ARTICLE AD BOX
ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ ଗସ୍ତରେ ଥିବା ବେଳେ ଶନିବାର ନାଚିଛନ୍ତି। ଜିଲ୍ଲାର ବାଲିଶଙ୍କରା ଘୋଘରସ୍ଥ ଇବନଦୀ ବିସ୍ମୟକର ପଥରଶଯ୍ଯା କନାକୁଣ୍ଡ ପରିଦର୍ଶନ ବେଳେ ସେ ଆଦିବାସୀଙ୍କ ସହ ନାଚିଛନ୍ତି।
ସୁନ୍ଦରଗଡ଼ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ଶେଷ ପରେ ଉପମୁଖ୍ଯମନ୍ତ୍ରୀ ଶ୍ରୀମତୀ ପରିଡ଼ା କନାକୁଣ୍ଡ ପରିଦର୍ଶନରେ ଯାଇଥିଲେ। ଏହି ସମୟର ଘୋଘର ଅଞ୍ଚଳର ଆଦିବାସୀ ମହିଳାମାନେ ତାଙ୍କୁ ମାଦଳ ବାଜାର ତାଳେତାଳେ ନାଚିନାଚି ସ୍ବାଗତ କରିଥିଲେ। ଶ୍ରୀମତୀ ପରିଡ଼ା ହଠାତ ମହିଳାଙ୍କ ଅଣ୍ଟାରେ ଅଣ୍ଟା ଯୋଡ଼ି କିଛି ସମୟ ନାଚିଥିଲେ। ନୃତ୍ଯରତା ଆଦିବାସୀମାନେ ଉପମୁଖ୍ଯମନ୍ତ୍ରୀଙ୍କୁ ପାଇ ବେଶ ଉଲ୍ଲସିତ ହୋଇ ପଡ଼ିଥିଲେ।
ଏହି ଅବସରରେ ସେ କନାକୁଣ୍ଡ ବିଶ୍ବ ଦରବାରରେ ସୁନ୍ଦରଗଡ଼କୁ ପରିଚୟ ଦେବ ବୋଲି କହିଥିଲେ। କନାକୁଣ୍ଡର ପର୍ଯ୍ଯଟନ ବିକାଶ ପାଇଁ ୬୦ କୋଟି ଯୋଗାଇ ଦିଆଯାଇଥିବା ବେଳେ ପ୍ରଥମ ପର୍ଯ୍ଯାୟରେ ୧୯ କୋଟିର କାମ ହେବ ବୋଲି ଶ୍ରୀମତୀ ପରିଡ଼ା ଘୋଷଣା କରିଥିଲେ। ପୂର୍ତ୍ତ ବିଭାଗ ଜରିଆରେ ଆସନ୍ତା ନଭେମ୍ବରରେ ପ୍ରକଳ୍ପ କାମ ଆରମ୍ଭ ହେବ, ଯାହା ବର୍ଷେ ଭିତରେ ଶେଷ ହେବ। ପର୍ଯ୍ଯଟନ ବିକାଶ ହେବା ପରେ ଅଞ୍ଚଳର ଲୋକେ ପ୍ରତ୍ଯକ୍ଷ ଓ ପରୋକ୍ଷ ଭାବେ ରୋଜଗାର ପାଇବେ ଓ ତାକୁ ଆଧାର କରି ଅଞ୍ଚଳ ନୂଆ ରୂପ ନେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ଭବାନୀଶଙ୍କର ଭୋଇ, ବାଲିଶଙ୍କରା ପଞ୍ଚାୟତ ସମିତି କୁଞ୍ଜଲତା ଭିତିରିଆ, ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌର ପ୍ରମୁଖ ଉପସ୍ଥିତ ଥିଲେ।
Anganbadi Pravati Parida ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

57 minutes ago
2


