India Partitio: ବିଭାଜନ ହୋଇନଥିଲେ କେମିତି ଦିଶିଥାନ୍ତା ଭାରତ?

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ୧୯୪୭... ଗୋଟିଏ ପଟେ ସ୍ୱାଧୀନତାର ଖୁସି, ଅନ୍ୟପଟେ ଦେଶ ବିଭାଜନର ଯନ୍ତ୍ରଣା। ଭାରତରୁ ଅଲଗା ହୋଇଗଲା ପାକିସ୍ତାନ, ପରେ ତାହାର ପୂର୍ବ ଅଂଶ ହେଲା ବାଂଲାଦେଶ। ତେବେ ଥରେ ଭାବନ୍ତୁ... ଯଦି ୧୯୪୭ରେ ଦେଶ ବିଭାଜନ ହୋଇନଥାନ୍ତା? ଆଜିର ଭାରତ କେତେ ବଡ଼ ଦେଖାଯାଇଥାନ୍ତା? କେତେ ଲୋକ ରହିଥାନ୍ତେ, ଅର୍ଥନୀତି କେତେ ଶକ୍ତିଶାଳୀ ହୋଇଥାନ୍ତା ଏବଂ ସାମରିକ ଶକ୍ତି କେଉଁ ସ୍ତରରେ ଥାଆନ୍ତା? ୧୯୪୭ରେ ଦେଶ ବିଭାଜନ କେବଳ ମାନଚିତ୍ର ବଦଳାଇନଥିଲା, ବଦଳାଇଦେଇଥିଲା କୋଟି କୋଟି ଲୋକଙ୍କ ଜୀବନ। ଯଦି ଭାରତ ବିଭାଜିତ ହୋଇନଥାନ୍ତା, ତେବେ ଆଜିର ଭାରତ ସହ ପାକିସ୍ତାନ ଓ ବାଂଲାଦେଶ ମଧ୍ୟ ଗୋଟିଏ ଦେଶର ଅଂଶ ହୋଇଥାନ୍ତେ।

Mallikarjun Kharge, Rahul Gandhi: ଲାଲକିଲ୍ଲାକୁ ଆସିଲେ ନାହିଁ ରାହୁଲ- ମଲ୍ଲିକାର୍ଜୁନ

ଜନସଂଖ୍ୟା

ଆଜିର ଆକଳନକୁ ଯୋଡ଼ିଲେ, ଏହି କଳ୍ପିତ ଅଖଣ୍ଡ ଭାରତର ଜନସଂଖ୍ୟା ପ୍ରାୟ ୧୮୯ କୋଟି ହୋଇଥାନ୍ତା। ଅର୍ଥାତ୍, ଚୀନ୍‌କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟାର ଦେଶ ହୋଇଥାନ୍ତା ଭାରତ।

ଧର୍ମୀୟ ଚିତ୍ର

ଯଦି ବିଭାଜନ ହୋଇନଥାନ୍ତା, ତେବେ ଭାରତରେ ଅଧିକାଂଶ ହିନ୍ଦୁ ହୋଇଥାନ୍ତେ, କିନ୍ତୁ ମୁସଲିମ୍ ଜନସଂଖ୍ୟା ମଧ୍ୟ ଅତ୍ୟନ୍ତ ବଡ଼ ହୋଇଥାନ୍ତା। ଆଜିର ଭାରତ, ପାକିସ୍ତାନ ଓ ବାଂଲାଦେଶର ଆକଳନକୁ ମିଶାଇଲେ ପ୍ରାୟ ୫୮ କୋଟି ମୁସଲିମ୍ ଓ ୯୮ କୋଟିରୁ ଅଧିକ ହିନ୍ଦୁ ଦେଶରେ ଏକାଠି ରହିଥାନ୍ତେ।

କ୍ଷେତ୍ରଫଳ

ତିନୋଟି ଦେଶର ବର୍ତ୍ତମାନର କ୍ଷେତ୍ରଫଳକୁ ଯୋଡ଼ିଲେ ପ୍ରାୟ ୪୩.୧୭ ଲକ୍ଷ ବର୍ଗ କିଲୋମିଟର। ଅର୍ଥାତ୍ ଭୌଗୋଳିକ ଭାବେ ମଧ୍ୟ ବିଶ୍ୱର ଅନ୍ୟତମ ବୃହତ୍ତମ ଦେଶ ହୋଇଥାନ୍ତା।

ଅର୍ଥନୀତି

ଭାରତ, ପାକିସ୍ତାନ ଓ ବାଂଲାଦେଶର ବର୍ତ୍ତମାନର GDPକୁ ଯୋଡ଼ିଲେ ମୋଟ ଅର୍ଥନୀତିର ଆକାର ପ୍ରାୟ ୫.୦୭ ଟ୍ରିଲିୟନ୍ ଡଲାର ହୋଇଥାନ୍ତା । ଏଭଳି ହିସାବରେ ଭାରତ ବିଶ୍ୱର ଶୀର୍ଷ ଅର୍ଥନୀତିଗୁଡ଼ିକ ମଧ୍ୟରେ ରହିଥାନ୍ତା।

ସାମରିକ ଶକ୍ତି

ତିନି ଦେଶର ସକ୍ରିୟ ସାମରିକ ବଳକୁ ଯୋଡ଼ିଲେ ସଂଖ୍ୟା ପ୍ରାୟ ୨୩ ଲକ୍ଷ ହୋଇଥାନ୍ତା। ଆଉ ତିନି ଦେଶର ବର୍ତ୍ତମାନର ପ୍ରତିରକ୍ଷା ଖର୍ଚ୍ଚକୁ ଯୋଡ଼ିଲେ ଏହା ୧୦୦ ବିଲିୟନ୍ ଡଲାରରୁ ଅଧିକ ହୋଇପାରିଥାନ୍ତା।

ପରମାଣୁ ଶକ୍ତି

ଆଜିର ଆକଳନକୁ ଧରିଲେ ଭାରତ ଓ ପାକିସ୍ତାନର ପରମାଣୁ ଅସ୍ତ୍ର ସଂଖ୍ୟାକୁ ମିଶାଇଲେ ପ୍ରାୟ ୩୬୦। ଅର୍ଥାତ୍, ଏକ ଅଖଣ୍ଡ ଭାରତ ହୋଇଥିଲେ ପରମାଣୁ ଶକ୍ତିରେ ମଧ୍ୟ ବିଶ୍ୱର ଶୀର୍ଷ ଦେଶମାନଙ୍କ ମଧ୍ୟରେ ରହିଥାନ୍ତା।

ସଂସଦ

ଭାରତ, ପାକିସ୍ତାନ ଓ ବାଂଲାଦେଶର ବର୍ତ୍ତମାନର ଦୁଇ ସଦନର ଆସନ ସଂଖ୍ୟାକୁ ଯୋଡ଼ିଲେ ପ୍ରାୟ ୧୫୯୧ଟି ଆସନ ହୋଇଥାନ୍ତା। କିନ୍ତୁ ଏହି କଳ୍ପନାର ଆଉ ଏକ ଦିଗ ମଧ୍ୟ ରହିଛି। ଏତେ ବଡ଼ ଦେଶ ପାଇଁ ସବୁ କ୍ଷେତ୍ରରେ ଚ୍ୟାଲେଞ୍ଜ ମଧ୍ୟ ଅଧିକ ବଢ଼ିଥାନ୍ତା। ବଡ଼ ଅର୍ଥନୀତି ସହ ବଡ଼ ଚ୍ୟାଲେଞ୍ଜ ମଧ୍ୟ ରହିଥାନ୍ତା। ତିନି ଦେଶର ବର୍ତ୍ତମାନର ଦାରିଦ୍ର୍ୟ ତଥ୍ୟକୁ ଯୋଡ଼ିଲେ ୧୫ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମା ତଳେ ଥିବା ଆକଳନ ମିଳେ। ବେକାରି ମଧ୍ୟ ଏକ ବଡ଼ ସମସ୍ୟା ହୋଇଥାନ୍ତା। ତେବେ ଏହା ଏକ କଳ୍ପିତ ତୁଳନା। ଆଜିର ଭାରତ, ପାକିସ୍ତାନ ଓ ବାଂଲାଦେଶର ତଥ୍ୟକୁ ଯୋଡ଼ି ଦେଖାଯାଇଥିବା ଏକ ଚିତ୍ର। ବାସ୍ତବରେ ଯଦି ୧୯୪୭ରେ ବିଭାଜନ ହୋଇନଥାନ୍ତା, ରାଜନୀତି, ଅର୍ଥନୀତି, ସମାଜ ଓ ଜନସଂଖ୍ୟାର ଗତିପଥ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରିଥାନ୍ତା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.