IMF: ଚତୁର୍ଥ ବୃହତ୍ ଅର୍ଥନୀତି ହେବ ଭାରତ: ଜାପାନକୁ ପଛରେ ପକାଇବ: ଆଇଏମ୍‌ଏଫ୍‌ର ଆକଳନ

4 hours ago 2
ARTICLE AD BOX

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିରେ ଭାରତର ସ୍ଥିତି ମଜଭୁତ ହେବାକୁ ଯାଉଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ନୂଆ ଆକଳନ ଅନୁଯାୟୀ, ୨୦୨୭ ସୁଦ୍ଧା ଭାରତ ଜାପାନକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ହେବ। ଭାରତର ନାମମାତ୍ର ମୋଟ ଘରୋଇ ଉତ୍ପାଦ (ଜିଡିପି) ୪.୫୨ ଟ୍ରିଲିଅନ୍ ଆମେରିକୀୟ ଡଲାରରେ ପହଞ୍ଚିବା ନେଇ ଆକଳନ କରାଯାଇଛି।

ଆଇଏମ୍‌ଏଫ୍‌ର ରିପୋର୍ଟ ଅନୁଯାୟୀ, ଜାପାନ ୨୦୨୬ରେ ଚତୁର୍ଥ ସ୍ଥାନରେ ରହିବ। ଜାପାନର ଜିଡିପି ୪.୩୪ ଟ୍ରିଲିଅନ ଡଲାର ରହିବା ନେଇ ଆକଳନ କରାଯାଇଛି। ଏହା ପଛକୁ ବ୍ରିଟେନ ଅର୍ଥନୀତିର ଆକାର ୪.୨୭ ଟ୍ରିଲିଅନ ଡଲାର ଏବଂ ଭାରତ ଅର୍ଥନୀତିର ଆକାର ୪.୦୬ ଟ୍ରିଲିଅନ ଡଲାର ରହିବ। ଫଳରେ ବ୍ରିଟେନ ଓ ଭାରତ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିବେ। କିନ୍ତୁ ୨୦୨୭ରେ ଭାରତର ଅର୍ଥନୀତି ଆକାର ୪.୫୨ ଟ୍ରିଲିଅନ ଡଲାରରେ ପହଞ୍ଚିବ। ଏହାଦ୍ବାରା ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହେବ। ଏହା ପଛକୁ ବ୍ରିଟେନ ପଞ୍ଚମ (୪.୪୯ ଟ୍ରିଲିଅନ ଡଲାର) ଏବଂ ଜାପାନ ଷଷ୍ଠ (୪.୪୭ ଟ୍ରିଲିଅନ ଡଲାର) ସ୍ଥାନରେ ରହିବେ ବୋଲି ଆକଳନ କରାଯାଇଛି।ଆଇଏମ୍‌ଏଫ୍‌ର ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମ୍ପର୍କିତ ଆର୍ଥିକ ରିପୋର୍ଟରେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଆଶା ପ୍ରକାଶ କରାଯାଇଛି। ୨୦୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଛି। ବିଶ୍ୱସ୍ତରରେ ଅନିଶ୍ଚିତତା ଏବଂ ଶକ୍ତି ମୂଲ୍ୟ ବୃଦ୍ଧି ଭଳି ଆହ୍ୱାନ ସତ୍ତ୍ୱେ ଭାରତର ଅର୍ଥନୀତି ଗତି ବଜାୟ ରଖିଥିବା କୁହାଯାଇଛି।

ଆହୁରି ପଢନ୍ତୁ: Heroin seizure: ୬୧ ଗ୍ରାମର ହେରୋଇନ ଜବତ, ‌ସ୍କୁଟି ସହ ଅଭିଯୁକ୍ତ ଗିରଫ

ଅନ୍ୟପକ୍ଷରେ, ଜାପାନର ଅର୍ଥନୈତିକ ଅଭିବୃଦ୍ଧି ୨୦୨୬ରେ ମାତ୍ର ୦.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଦୁର୍ବଳ ଜାପାନୀ ୟେନ୍, ଶକ୍ତି ଆମଦାନୀ ଖର୍ଚ୍ଚ ବୃଦ୍ଧି ଏବଂ ବୟସ୍କ ଜନସଂଖ୍ୟା ଜାପାନର ଅର୍ଥନୀତି ପାଇଁ ପ୍ରମୁଖ ଆହ୍ୱାନ ପାଲଟିଛି। ଏହାର ପ୍ରଭାବ ଦେଶର ଆର୍ଥିକ ଅଭିବୃଦ୍ଧି ଓ ଡଲାର ଆଧାରିତ ଜିଡିପି ମୂଲ୍ୟାୟନ ଉପରେ ପଡ଼ୁଛି। ଆଇଏମ୍‌ଏଫ୍‌ର ଆକଳନ ଅନୁଯାୟୀ, ବର୍ତ୍ତମାନ ବିଶ୍ୱର ସର୍ବବୃହତ୍ ଅର୍ଥନୀତି ଭାବେ ଆମେରିକା ପ୍ରଥମ ସ୍ଥାନରେ ଥିବାବେଳେ ଚୀନ୍ ଦ୍ୱିତୀୟ ଓ ଜର୍ମାନୀ ତୃତୀୟ ସ୍ଥାନରେ ରହିଛନ୍ତି। ୨୦୨୭ରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇପାରେ। ସେହି ସମୟରେ ବ୍ରିଟେନ୍ ମଧ୍ୟ ଜାପାନକୁ ପଛରେ ପକାଇବାର ଆକଳନ ରହିଛି। ଫଳରେ ଜାପାନ ବିଶ୍ୱର ଷଷ୍ଠ ବୃହତ୍ ଅର୍ଥନୀତି ସ୍ଥାନକୁ ଖସିଯାଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.