ARTICLE AD BOX
ଗଲ୍: ବିଶ୍ବର ତୃତୀୟ ଦେଶ ଭାବେ ଭାରତ ୬୦୦ତମ ଟେଷ୍ଟ୍ ଖେଳିଛି। ଶନିବାର ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳି ଭାରତ ଏହି ମାଇଲ୍ଖୁଣ୍ଟ ଛୁଇଁଥିଲା। ଟେଷ୍ଟ୍ ଖେଳିବାରେ ଭାରତ ଆଗରେ ଇଂଲଣ୍ଡ (୧୦୯୭ ଟେଷ୍ଟ୍) ଓ ଅଷ୍ଟ୍ରେଲିଆ (୮୮୩ ଟେଷ୍ଟ୍) ରହିଛନ୍ତି। ଭାରତ ୫୯୯ ମ୍ୟାଚ୍ରେ ୧୮୬ ବିଜୟ ଓ ୧୮୮ ପରାଜୟ ପାଇଥିଲା ବେଳେ ୨୨୪ଟି ଡ୍ର ରଖିଛି। ଭାରତର ବିଜୟ ରେସିଓ ୦.୯୮୯ ଥିଲା ବେଳେ ବିଜୟ ପ୍ରତିଶତ ୩୧.୧୩ ରହିଛି। ସର୍ବାଧିକ ବିଜୟରେ ଭାରତ ପଞ୍ଚମ୍ ସ୍ଥାନରେ ରହିଥିଲା ବେଳେ ଆଗରେ ଅଷ୍ଟ୍ରେଲିଆ (୪୨୬), ଇଂଲଣ୍ଡ (୪୦୫), ଦକ୍ଷିଣ ଆଫ୍ରିକା (୧୯୧) ଓ ୱେଷ୍ଟ୍ଇଣ୍ଡିଜ୍ (୧୮୭) ରହିଛନ୍ତି। ଭାରତ ପ୍ରଥମ ଟେଷ୍ଟ୍ ୧୯୩୨ରେ ଇଂଲଣ୍ଡ ବିପକ୍ଷରେ ଲର୍ଡସରେ ସିକେ ନାୟୁଡ଼ୁଙ୍କ ନେତୃତ୍ବରେ ଖେଳିଥିଲା। ପ୍ରଥମ ଟେଷ୍ଟ୍ରୁ ୧୦୦ ଟେଷ୍ଟ୍ ଖେଳିବାକୁ ଭାରତ ୩୫ ବର୍ଷ ଲାଗିଥିଲା। ଏହାପରେ ୧୫ ଓ ୧୪ ବର୍ଷ ବ୍ୟବଧାନରେ ୧୦୦ ଲେଖାଏଁ ଟେଷ୍ଟ୍ ଖେଳିଥିଲା। ପରବର୍ତ୍ତୀ ୧୦୦ ଲେଖାଏଁ ଟେଷ୍ଟ୍ ୧୦ ବର୍ଷ ଅନ୍ତରରେ ଖେଳିଛି। ଭାରତ ୫୦୦ତମ ଟେଷ୍ଟ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୬ରେ ଖେଳିଥିଲା ଏବଂ ଏହାକୁ ୯୭ ରନ୍ରେ ଜିତିଥିଲା।
ଭାରତର ମାଇଲ୍ଖୁଣ୍ଟ ଟେଷ୍ଟ୍
*ପ୍ରଥମ ଟେଷ୍ଟ୍-ଇଂଲଣ୍ଡ ବନାମ ଭାରତ (ଲର୍ଡସ, ୧୯୩୨)-ଇଂଲଣ୍ଡ ୧୫୮ ରନ୍ରେ ବିଜୟୀ
*୧୦୦ତମ ଟେଷ୍ଟ୍-ଇଂଲଣ୍ଡ ବନାମ ଭାରତ (ବର୍ମିଂହାମ, ୧୯୬୭)-ଇଂଲଣ୍ଡ ୧୩୨ ରନ୍ରେ ବିଜୟୀ
*୨୦୦ତମ ଟେଷ୍ଟ୍-ପାକିସ୍ତାନ ବନାମ ଭାରତ (ଲାହୋର, ୧୯୬୭)- ଅମୀମାଂସିତ
*୩୦୦ତମ ଟେଷ୍ଟ୍- ଭାରତ ବନାମ ଦକ୍ଷିଣ ଆଫ୍ରିକା (ଅହମଦାବାଦ, ୧୯୯୬)- ଭାରତ ୬୪ ରନ୍ରେ ବିଜୟୀ
*୪୦୦ତମ ଟେଷ୍ଟ୍-ୱେଷ୍ଟ୍ଇଣ୍ଡିଜ୍ ବନାମ ଭାରତ (କିଙ୍ଗ୍ସଟନ, ୨୦୦୬)-ଭାରତ ୪୯ ରନ୍ରେ ବିଜୟୀ
*୫୦୦ତମ ଟେଷ୍ଟ୍-ଭାରତ ବନାମ ନ୍ୟୁଜିଲାଣ୍ଡ (କାନପୁର, ୨୦୧୬)- ଭାରତ ୧୯୭ ରନ୍ରେ ବିଜୟୀ
*୬୦୦ତମ ଟେଷ୍ଟ୍- ଶ୍ରୀଲଙ୍କା ବନାମ ଭାରତ (ଗଲ୍, ୨୦୨୬)- ଚାଲିଛି
Bangladesh vs Australia: ଡରୱିନ୍ ଟେଷ୍ଟ୍: ବାଂଲାଦେଶର ଐତିହାସିକ ବିଜୟ; ଅଷ୍ଟ୍ରେଲିଆକୁ ୯ ୱିକେଟ୍ରେ ହରାଇଲା

57 minutes ago
1


