଅଧିକ ନମନୀୟ ଓ ସୁଲଭ ବିକଳ୍ପ ଯୋଗାଇବା ଲକ୍ଷ୍ୟରେ ଇଣ୍ଡିଗୋ ତାହାର ଇକୋନୋମି ଶ୍ରେଣୀ ପାଇଁ ନୂଆ ''ଇଣ୍ଡିଗୋ ଲାଇଟ୍ ଟିକଟ ବ୍ୟବସ୍ଥା ଆରମ୍ଭ କରିଛି। ଏହା କେବଳ କ୍ୟାବିନ ବ୍ୟାଗ୍ ସହ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ତୁକୁଡ଼ା କାଳୀ ମନ୍ଦିରରୁ ଲୁଟ୍ କଲେ ଦୁର୍ବୃତ୍ତ, ସିସିଟିଭିରେ ଭିଡିଓ କଏଦ

ଏହି ନୂଆ ଭଡ଼ା ବ୍ୟବସ୍ଥା ଅନୁଯାୟୀ ଯାତ୍ରୀମାନେ କେବଳ ସେମାନେ ବ୍ୟବହାର କରୁଥିବା ସେବା ପାଇଁ ହିଁ ଅର୍ଥ ପ୍ରଦାନ କରିବେ। ଫଳରେ ଯାତ୍ରା ଖର୍ଚ୍ଚ ଉପରେ ଅଧିକ ନିୟନ୍ତ୍ରଣ ରଖିବା ସହ ସୁଲଭ ଦରରେ ବିମାନ ଯାତ୍ରା କରିବାର ସୁଯୋଗ ମିଳିବ। ଆଜିଠାରୁ ଏହି ଟିକଟ ବ୍ୟବସ୍ଥା କମ୍ପାନିର ୱେବସାଇଟ୍, ମୋବାଇଲ୍ ଆପ୍ ଓ କଣ୍ଟାକ୍ଟ ସେଣ୍ଟର ମାଧ୍ୟମରେ ବୁକିଂ ପାଇଁ ଉପଲବ୍ଧ ହୋଇଛି। ଜୁଲାଇ ୧୫ରୁ ଏହା ଘରୋଇ ଓ ଆନ୍ତର୍ଜାତିକ ସିଧାସଳଖ ଉଡ଼ାଣ ପାଇଁ ପ୍ରଯୁଜ୍ୟ ହେବ।
''ଇଣ୍ଡିଗୋ ଲାଇଟ୍'' ଭଡ଼ାରେ ଯାତ୍ରୀମାନେ ୭ କିଲୋଗ୍ରାମ ପର୍ଯ୍ୟନ୍ତ କ୍ୟାବିନ ବ୍ୟାଗ୍ ନେଇପାରିବେ ଏବଂ ଅତିରିକ୍ତ ଶୁଳ୍କ ବିନା ସ୍ୱୟଂଚାଳିତ ଭାବେ ଏକ ସିଟ୍ ଆବଣ୍ଟନ କରାଯିବ। ଯଦି କୌଣସି ଯାତ୍ରୀ ଚେକ୍-ଇନ୍ ବ୍ୟାଗେଜ୍, ପସନ୍ଦର ସିଟ୍, ଖାଦ୍ୟ କିମ୍ବା ଫାଷ୍ଟ ଫରୱାର୍ଡ ଭଳି ସେବା ଚାହାଁନ୍ତି ତେବେ ସେଗୁଡ଼ିକୁ ଅଲଗା ଭାବେ କ୍ରୟ କରିପାରିବେ। ଏହି ସୁବିଧା ଯାତ୍ରାର ଏକ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ଉପଲବ୍ଧ ରହିବ।
ଇଣ୍ଡିଗୋର ଚିଫ୍ ଷ୍ଟ୍ରାଟେଜି ଅଫିସର ଆଲୋକ ସିଂହ କହିଛନ୍ତି ଯେ ଗ୍ରାହକଙ୍କ ବଦଳୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନି ନିରନ୍ତର ନୂଆ ସେବା ଆଣୁଛି। କମ୍ ସାମଗ୍ରୀ ସହ ଯାତ୍ରା କରୁଥିବା ଓ କେବଳ ଆବଶ୍ୟକ ସେବା ପାଇଁ ଅର୍ଥ ଦେବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ''ଇଣ୍ଡିଗୋ ଲାଇଟ୍'' ଏକ ଉପଯୁକ୍ତ ବିକଳ୍ପ ହେବ।

ଆହୁରି ପଢ଼ନ୍ତୁ: ସବୁ ବିଷୟବସ୍ତୁ ହଟିବ ନାହିଁ, କେବଳ ୫ଟି ଜାଲ୍ ଅନଲାଇନ୍ ଦସ୍ତାବିଜ୍ ହଟାଯିବ: ରାଘବ ଚଢାଙ୍କୁ କହିଲେ ଦିଲ୍ଲୀ ହାଇକୋର୍ଟ

ଅଧିକ ଦେଖନ୍ତୁ:

Read Entire Article
LEFT SIDEBAR AD

Hidden in mobile, Best for skyscrapers.