IND vs SL First Test: ଶ୍ରୀଲଙ୍କା ବିପକ୍ଷରେ ଭାରତର ବ୍ୟାଟିଂ ଜାରି

3 hours ago 2
ARTICLE AD BOX

ଗାଲେ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଗାଲେ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିଣି ଭାରତ ବ୍ୟାଟିଂ ଜାରି ରଖିଛି। ଅଧିନାୟକ ଶୁଭମନ ଗିଲ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। 

ଟିମ୍ ଇଣ୍ଡିଆର ବ୍ୟାଟିଂ ଆରମ୍ଭ କରିଥିଲେ ଯଶସ୍ବୀ ଜୟସ୍ବାଲ ଏବଂ କେଏଲ୍‌ ରାହୁଲ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୪୭ ରନ୍‌ର ଭାଗିଦାରୀ ହୋଇଥିଲେ। ଭାରତ ରନ ଆଉଟ୍ ଭାବରେ ପ୍ରଥମ ଝଟକା ପାଇଥିଲା। ଯଶସ୍ୱୀ ଜୟସୱାଲଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ଯଶସ୍ୱୀ ୩୭ ବଲ୍‌ରୁ ୩୨ ରନ କରିଥିଲେ। ୨୧ ଓଭର ପରେ ଭାରତର ସ୍କୋର ଗୋଟିଏ ୱିକେଟ ହରାଇ ୮୦ ରନ୍‌ ହୋଇଛି। ରାହୁଲ ଏବଂ ଦେବଦତ୍ତ ପଡ଼ିକଲ୍ଲ କ୍ରିଜ୍‌ରେ ଅଛନ୍ତି। 

ସୂଚନାଯୋଗ୍ୟ, ନଅ ବର୍ଷ ପରେ  ଭାରତୀୟ କ୍ରିକେଟ୍ ଦଳ ଶ୍ରୀଲଙ୍କାରେ ଏକ ଟେଷ୍ଟ ଖେଳୁଛି। ଏହା ଟିମ୍ ଇଣ୍ଡିଆର ୬୦୦ତମ ଟେଷ୍ଟ ମଧ୍ୟ। ଟେଷ୍ଟ ଚାମ୍ପିଅନସିପ୍ ଟେବୁଲରେ ଭାରତ ୫ମ ସ୍ଥାନରେ ଅଛି। ଯେତେବେଳେ ଆୟୋଜକ ଶ୍ରୀଲଙ୍କା ୬ଷ୍ଠ ସ୍ଥାନରେ ଅଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.