ARTICLE AD BOX
୧୬ ନଭେମ୍ବର ୨୦୨୬, ସୋମବାର। ତିଥି: କାର୍ତ୍ତିକ ଶୁକ୍ଳ ସପ୍ତମୀ। ନକ୍ଷତ୍ର: ଶ୍ରବଣା। ଚନ୍ଦ୍ର: ମକର। ବିଛା ସଂକ୍ରାନ୍ତି, ଛଅଟ୍ ବ୍ରତ ଉଦ୍ଯାପନ, ମୁକ୍ତିମଣ୍ଡପର ଷୋଳ ଶାସନ ଭୋଗ। ସୂର୍ଯ୍ୟୋଦୟ: ୫ଟା୫୯, ସୂର୍ଯ୍ୟାସ୍ତ: ୫ଟା୩। ଘାତଚନ୍ଦ୍ର: ସିଂହ। ଘାତବାର: ମିଥୁନ। ଶୁଭବେଳା: ପ୍ରାତଃ ୫ଟା୫୯ରୁ ୭ଟା୨୨, ଦିବା ୮ଟା୫୬ରୁ ୧୧ଟା୯, ରାତ୍ରି ୭ଟା୩୮ରୁ ୯ଟା୫୪, ରାତ୍ରି ୨ଟା୩୨ରୁ ୩ଟା୨୪ ପର୍ଯ୍ୟନ୍ତ।
ମେଷ: ଆପଣଙ୍କ ଇଚ୍ଛା ପୂରଣ ହେବ। ନିଜର ଯୋଗ୍ୟତା ଓ ପରିଶ୍ରମ ବଳରେ ସଫଳତା ହାସଲ କରିବେ। ଖୁସି ବଢ଼ିବ। ଘରେ ସୁଖଦ ବାତାବରଣ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।
ବୃଷ: ଅଫିସରେ ସହକର୍ମୀ ଆପଣଙ୍କର ସହଯୋଗ କରିବେ। ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଛାତ୍ରଛାତ୍ରୀ ନିଜର ପାଠପଢ଼ା ଓ କ୍ୟାରିଅର୍ ନେଇ ସଜାଗ ରୁହନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।
ମିଥୁନ: କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ସମସ୍ୟା କୁହନ୍ତୁ ନାହିଁ। ଗଣମାଧ୍ୟମ କିମ୍ବା ସଂପର୍କ ସୂତ୍ରରୁ ନୂଆ ନୂଆ ସୂଚନା ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।
କର୍କଟ: ଘର ପାଇଁ ନୂଆ ସାମଗ୍ରୀ କିଣିବେ। ନିଜର ଯୋଗ୍ୟତା ଓ ସାମର୍ଥ୍ୟକୁ ଜାଣନ୍ତୁ ଏବଂ ସମୟର ସଦୁପଯୋଗ କରନ୍ତୁ। ନୂଆ ବେପାର ଆରମ୍ଭ କରିବା ଲାଗି ମନସ୍ଥ କରିବେ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
ସିଂହ: ଆଧ୍ୟାତ୍ମିକ ଗତିବିଧିରେ କିଛି ସମୟ ବିତାନ୍ତୁ, ଆପଣଙ୍କ ଆତ୍ମବଳ ବୃଦ୍ଧି ହେବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଶତ୍ରୁ ଦବି ରହିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ।
କନ୍ୟା: ପ୍ରତ୍ୟେକ କାମ ବୁଝି ବିଚାରି କରନ୍ତୁ, ସଫଳତା ପାଇବେ। ମାନ ସମ୍ମାନରେ ବୃଦ୍ଧି ହେବ। ବନ୍ଧୁ ମାଧ୍ୟମରେ ଅଧୁରା କାମ ପୂରା ହୋଇଯିବ। କୌଣସି ପାରିବାରିକ ସମାରୋହକୁ ଯିବେ।
ତୁଳା: ଜୀବନସାଥୀର ପରାମର୍ଶ ଓ ସହଯୋଗ ଲାଭଦାୟକ ରହିବ। ବ୍ୟର୍ଥ କଥା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଅନୁଭବୀ ବ୍ୟକ୍ତଙ୍କ ମତ ଆପଣଙ୍କ ଲାଗି ଉପାଦେୟ ସାବ୍ୟସ୍ତ ହେବ। ଘରର ପରିବେଶ ସକାରାତ୍ମକ ରହିବ।
ବିଛା: ଆଖପାଖ ଲୋକଙ୍କ ସହଯୋଗରେ ଘର କାମ ପୂରା କରିବାରେ ସଫଳ ହେବେ। ବ୍ୟବସାୟ କାମରେ ବ୍ୟସ୍ତ ରହିବେ। ଅଫିସରେ ନୂଆ ଦାୟିତ୍ବ ମିଳିବ। କଲେଜରେ ନୂଆ ସାଙ୍ଗ ବନାଇବେ।
ଧନୁ: ଆର୍ଥିକ ମାମଲାରେ ଭଲ ଅବସର ପାଇବେ। କୌଣସି ମୁସ୍କିଲ ମୁକାମକୁ ପରିଶ୍ରମରେ ହାସଲ କରିବେ। ପରିବାରରେ ଆନନ୍ଦ ଉଲ୍ଲାସ ରହିବ। ଛାତ୍ରଛାତ୍ରୀ ପାଠପଢ଼ା ପ୍ରତି ଏକାଗ୍ରଚିତ୍ତ ରହିବେ।
ମକର: ପରିବାର ସହିତ ଭଲ ସମୟ ଅତିବାହିତ କରିବେ। କିଛି ବିଶେଷ ଲୋକଙ୍କ ସହିତ ମିଳାମିଶା କରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବକେୟା ଅର୍ଥ ପାଇବା ଯୋଗୁଁ ବିତ୍ତୀୟ ସ୍ଥିତି ସୁଧୁରିବ।
କୁମ୍ଭ: ବେପାର ନେଇ ମନରେ ନୂଆ ନୂଆ ବିଚାର ଆସିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।
ମୀନ: ମନପ୍ରାଣ ଢାଳି କାମ କରିବେ। ଜରୁରୀ ନିଷ୍ପତ୍ତି ନେଇ ବାପାମାଆଙ୍କ ସହିତ ଆଲୋଚନା କରିବେ। କାହାରିକୁ ବଚନ ଦେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

1 day ago
3


