ARTICLE AD BOX
ଡର୍ହାମ୍: ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳର ଆରମ୍ଭ ଲଜ୍ଜାଜନକ ରହିଛି। ଏହି ଗସ୍ତର ପ୍ରଥମ ଦୁଇ ଟ୍ବେଣ୍ଟି-୨୦ ଦୁର୍ବଳ ଆୟର୍ଲାଣ୍ଡ ବିକ୍ଷରେ ଖେଳି ୦-୨ରେ ହାରିଯାଇଥିଲା ଟିମ୍ ଇଣ୍ଡିଆ। ଏବେ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଏବଂ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଯାହା ନିଶ୍ଚିତ ଭାବେ ତା’ ପାଇଁ କଠିନ ପରୀକ୍ଷା ନେଇ ଆସିବ।
America-Iran Talk: ଆମେରିକା-ଇରାନ ଆଲୋଚନା; ଦୋହା ବୈଠକକୁ ନେଇ ଦ୍ବନ୍ଦ୍ବ
ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ବୁଧବାରଠୁ ଡର୍ହାମ୍ରେ ଆରମ୍ଭ ହେବ। ଆୟର୍ଲାଣ୍ଡ ଲଜ୍ଜା ଲିଭାଇବାକୁ ବିଶ୍ବ ବିଜେତା ଭାରତ ପାଇଁ ଏହି ଶୃଙ୍ଖଳା ସୁଯୋଗ ଆଣିଛି। ଭ୍ରମଣକାରୀ ଭାରତୀୟ ଦଳ ଅଭିଜ୍ଞ ଓ ନିର୍ଭୀକ ଯୁବପିଢ଼ିଙ୍କୁ ନେଇ ସନ୍ତୁଳିତ ଥିଲେ ମଧ୍ୟ ଆୟର୍ଲାଣ୍ଡ ବିପକ୍ଷରେ ଲଗାତାର ବ୍ୟାଟିଂ ବିଫଳତା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ବେଞ୍ଚ୍ରେ ବସି ଆୟର୍ଲାଣ୍ଡ ଗସ୍ତ ଶେଷ କରିଥିଲେ। ପ୍ରାରମ୍ଭିକ ବ୍ୟାଟର୍ଙ୍କ ବିଫଳତା ତାଙ୍କୁ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ ସୁଯୋଗ ଦେବ। ଅନ୍ୟପକ୍ଷରେ ନବନିଯୁକ୍ତ ଅଧିନାୟକ ଶ୍ରେୟସ ଆୟର ପୂର୍ବ ପ୍ରଦର୍ଶନକୁ ଭୁଲି ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛନ୍ତି। ଆଇପିଏଲ୍ ଚମତ୍କାରିତା ଦେଖାଇଥିବା ଅଭିଷେକ ଶର୍ମା, ସଞ୍ଜୁ ସାମ୍ସନ୍, ଇଶାନ କିଶନ, ଅଧିନାୟକ ଆୟର, ତିଳକ ବର୍ମା ଓ ବିସ୍ମୟ ବାଳକ ସୂର୍ଯ୍ୟବଂଶୀଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍ ଦୃଢ଼ ରହିଛି। ଅର୍ଶଦୀପ ସିଂହ, ଆହତରୁ ଫେରିଥିବା ହର୍ଷିତ ରାଣା ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ତାଙ୍କୁ ଅଲ୍ରାଉଣ୍ଡର ଶିବମ ଦୁବେ ଓ ପ୍ରିନ୍ସ ଯାଦବ ସହଯୋଗ କରିବେ। ସ୍ପିନ୍ ବୋଲିଂରେ ରହିଛନ୍ତି ଆହତରୁ ଫେରିଥିବା ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ। ଅନ୍ୟପକ୍ଷରେ ନିକଟରେ ନ୍ୟୁଜିଲାଣ୍ଡ ଟେଷ୍ଟ୍ ଶୃଙ୍ଖଳା ହାରିଥିବା ଇଂଲଣ୍ଡ ଏହି ସଟ୍କଟ୍ ଫର୍ମାଟ୍ରେ ଭାରତକୁ ଚେକ୍ ଦେବାକୁ ପ୍ରସ୍ତୁତ ଅଛି। ଜୋଫ୍ରା ଆର୍ଚରଙ୍କୁ ଦଳ ବିଶ୍ରାମ ଦେବା ସହ ସୋନି ବେକର ଓ ଲୁକ୍ ଉଡ୍ଙ୍କୁ ପଦାର୍ପଣ ସୁଯୋଗ ଦେବ ଇଂଲଣ୍ଡ।
Horoscope 2026 July 01: ଜାଣନ୍ତୁ ଆଜିର ରାଶିଫଳ...
ସମ୍ଭାବ୍ୟ ଭାରତୀୟ ଦଳ: ସଞ୍ଜୁ ସାମ୍ସନ୍/ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଈଶାନ କିଶନ (ୱିକେଟ୍ରକ୍ଷକ), ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ସୂର୍ଯ୍ୟାଂଶ ସେଡ୍ଗେ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷିତ ରାଣା, ପ୍ରିନ୍ସ ଯାଦବ/ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବ୍ୟ ଇଂଲଣ୍ଡ ଦଳ: ଫିଲ ସଲ୍ଟ, ଜୋସ ବଟଲର (ୱିକେଟ୍ରକ୍ଷକ), ହାରି ବ୍ରୁକ୍ (ଅଧିନାୟକ), ଜାକବ ବେଥେଲ, ଟମ୍ ବାଣ୍ଟନ, ୱିଲ ଜ୍ୟାକ୍ସ, ସାମ୍ କରନ, ଲିଅମ ଡସନ୍, ସୋନି ବେକର/ଲୁକେ ଉଡ୍, ସକିବ ମହମୁଦ, ଆଦିଲ ରସିଦ।

6 hours ago
1


