ARTICLE AD BOX
କଟକ: କଟକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳା ବିକାଶ କେନ୍ଦ୍ର ପରିସରରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରର ସଭାପତି ଡଃ ବିଜୟାନନ୍ଦ ସିଂହ, ସାଧାରଣ ସମ୍ପାଦକ ବିକାଶ ଚନ୍ଦ୍ର ଦାଶ, ପ୍ରଶାସନିକ ଅଧିକାରୀଙ୍କ ରବୀନ୍ଦ୍ର ନାଥ ଜଟ ସମେତ କେନ୍ଦ୍ରର ବିଭିନ୍ନ ବିଭାଗର କର୍ମଚାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଅବସରରେ ସଭାପତି ଡଃ ବିଜୟାନନ୍ଦ ସିଂହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଓ ଦେଶର ସ୍ୱାଧୀନତା ସଂଗ୍ରାମୀ ଓ ମହାନ ଦେଶଭକ୍ତମାନଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରାଯାଇଥିଲା।
ସଭାପତି ଡଃ ବିଜୟାନନ୍ଦ ସିଂହ ନିଜ ଅଭିଭାଷଣରେ କହିଥିଲେ ଯେ, ସ୍ୱାଧୀନତା କେବଳ ଏକ ଐତିହାସିକ ଘଟଣା ନୁହେଁ, ଏହା ଆମର ଦାୟିତ୍ୱ ଓ କର୍ତ୍ତବ୍ୟବୋଧର ଏକ ନିରନ୍ତର ସ୍ମାରକ। ଦେଶର ଏକତା, ଅଖଣ୍ଡତା ଓ ସାମାଜିକ ସମନ୍ୱୟକୁ ସୁଦୃଢ଼ କରିବା ସହିତ ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରି ଦେଶର ପ୍ରଗତିରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ବିଶେଷକରି କଳା ଓ ସଂସ୍କୃତି ମାଧ୍ୟମରେ ଓଡ଼ିଶାର ଗୌରବମୟ ପରମ୍ପରାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାର ଗୁରୁତ୍ୱ ସେ ଉଲ୍ଲେଖ କରିଥିଲେ।
Independence Day Live: ପଲ୍ଲୀରୁ ଦିଲ୍ଲୀ ଯାଏଁ... ଏଠାରେ ପଢ଼ନ୍ତୁ ସ୍ୱାଧୀନତା ଦିବସର ପ୍ରତିଟି ଅପ୍ଡେଟ୍
କେନ୍ଦ୍ରର ସାଧାରଣ ସମ୍ପାଦକ ତାଙ୍କ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହିତ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ, ଭାଇଚାରା ଓ ସାମାଜିକ ସମ୍ପ୍ରୀତିକୁ ଅକ୍ଷୁଣ୍ଣ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ। କଳା ବିକାଶ କେନ୍ଦ୍ର ତାହାର କଳା ଓ ସଂସ୍କୃତିମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ସେ ପ୍ରକାଶ କରିଥିଲେ।
ପ୍ରଶାସନିକ ଅଧିକାରୀ ନିଜ ବକ୍ତବ୍ୟରେ ସ୍ୱାଧୀନତାର ମୂଲ୍ୟକୁ ବୁଝି ଶୃଙ୍ଖଳା, ସଚ୍ଚୋଟତା, କର୍ତ୍ତବ୍ୟନିଷ୍ଠା ଓ ଦାୟିତ୍ୱବୋଧ ସହିତ କାର୍ଯ୍ୟ କରିବାକୁ ସମସ୍ତ କର୍ମଚାରୀଙ୍କୁ ଆହ୍ୱାନ ଜଣାଇଥିଲେ। ଏକ ଅନୁଷ୍ଠାନର ଉନ୍ନତି ତାହାର ପ୍ରତ୍ୟେକ ସଦସ୍ୟଙ୍କ ସମିଳିତ ପ୍ରୟାସ ଉପରେ ନିର୍ଭର କରେ ବୋଲି ସେ ମତ ପ୍ରକାଶ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଦେଶପ୍ରେମ, ଏକତା ଓ ଉତ୍ସାହର ପରିବେଶରେ ସମ୍ପନ୍ନ ହୋଇଥିଲା।

1 hour ago
2


