ARTICLE AD BOX
ଇସଲାମାବାଦ: ଜେଲ୍ରେ ଖରାପ ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ନିଜର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପାକିସ୍ତାନର ଜେଲ୍ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ତାଙ୍କୁ ଓ ପତ୍ନୀ ବୁଶ୍ରା ବିବିଙ୍କୁ ଜେଲ୍ କର୍ତ୍ତୃପକ୍ଷ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଉନଥିବା ସେ ଅଭିଯୋଗ କରିଛନ୍ତି। ଇମ୍ରାନ୍ଙ୍କ କହିବା ଅନୁଯାୟୀ, ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ୮୫ ପ୍ରତିଶତ ହ୍ରାସ ପାଇଛି। ଏଥିସହ ହୃଦ୍ଘାତ ଓ ମସ୍ତିଷ୍କାଘାତ ହେବାର ଆଶଙ୍କା ମଧ୍ୟ ତାଙ୍କୁ ଘାରିଛି। ବୁଶ୍ରାଙ୍କ ଦୃଷ୍ଟିଶକ୍ତି ମଧ୍ୟ ହ୍ରାସ ପାଉଥିବା ସେ ଦାବି କରିଛନ୍ତି। ଜେଲ୍ରୁ ଆଉ ଜୀବିତ ଫେରିବା ସମ୍ଭବ ହୋଇ ନ ପାରେ ବୋଲି ଇମ୍ରାନ୍ ଆଶଙ୍କା ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ :Singapore FinTech Festival ସିଙ୍ଗାପୁର ଫିନଟେକ୍ ଫେଷ୍ଟିଭାଲ୍ରେ ଯୋଗଦେବେ ଓଡିଶାର ୨୦ ଜଣ ଛାତ୍ରଛାତ୍ରୀ
ପାକିସ୍ତାନର ଶୀର୍ଷ ବିଚାରପତିମାନଙ୍କୁ ଲେଖିଥିବା ଏକ ଖୋଲା ଚିଠିରେ ସେ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି। ପାକିସ୍ତାନର ସଂଘୀୟ ସାମ୍ବିଧାନିକ ଅଦାଲତ, ସୁପ୍ରିମ୍କୋର୍ଟ ଏବଂ ଇସଲାମାବାଦ ହାଇକୋର୍ଟର ପ୍ରଧାନ ବିଚାରପତିମାନଙ୍କୁ ଏହି ଚିଠି ଲେଖି ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି। ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନ୍ ଜେଲ୍ରେ ନିଜ ସହ ଏବଂ ପତ୍ନୀଙ୍କ ସହ ହେଉଥିବା ବ୍ୟବହାର ନେଇ ନ୍ୟାୟିକ ହସ୍ତକ୍ଷେପ ଲୋଡ଼ିଛନ୍ତି। ଉଲ୍ଲେଖଯୋଗ୍ୟ, ଇମ୍ରାନ୍ ଖାନ୍ ୨୦୨୩ ଅଗଷ୍ଟ ୫ ତାରିଖରୁ ଜେଲ୍ରେ ଅଛନ୍ତି। ଅନ୍ୟପକ୍ଷରେ, ବୁଶ୍ରା ବିବି ୨୦୨୫ ଜାନୁଆରି ୧୭ ତାରିଖରୁ ଗିରଫ ହେବା ପରେ ଜେଲ୍ରେ ଅଛନ୍ତି।

8 hours ago
2


