ARTICLE AD BOX
ଖ୍ରୀଷ୍ଟଚର୍ଚ୍ଚ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଦ୍ବିତୀୟ ଦିନର ଖେଳ ଜାରି ରହିଛି। ଭାରତକୁ ପ୍ରଥମ ଓଭରରେ ହିଁ ଏକ ବଡ଼ ଝଟକା ଲାଗିଛି। ମ୍ୟାଟ୍ ହେନରୀ ଓଭରର ଶେଷ ବଲରେ ଯଶସ୍ୱୀ ଜୟସୱାଲଙ୍କୁ କ୍ଲିନ୍ ବୋଲ୍ଡ କରିଛନ୍ତି। ଜୟସୱାଲଙ୍କ ଆଉଟ୍ ପରେ ଦେବଦତ୍ତ ପାଡିକ୍କଲ୍ ବ୍ୟାଟିଂ କରିବାକୁ ଆସିଛନ୍ତି। ୫.୩ ଓଭର ପରେ ଭାରତ ସ୍କୋର ୧୭ ରନ୍ ରହିଛି।
ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡକୁ ଭାରତ ୩୫୬ ରନ୍ ଅଲ୍ଆଉଟ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ବ୍ଲଣ୍ଡେଲ୍ ୮୯ ରନ କରିଥିଲେ। ଅଧିନାୟକ ଟମ୍ ଲାଥାମ୍ ୫୯ ରନ୍ କରିଥିଲେ। ଭାରତ ପକ୍ଷରୁ ଆକାଶଦୀପ ସିଂହ ଚମତ୍କାର ବୋଲିଂ କରିଥିଲେ ଏବଂ ପାଞ୍ଚଟି ୱିକେଟ ନେଇଥିଲେ। ଗୁରନୁର ବ୍ରାର ଏବଂ ଅଂଶୁଲ କାମ୍ବୋଜ ପ୍ରତ୍ୟେକେ ଦୁଇଟି ୱିକେଟ ନେଇଥିଲେ।
New Zealand: ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ: ଲାଥମ, ବ୍ଲଣ୍ଡେଲଙ୍କ ଅର୍ଦ୍ଧଶତକ: ନ୍ୟୁଜିଲାଣ୍ଡ ୨୪୬/୫
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ୮୫ ଓଭର ଖେଳ ସରିଥିଲା। ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ପାଞ୍ଚ ୱିକେଟ୍ ହରାଇ ୨୪୬ ରନ କରିଥିଲା।

1 hour ago
1


