Indian Navy: ଜଳଦସ୍ୟୁଙ୍କ କବଳରୁ କ୍ରୁ ସଦସ୍ୟଙ୍କ ଜୀବନ ବଞ୍ଚାଇଲା ଭାରତୀୟ ନୌସେନା

3 hours ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ନୌସେନା ଭାରତ ଅଭିମୁଖେ ଆସୁଥିବା ଏକ ଜାହାଜକୁ ଜଳଦସ୍ୟୁଙ୍କ ଠାରୁ ସୁରକ୍ଷା ପ୍ରଦାନ କରି ଲୁଟ୍‌ର ଏକ ଉଦ୍ୟମକୁ ପଣ୍ଡ କରିଛି। ଜାହାଜଟି ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଜୁଲାଇ ୧ ତାରିଖ ରାତିରେ ଜାହାଜ ଉପରେ ଜଳଦସ୍ୟୁ ଆକ୍ରମଣ କରିଥିଲେ। ଭାରତୀୟ ନୌସେନା ଯୁଦ୍ଧଜାହାଜ ଆଇଏନଏସ ତ୍ରିକଣ୍ଡ ଏହି ଲୁଟ୍ ଉଦ୍ୟମକୁ ପଣ୍ଡ କରିଛି। ସୂଚନା ଅନୁଯାୟୀ, ଜଳଦସ୍ୟୁ ଲୁଟ୍ ପାଇଁ ଯୋଜନ‌ା କରିଥିବା ଜାହାଜ ଏମଭି ଗୋଲ୍ଡେନ୍ ଆର୍ସେନାଲ୍‌ରେ ଭାରତୀୟ ନୌସେନା ମେରାଇନ୍ କମାଣ୍ଡୋ ଚଢ଼ିଥିଲେ। ସେଥିରେ ଜଣେ ଭାରତୀୟ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଜାହାଜଟି ଭାରତ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଣୁଛି। କ୍ରୁମାନେ ନିଜକୁ ଏକ ସୁରକ୍ଷିତ କୋଠରୀରେ ବନ୍ଦ କରିଦେଇଥିଲେ ଏବଂ ଯୋଗାଯୋଗ ମାଧ୍ୟମରେ ଡକାୟତି ଉଦ୍ୟମ ସମ୍ପର୍କରେ ସୂଚନା ଦେଇଥିଲେ। ଯେତେବେଳେ ଭାରତୀୟ ନୌସେନା ଯୁଦ୍ଧଜାହାଜ ସମ୍ପୃକ୍ତ ଜାହାଜ ନିକଟକୁ ଆସିଥିଲା, ଜଳଦସ୍ୟୁମାନେ ଭୟରେ ପଳାଇଯାଇଥିଲେ।

ଇରାନର ସର୍ବୋଚ୍ଚ ନେତା ଖେମିନିଙ୍କ ଶେଷକୃତ୍ୟରେ ଯୋଗଦେବେ ମେହବୁବା ମୁଫ୍ତି

ଏହା ପ୍ରଥମ ଥର ନୁହେଁ ଯେତେବେଳେ ଭାରତୀୟ ନୌସେନା ନିଜର ଦକ୍ଷତା ପ୍ରଦର୍ଶନ କରି ଜଳଦସ୍ୟୁଙ୍କଠାରୁ ଏକ ଜାହାଜକୁ ଉଦ୍ଧାର କରିଛି। ପୂର୍ବରୁ ପୂର୍ବରୁ ଜୁନ୍ ୧୯ରେ ଆଇଏନଏସ ତ୍ରିକଣ୍ଡ ଏମଭି ଫରିଦ୍-୫ରୁ ଜରୁରୀକାଳୀନ ଅନୁରୋଧ ପାଇ ପଶ୍ଚିମ ଭାରତ ମହାସାଗରରେ ସମୟୋଚିତ ପଦକ୍ଷେପ ଗ୍ରହଣ କରି ଜଳଦସ୍ୟୁଙ୍କୁ ଘଉଡ଼ାଇ ଦେଇଥିଲା।ସେହିପରି ୨୭ ମେ’ରେ, ଭାରତୀୟ ନୌସେନା ଭାରତ ମହାସାଗରରେ ଏକ ମାଲବାହୀ ଜାହାଜକୁ ଉଦ୍ଧାର କରିଥିଲା। ପଶ୍ଚିମ ଭାରତ ମହାସାଗରରେ ମାଲବାହୀ ଜାହାଜ ଏମଭି ମାଶାଆଲ୍ଲାହ-୧ ନିକଟରେ ଜଳଦସ୍ୟୁଙ୍କ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା।। ଆଇଏନଏସ କୋଲକାତା ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଉଦ୍ୟମକୁ ପଣ୍ଡ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.