Horoscope 2026 July 04: ଜାଣନ୍ତୁ ଆଜିର ରାଶିଫଳ...

3 hours ago 2
ARTICLE AD BOX

ମେଷ: ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମକୁ ଭଲ ଦିଶା ଦେବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ସହିତ ଜିନିଷ କିଣିବାକୁ ଯିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।‌ ‌

ବୃଷ: ଚାକିରିରେ ମନ ମୁତାବକ ପ୍ରୋଜେକ୍ଟ ପାଇବା ଯୋଗୁଁ ପ୍ରସନ୍ନ ରହିବେ। ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ। ପରିବାରରେ ପରିବେଶ ଆନନ୍ଦମୟ ରହିବ। ‌

ମିଥୁନ: ଆପଣ କାହାରିଙ୍କୁ ସାହାଯ୍ୟ କରିବା ଯୋଗୁଁ ମନକୁ ଶାନ୍ତି ମଳିବ। ଇସ୍ପାତ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ। ଆପଣ ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ। ‌

କର୍କଟ: ନୂଆ ଯୋଜନା ବନାଇବାରେ ସଫଳ ହେବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭକାରୀ ହେବ। ଶତ୍ରୁପକ୍ଷ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।

ସିଂହ: ପ୍ରଭୁଙ୍କ ଆରାଧନାରେ ମନ ଲଗାଇବେ। ଅଫିସରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ବନ୍ଧୁ ଲାଗି ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ବେପାରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

କନ୍ୟା: ଆପଣଙ୍କ ଯୋଜନାରେ ସକାରାତ୍ମକ ଜବାବ ମିଳିବା ଯୋଗୁଁ ଖୁସି ହେବେ। କାମରେ ଜୀବନସାଥୀର ପୂରା ସହଯୋଗ ପାଇବେ। କୌଣସି ଅନ୍ୟର କାମରେ ନିଜକୁ ଦୂରରେ ରଖନ୍ତୁ। 

ଆହୁରି ପଢ଼ନ୍ତୁ- Monsoon Session: ମୌସୁମୀ ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ଉପରେ ରହିବ ଗୁରୁତ୍ବ

ତୁଳା: ବେପାରରେ ବୃଦ୍ଧି ହେବ। ଲକ୍ଷ୍ୟ ହାସଲ ପାଇଁ ଲୋକଙ୍କ ସହଯୋଗ ପାଇବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। କୌଣସି ଉଦ୍ୟୋଗରେ ସାକ୍ଷାତ୍‌କାର ଲାଗି ଡାକରା ଆସିପାରେ। 

ବିଛା: କାମ ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। କୌଣସି ଆହ୍ବାନର ସାମନା କରିବେ। ପରିଶ୍ରମ ଭଲ ଫଳ ଅତିଶୀଘ୍ର ପାଇବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ବଜାୟ ରହିବ। 

ଧନୁ: ଆପଣ ସମାଜରେ ମାନସମ୍ମାନ ପାଇବେ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ବୈବାହିକ ଜୀବନରେ ପ୍ରସନ୍ନତା ବଜାୟ ରହିବ। ବିଦ୍ୟାର୍ଥୀ ଶିକ୍ଷକଙ୍କର ସହଯୋଗ ପାଇବେ। 

ମକର: ଆପଣଙ୍କ କ୍ୟାରିୟରରେ ଅଚାନକ କିଛି ପରିବର୍ତ୍ତନ ଆସିପାରେ। ପୁରୁଣା ଜମିରୁ ଆପଣଙ୍କ ଧନଲାଭ ହେବ। ବ୍ୟବସାୟରେ କରି ଆସୁଥିବା କାମର ସଫଳତା ପାଇବେ। ପ୍ରେମ ଜୀବନ ମଧୁର ହେବ। ‌ 

କୁମ୍ଭ: କୌଣସି କାମରେ ଦୂରସ୍ଥାନକୁ ଯିବେ। ଇଂଜିନିୟରଙ୍କ ଲାଗି ଦିନଟି ଭଲ। ଘରର କିଛି ନୂଆ ଦାୟିତ୍ବ ସମ୍ଭାଳିବେ। ଜୀବନସାଥୀ ଆପଣଙ୍କୁ କିଛି ଉପହାର ଦେଇପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଭଲ ଦିନଟିଏ। 

ମୀନ: ଦିନଟି ଆପଣଙ୍କ ଲାଗି ବିଶେଷ ରହିବ। ନୂଆ ବ୍ୟବସାୟ ଲାଗି ପଦକ୍ଷେପ ନିଅନ୍ତୁ ଲାଭ ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ। ପ୍ରିୟଜନଙ୍କ ସହିତ ରାତ୍ରିଭୋଜନର ଯୋଜନା କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.