ARTICLE AD BOX
ମେଷ: ଏକାଗ୍ରଚିତ୍ତରେ କରୁଥିବା କାମର ସଫଳ ହେବେ। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ହେବ। ପ୍ରିୟଜନର ପ୍ରେମ ସହଯୋଗ ଉଭୟ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ଅଫିସରେ କାମ କରିବା ଶୈଳୀ ବଦଳାଇବେ। ବ୍ୟବସାୟରେ ଭାଗୀଦାର ଭାବିଚିନ୍ତି କରନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ରହିବେ। ଠିକାଦାରଙ୍କୁ ଧନଲାଭ ହେବ। ନୂଆ କାମ କରିବା ଲାଗି ଆଗ୍ରହ ବଢ଼ିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ଦିନଟି ଶୁଭ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଘରକୁ କୌଣସି ବନ୍ଧୁର ଆଗମନ ହେବ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ନୂଆ ଜିନିଷ ଉପରେ ବିଚାର କରିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବରେ ରଖି ପାରିବେ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ା ପ୍ରତି ରୁଚି ବଢ଼ିବ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ଅଧୁରା ଥିବା ସରକାରୀ କାମ ପୂରା ହୋଇଯିବ। ଅର୍ଥ ମାମଲାରେ ସ୍ଥତି ମଜଭୁତ ହେବ। ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ଆହୁରି ପଢ଼ନ୍ତୁ- Yami Goutam: ‘ଧୁରନ୍ଧର: ଦ ରିଭେଞ୍ଜ’ରେ କ୍ୟାମିଓ ପାଇଁ ମୋଟା ଅଙ୍କର ପାରିଶ୍ରମିକ ପାଇଛନ୍ତି କି ୟାମୀ ଗୌତମ?
ତୁଳା: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ପରିବାରରେ କୌଣସି ବଡ଼ ଦାୟିତ୍ବ ତୁଲାଇବେ। ଅଫିସରେ ଅଧୁରାଥିବା କାମ ପୂରା କରିପାରିବେ। ଜୀବନସାଥୀଠାରୁ ସକାରାତ୍ମକ ସଂକେତ ମିଳିପାରେ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ଆପଣଙ୍କର ସବୁ ଅଶାନ୍ତି ଦୂର ହେବ। ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପିଲାଙ୍କ କ୍ୟାରିୟର ପାଇଁ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ପ୍ରସଦ୍ଧି ବଢ଼ିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ପ୍ରେମ ଜୀବନ ଭଲ ରହିବ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ବାଦବିବାଦ ଠାରୁ ନିଜକୁ ଦୂରରେ ରଖନ୍ତୁ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଚାକିରିଜୀବୀଙ୍କର ଦୂରସ୍ଥାନକୁ ବଦଳି ହୋଇପାରେ। ବୈବାହିକ ଜୀବନରେ ପ୍ରସନ୍ନତା ରହିବ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ଆପଣଙ୍କ ସମସ୍ୟାର ସମାଧାନ ବାହାରିବ। ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ବେପାରରେ ଧନଲାଭର ଅବସର ପାଇବେ। ସମସ୍ତଙ୍କ ସହିତ ପ୍ରେମଭାବ ବଜାୟ ରଖନ୍ତୁ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ଜୀବନସାଥୀ ସହିତ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଲେଖକଙ୍କୁ ଖ୍ୟାତି ମିଳିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

3 hours ago
1


