ARTICLE AD BOX
ମେଷ: ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ମାମଲାରେ ବାପାମାଆଙ୍କ ସାହାଯ୍ୟ ପାଇବେ। ପ୍ରେମ ଜୀବନ ଭଲ ରହିବ।
ବୃଷ: ଆପଣଙ୍କ ସହ କୌଣସି ପ୍ରିୟ ବ୍ୟକ୍ତି ମିଶିବାକୁ ଆସିବେ। ଆପଣଙ୍କ ମନ କୌଣସି ନୂଆ କାମରେ ଲାଗିବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
ମିଥୁନ: ବ୍ୟବସାୟରେ ଲାଭ ପାଇବା ପାଇଁ କୌଣସି ବିଶେଷଜ୍ଞଙ୍କ ପରମର୍ଶ ନେବେ। ଅନ୍ୟମାନଙ୍କ ମାମଲାଠାରୁ ଦୂରରେ ରହନ୍ତୁ। ନିଜ କାମରେ ମନ ଲଗାନ୍ତୁ। ଜୀବନସାଥୀ ସହିତ ସାମଞ୍ଜସ୍ୟ ବଜାୟ ରହିବ।
କର୍କଟ: ଗାୟକଙ୍କୁ କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ଆସିପାରେ। ଦିନଟି ସଂପୂର୍ଣ୍ଣରୂପେ ଉପଭୋଗ କରିବେ। ଜୀବନସାଥୀର ବ୍ୟବହାରରେ ପରିବର୍ତ୍ତନ ଆସିବ।
ସିଂହ: ଆପଣଙ୍କ ପିଲା ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ସମାଜରେ ମାନସମ୍ମାନ ବଢ଼ିବ। ବ୍ୟବସାୟରେ ଆପଣଙ୍କୁ କୌଣସି ବଡ଼ ଡିଲ୍ ମିଳିପାରେ। ପରିବାର ଲୋକଙ୍କ ସହିତ ସାମଞ୍ଜସ୍ୟ ବଜାୟ ରଖନ୍ତୁ।
କନ୍ୟା: ବ୍ୟବସାୟ ମାମଲାରେ ରାଜ୍ୟ ବାହାରକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।
ଆହୁରି ପଢ଼ନ୍ତୁ- Mehbooba Mufti: ଇରାନର ସର୍ବୋଚ୍ଚ ନେତା ଖେମିନିଙ୍କ ଶେଷକୃତ୍ୟରେ ଯୋଗଦେବେ ମେହବୁବା ମୁଫ୍ତି
ତୁଳା: ଆପଣଙ୍କର ଦୀର୍ଘ ଦିନର କାମ ସହକର୍ମୀଙ୍କ ସହଯୋଗରେ ପୂରା ହୋଇଯିବ। ଛାତ୍ରଛାତ୍ରୀ କୌଣସି ମହତ୍ବପୂର୍ଣ୍ଣ ବିଷୟରେ ସଂଶୟର ରହିବେ। ଶିକ୍ଷକ ଆପଣଙ୍କର ସହାୟତା କରିବେ।
ବିଛା: ଆପଣଙ୍କ ମନ କିଛି ନୂଆ କାମରେ ଲାଗିବ। ଆପଣଙ୍କର ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚେଷ୍ଟା କରିବେ। ଅର୍ଡର୍ ସପ୍ଲାଇଙ୍କୁ ଲାଭ ହେବ। ପ୍ରିୟଜନଙ୍କ ସହ ବାହାରକୁ ବୁଲିଯିବେ।
ଧନୁ: ପରିବାର ଆଗରେ ଆପଣଙ୍କୁ ମତ ରଖିବାର ପୂରା ମଉକା ମିଳିବ। ଆପଣଙ୍କ ଯୋଜନାରେ ଲୋକେ ପ୍ରଭାବିତ ହେବେ। ମହିଳାମାନେ ଅନଲାଇନ୍ ବ୍ୟବସାୟ ଆରମ୍ଭ କରିପାରନ୍ତି।
ମକର: ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ଘରକୁ କୌଣସି ବନ୍ଧୁ ଆସିବେ। ମାଆ ନିଜର ପିଲାଙ୍କୁ ନୈତିକ କାହାଣୀ ଶୁଣାଇବେ। ଆପଣଙ୍କର ଭୌତିକ ସୁଖ ସୁବିଧା ବଜାୟ ରହିବ।
କୁମ୍ଭ: ପୁରୁଣା ବନ୍ଧୁ ସହିତ ଅଚାନକ ଭେଟ ହେବ। କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ସନ୍ଧ୍ୟାରେ ବାହାରକୁ ବୁଲି ଯିବାର ଯୋଜନା କରିବେ।
ମୀନ: କାମ ସମ୍ବନ୍ଧରେ ଦୂରସ୍ଥାନକୁ ଯିବେ। ଅଫିସରେ ଆପଣଙ୍କର ସଚ୍ଚୋଟତା ପାଇଁ କର୍ତ୍ତୃପକ୍ଷ ଆପଣଙ୍କର ଦରମା କରାଇବେ। କାରବାର ସହିତ ନିଜ ଜୀବନର ଭାରସାମ୍ୟ ବଜାୟ ରଖନ୍ତୁ।

2 hours ago
2


